୬ ହଜାର ଦିଅ,କାମ ହୋଇଯିବ....ମାଡି ବସିଲା ଭିଜିଲାନ୍ସ

NEWS7
sanga-nela-sangara-jiban

ଅତାବିରା ୧୬/୦୩:  ବକେୟା ଦରମା ନେବ ତ । ମାଗଣା ମିଳିବିନି । ତମକୁ କିଛି କରିବାକୁ ପଡିବ । ୬ହଜାର ଦିଅ ,ତମ କାମ ହୋଇଯିବ । ଏମିତି ଭେଳିକି ଦେଖାଇ ଜଣେ କର୍ମଚାରୀଙ୍କ ଠାରୁ ଟଙ୍କା ନେଉଥିଲେ ବିଇଓ ମହାଶୟ । କର୍ମଚାରୀ ବି ବେଶ ଚାଲାକ । ଏପଟେ ଟଙ୍କା ଦେବାକୁ ହଁ କରି ସେପଟେ ଭିଜିଲାନ୍ସକୁ ଖବର ଦେଇଦେଲେ । ଲାଞ୍ଚୁଆ ବାବୁ ଜଣକ ଟଙ୍କା ଧରିବା ବେଳକୁ ତାଙ୍କୁ ମାଡିବସିଥିଲା ଭିଜିଲାନ୍ସ ।

Also Read:SCB ଅଗ୍ନିକାଣ୍ଡରେ ମୃତ ୧୦ ଜଣଙ୍କ ପରିଚୟ ମିଳିଲା, ସେମାନେ ହେଲେ…

ଲାଞ୍ଚୁଆ ବାବୁ ଜଣକ ହେଉଛନ୍ତି ବରଗଡ  ଜିଲ୍ଲା ବରପାଲି ବ୍ଲକ ଏଜୁକେସନ ଅଫିସର ଜୁନିଅର କ୍ଲର୍କ କମ୍‌ ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ।ଅଭିଯୋଗକାରୀଙ୍କ ଦରମା ବାକି ଥିଲା । ବକେୟା ବେତନ ବିଲ୍‌ ପ୍ରସ୍ତୁତ କରିବାକୁ ସେ ଜୁନିଅର କ୍ଲର୍କ କମ୍‌ ଆକାଉଣ୍ଟାଣ୍ଟ ରଜନୀକାନ୍ତ କରଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ । କିନ୍ତୁ ରଜନୀକାନ୍ତ ଆଜି ହୋଇଯିବ,କାଲି ଆସ ଏମିତି କହି ଦିନ ଗଡାଇ ଚାଲିଥିଲେ ।

​​​​​​​

କର୍ମଚାରୀ ଜଣଙ୍କ ବେଶୀ ବାଧ୍ୟ କରିବାରୁ ଅସଲ ରୂପ ଦେଖାଇଥିଲେ ବିଇଓ ରଜନୀକାନ୍ତ । ୬ହଜାର ଟଙ୍କା ଦେଲେ ବାକି ଦରମା ମିଳିଯିବ କହିଥିଲେ । କର୍ମଚାରୀ ଜଣକ ଲାଞ୍ଚୁଆ ବାବୁକୁ ପାନେ ଦେବାକୁ ଭାବିଲେ ଆଉ ଭିଜିଲାନ୍ସକୁ ଖବର ଦେଇଦେଲେ । ଅଭିଯୋଗ ପାଇବା ପରେ ଟ୍ରାପ୍ ଅପରେସନ୍ ଆରମ୍ଭ ହୋଇଥିଲା । କର୍ମଚାରୀଙ୍କ ଠାରୁ ୬ ହଜାର ଟଙ୍କା ନେବାବେଳେ ଧରିଥିଲା ଭିଜିଲାନ୍ସ । ତାଙ୍କ ଠାରୁ ୬ ହଜାର ଟଙ୍କା ଜବତ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ବିଇଓଙ୍କ ଦୁଇଟି ସ୍ଥାନରେ ସମ୍ପତ୍ତି ତଦନ୍ତ ଚାଲିଛି । ଭିଜିଲାନ୍ସ ଟିମ୍‌ର ଖୋଳତାଡ ପରେ ସବୁକିଛି ସ୍ପଷ୍ଟ ହେବ । 

Also Read: ଘରୁ ଡାକି ନେଇଥିଲେ ଶାଳକ, ପଚାରିବାରୁ କିଛି କହିଲେନି ; ପୋଲ ତଳୁ ମିଳିବା ପରେ ଥାନାରେ ପରିବାର