ଉନ୍ନାଓ ଦୁଷ୍କର୍ମ କାଣ୍ଡ: କୂଲଦୀପ ସେଙ୍ଗରକୁ ସୁପ୍ରିମକୋର୍ଟଙ୍କ ଝଟକା, କଲେନି ଜାମିନ ନିବେଦନର ଶୁଣାଣି

NEWS7
sanjay-dasbarma-was-the-vice-pesident-of-the-planning-board

ନୂଆଦିଲ୍ଲୀ ୯।୨: ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ପୂର୍ବତନ ବିଧାୟକ କୂଲଦୀପ ସେଙ୍ଗରଙ୍କ ଜାମିନ ନିବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ସୁପ୍ରିମକୋର୍ଟ ସେଙ୍ଗର ମାମଲାର ଶୁଣାଣି ୩ ମାସ ମଧ୍ୟରେ ଶେଷ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଙ୍ଗର ଲୋଅର କୋର୍ଟଙ୍କ ୧୦ ବର୍ଷ ଜେଲଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ପୀଡ଼ିତ ପକ୍ଷ ଦଣ୍ଡ ବଢାଇବାକୁ ନିବେଦନ କରିଛନ୍ତି।

ସେଙ୍ଗରଙ୍କ ଓକିଲ କହିଛନ୍ତି ମାମଲାରେ ମୋଟ ଦଣ୍ଡ ୧୦ ବର୍ଷ ହୋଇଥିବା ବେଳେ ସେଙ୍ଗର ଏ ପର୍ଯ୍ୟନ୍ତ ୯ ବର୍ଷ ୭ ମାସ ହେଲା ଜେଲରେ ଅଛି। ହେଲେ ହାଇକୋର୍ଟ ଜାମିନ ଦେବାକୁ ମନା କରିଦେଇଛନ୍ତି। ସିବିଆଇ ପକ୍ଷରୁ ସୋଲିସିଟର ଜେନେରାଲ (ଏସଜି) ତୁଷାର ମେହେଟ୍ଟା କହିଛନ୍ତି ଯେ ସେଙ୍ଗରକୁ ଆଜୀବନ ଜେଲଦଣ୍ଡାଦେଶ ହୋଇଛି। ଉଲ୍ଲେଖଯୋଗ୍ୟ ଯେ କୂଲଦୀପ ସେଙ୍ଗର ପକ୍ଷରୁ ଜାମିନ ନିମନ୍ତେ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା, ତେବେ ହାଇକୋର୍ଟ ଜାମିନ ନିବେଦନ ଖାରଜ କରିଦେଇଛନ୍ତି।

ଜାନୁୟାରୀ ୧୯ରେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସେଙ୍ଗର ପକ୍ଷରୁ ସୁ୍ପ୍ରିମ କୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ଏଥିରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲା। ତେବେ ସୁପ୍ରିମକୋର୍ଟ ନିବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୂଲଦୀପ ସେଙ୍ଗରକୁ କୋର୍ଟ ଆଜୀବନ ଜେଲଦଣ୍ଡାଦେଶ କରିଛନ୍ତି। ଏହା ଛଡା ସେଙ୍ଗର ବିରୋଧରେ ଦୁଷ୍କର୍ମ ମାମଲା ମଧ୍ୟ ବିଚାରାଧୀନ ରହିଛି, ଏଥିରେ ହାଇକୋର୍ଟ ତାର ଜାମିନ ମଞ୍ଜୁର କରିଥିବା ବେଳେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇ ଦେଇଛନ୍ତି ଓ ଜାମିନ ରଦ୍ଦ କରିଦେଇଛନ୍ତି।

ଏହା ବି ପଢନ୍ତୁ :-କୂଲଦୀପ ସେଙ୍ଗାରକୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ହାଜତ ହତ୍ୟା ମାମଲାରେ ଦଣ୍ଡ ନିଲମ୍ବନ ନିବେଦନ ଖାରଜ