LIVE TV

ଗଜପତି ଜିଲ୍ଲାରେ ବର୍ଷା ବିତ୍ପାତ ନେଇ ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା, ତୁରନ୍ତ ସହାୟତା ପ୍ରଦାନ କରିବାକୁ ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ

NEWS7
sara-ali-khan-spotted-while-riding-bicycle-in-mumbai

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ଗଜପତି ଜିଲ୍ଲା ମୋହନା ବ୍ଲକ୍ର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଦେଖିବାକୁ ମିଳିଛି। ଭୁସ୍ଖଳନରେ ଜିଲ୍ଲାରୁ ଏପର୍ଯ୍ୟନ୍ତ ଜଣକର ଜୀବନ ଯାଇଥିବାବେଳେ, ଅନେକ ଲୋକେ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ସେହିଭଳି ଜିଲ୍ଲାରେ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ଏବଂ ଏହା ପରେ ବନ୍ୟା ଆସିବା ନେଇ ଆଶଙ୍କା ଦେଖାଦେଇଛି।

ଏମିତିରେ ଗଜପତି ଜିଲ୍ଲାରେ ବର୍ଷା ବିତ୍ପାତ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତତ୍ପରତା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ସହାୟତା ପ୍ରଦାନ କରିବାକୁ ରିଲିଫ୍‌ କମିଶନରଙ୍କୁ ନିର୍ଦ୍ଦେଶ ଦେବା ସହ, ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଗଜପତି ପଠାଇଛନ୍ତି। ତା’ ସହ ମୁଖ୍ୟମନ୍ତ୍ରୀ ନିଜେ ଗଜପତି ଜିଲ୍ଲାପାଳଙ୍କ ସହିତ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି।