ଯୁଦ୍ଧ ପାଇଁ ବଦଳିବ ପାଗ, ଇସ୍ରାଏଲ ପାଇଁ ଭାରତରେ ବଢିବ ଗରମ

NEWS7
sangh-has-zero-brains-100-hate-towards-muslims-says-owaisi

ଭୁବନେଶ୍ୱର ୦୨।୦୩ : ଏ ବର୍ଷ ଅଧିକ ଗରମ ଅନୁଭବ କରିବେ ରାଜ୍ୟବାସୀ। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଏବର୍ଷ ଗ୍ରୀଷ୍ମ ପ୍ରବାହର ଦିନ ଅଧିକ ରହିବ । ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଗରମ ଅଧିକ ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଇରାନ-ଇସ୍ରାଏଲ ଯୁଦ୍ଧ ଚାଲିଛି । ତେଣୁ ସେଠାରେ ବ୍ୟବହାର ହେଉଥିବା ମିସାଇଲ ଓ ଅସ୍ତ୍ରର ବ୍ୟବହାର ପାଣିପାଗ ଉପରେ ପ୍ରଭାବ ପକାଇବ । ଏପିରିକି ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହେବ। ପ୍ରାୟତଃ ଭାରତରେ ଇରାନ ଅଞ୍ଚଳରୁ ପବନ ପ୍ରବାହିତ ହୋଇଥାଏ ଯାହାକି ଗରମ ପବନ ଥାଏ । ତେଣୁ ମିସାଇଲ ଆକ୍ରମଣ ବୃଦ୍ଧି ଲାଗି ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଭାବ ପକାଇପାରେ। ଏଥିସହିତ ଏହି କିଛି ଦିନ ମଧ୍ୟ ତାପମାତ୍ରା ବୃଦ୍ଧି ହେବାର ଆଶଙ୍କା ମଧ୍ୟ ରହିଛି ।