ଜୀବନ ଗଲା, କୋକେଇ ସଜଡା ହେଲା: ହଠାତ୍ ହଲଚଲ ହେଲା ଶରୀର, ତା ପରେ..

NEWS7
sanakhemundi-atttempt-to-murder-accused-sent-jail

ଛତ୍ରପୁର ୧୭/୧୨: ମୃତ୍ୟୁ ହେଲା, ଗ୍ରାମବାସୀ କୋକେଇ କରି ଶ୍ମଶାନକୁ ନେଲେ । ସେଠି କୋକେଇରେ ମୃତ ଯୁବକର ଶରୀର ଅଚାନକ କିଛି କ୍ଷଣ ହଲିଲା । କାଳେ ଯୁବକ ବଞ୍ଚିଛି ଏହା ଭାବି ଗ୍ରାମବାସୀ ଏବଂ ପରିବାର ଲୋକ ଶ୍ମଶାନରୁ ପୁଣି ଗାଡ଼ି କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠି ଯୁବକର ମୃତ୍ୟୁ ହୋଇଛି ବୋଲି ଡାକ୍ତର ଘୋଷଣା କରିବା ପରେ ପୁଣି ଶ୍ମଶାନକୁ ଫେରାଇ ଅଣାଯାଇ ଶେଷକୃତ୍ୟ କରାଯାଇଛି ।

ମଙ୍ଗଳବାର ଏହିପରି ଘଟଣା ଗଞ୍ଜାମ ଏନ୍ଏସି ୱାର୍ଡ-୮ ପୁଇଁତୋଳା ବଡ଼ ସାହିରେ ଘଟିଛି । ନୃସିଂହ ଠାକୁରଙ୍କ ପୂଜକ ରାଜେନ୍ଦ୍ର ରଥ (୪୦) ଟାଇଫଏଡ୍ ଓ ନିମୋନିଆରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହେବା ପରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ସୋମବାର ବିଳମ୍ବିତ ରାତିରେ ରାଜେନ୍ଦ୍ରଙ୍କ ମରଶରୀରକୁ ଗାଁକୁ ଆଣିଥିଲେ ପରିବାରବର୍ଗ । ମଙ୍ଗଳବାର ଭୋରରୁ ମୃତ ଶରୀରକୁ ଗ୍ରାମରେ ପରିକ୍ରମା ପରେ କୋକେଇରେ ଶ୍ମଶାନକୁ ନେଇଥିଲେ ।

ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ସକାଳୁ ଶ୍ମଶାନ ନିକଟରେ ପହଞ୍ଚିଥିଲେ । ତେବେ ସେଠାରେ ମୃତକଙ୍କ ଶରୀର ହଲିଥିଲା । ଏହା ଦେଖି କାଳେ ସେ ବଞ୍ଚିଥିବେ ସେଇ ଆଶାରେ ପରିବାର ଡାକ୍ତରଖାନାକୁ ନେଇଥିଲେ । ସେଠାରୁ ନିରାଶ ହେବା ପରେ ଶ୍ମଶାନକୁ ଫେରାଇ ଆଣି ଶେଷକୃତ୍ୟ କରିଥିଲେ ।