ଶୀଘ୍ର ମିଲର ସମସ୍ୟାର ସମାଧାନ ନ ହେଲେ ବଡ଼ ଚାଷୀ ଆନ୍ଦୋଳନ ହେବ

NEWS7
sambhavna-seth-tells-his-father-was-tied-to-bed-by-hospital-staff-during-covid-treatment-she-sends-legal-notice

ଭୁବନେଶ୍ବର ୭।୧: ମଣ୍ଡିରୁ ଧାନ ନ ଉଠିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବୟାନକୁ କାଉଣ୍ଟର କଲେ ବରିଷ୍ଠ ବିଜେଡ଼ି ନେତା ଭୂପିନ୍ଦର ସିଂହ । କ୍ୟାମେରା ଆଗରେ ମିଲର୍ସ ସଂଘ ରାଜ୍ୟ ସଭାପତି ମହେଶ୍ ବଂଶଲଙ୍କ ସହ ଟେଲିଫୋନ ଯୋଗେ ଲାଉଡ ସ୍ପିକରରେ କଥା ହେଲେ ଭୂପିନ୍ଦର । ମିଲର୍ସ ସଂଘକୁ ଲିଖିତ ଆକାରରେ କିଛି ମିଳିନଥିବା କହିଲେ ମିଲର୍ସ ସଂଘ ସଭାପତି ।

ମଣ୍ଡିରୁ ଧାନ ନ ଉଠିବା ନେଇ ସରକାରଙ୍କୁ ହାତଯୋଡି ଅନୁରୋଧ କଲେ ଭୂପିନ୍ଦର ସିଂ । ଚାଷୀଙ୍କୁ ଖୁସି ରଖିବା ସରକାରଙ୍କ ଦାୟିତ୍ୱ । ଚାଷୀଙ୍କୁ କାହିଁକି ଶୀତ କାକରରେ ଠିଆ କରିଛନ୍ତି । ଚାଷୀ କାନ୍ଦିଲେ ସରକାର କାନ୍ଦିବେ । ୮ଶହ ଟଙ୍କା ଅଧିକ ଦେବା ପାଇଁ ସରକାରଙ୍କ ପାଖରେ ପଇସା ନାହିଁ ବୋଲି ଲୋକଙ୍କ ପାଖକୁ ମେସେଜ ଗଲାଣି । ବସ୍ତାରେ ୭ କେଜି ଧାନ କଟନୀ ଛଟନୀ ହେଉଛି । ୩ ଦିନ ହେଲା ଧାନ ଉଠୁନି । ସରକାର ଚାଷୀଙ୍କୁ ୬୯ଟଙ୍କା କମ୍ ଦିଆଯାଉଛି । ଚାଷୀ ଆମକୁ ଏ କଥା ପଚାରୁଛନ୍ତି । ମନ୍ତ୍ରୀ କହୁଛନ୍ତି ମିଲରଙ୍କୁ କିଏ ଉସୁକାଉଛି । ମିଲର କ’ଣ ଛୋଟ ଛୁଆ ? ଶୀଘ୍ର ମିଲର ସମସ୍ୟାର ସମାଧାନ ନ ହେଲେ ବଡ଼ ଚାଷୀ ଆନ୍ଦୋଳନ ହେବ ।

ସେପଟେ, ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତ ଆଜିଠୁ ରାଜ୍ୟରେ ସ୍ଵାଭାବିକ ହେଲା ଧାନ କିଣା । ୧୯ଟି ଜିଲ୍ଲାରେ ଉଠାଯାଉଛି ଧାନ। ମିଲର୍ସଙ୍କ କିଛି ଦାବିକୁ ରାଜ୍ୟ ସରକାର ମାନିଛନ୍ତି। ମଙ୍ଗଳବାର ମିଲର୍ସ ସଂଘ ସହିତ ଆଲୋଚନା ହୋଇଥିଲା। ଏନେଇ ସରକାରଙ୍କର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛିବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୯ଟି ଜିଲ୍ଲାରେ ଆଜି ସୁଦ୍ଧା ୩ ଲକ୍ଷ ୧୫ ହଜାର ୪୩୧ ଚାଷୀଙ୍କଠାରୁ ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ଏଥିମଧ୍ୟରୁ ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ ଟନ ଧାନ ମିଲରମାନେ ଉଠାଇଛନ୍ତି। ଏ ବାବଦରେ ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନପୁଟ ଆସିଷ୍ଟାଂଶ ଦିଆଯାଇଛି।