୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ, ସ୍ଥିତି ବୁଝିଲେ, ପରାମର୍ଶ ଦେଲେ

NEWS7
samsung-reports-record-sales-during-corona-epidemic

ଭୁବନେଶ୍ଵର: ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୧୦ ଜଣ ବିଧାୟକଙ୍କ ସହ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି। ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦେଇଛନ୍ତି।

ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ପଚାରି ବୁଝିବା ସହ ଲୋକଙ୍କ ସୁବିଧା ଅସୁବିଧାକୁ ଗୁରୁତ୍ଵ ଦେବା ପାଇଁ ଶ୍ରୀ ପଟ୍ଟନାୟକ କହିଥିଲେ। ଏହା ସହିତ ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଶ୍ରୀ ପଟ୍ଟନାୟକ ପଚାରି ବୁଝିଥିଲେ। ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ।

ଆଜିର ବୈଠକ ରେ ବିଧାୟିକା ପ୍ରମିଳା ମଲ୍ଲିକ,ବିଧାୟିକା ସୁଜାତା ସାହୁ,ବିଧାୟକ ସର୍ବଶ୍ରୀ ବିଶ୍ଵରଞ୍ଜନ ମଲ୍ଲିକ,ଅନନ୍ତ ନାରାୟଣ ଜେନା,ସୁଶାନ୍ତ ରାଉତ,ପ୍ରଦୀପ ସାହୁ,ତୁଷାର କାନ୍ତି ବେହେରା,ନବ ମଲ୍ଲିକ,ସାରଦା ଜେନା ଓ ରମାକାନ୍ତ ଭୋଇ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ।