ପାକିସ୍ତାନ ସେନା ପୋଷ୍ଟ ଉପରେ ଉପରେ ଆଫଗାନିସ୍ତାନର ଆକ୍ରମଣ, ଏୟାର ଷ୍ଟ୍ରାଇକର ନେଲା ପ୍ରତିଶୋଧ

NEWS7
sambalpur-university-closed-till-5-days-from-today

ନୂଆଦିଲ୍ଲୀ: ଆଫଗାନିସ୍ତାନ ସେନା ଡୁରାଣ୍ଡ ରେଖାରେ ପାକିସ୍ତାନୀ ସେନା ପୋଷ୍ଟ ଉପରେ ଆକ୍ରମଣ କରିଛି । ବର୍ତ୍ତମାନ ମଧ୍ୟ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଅନେକ ସ୍ଥାନରେ ଗୁଳିବିନିମୟ ଏବଂ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଅନେକ ପୋଷ୍ଟ ଧ୍ୱଂସ ହୋଇଥିବା ବେଳେ ଅନେକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନୀ ବିମାନ ଆକ୍ରମଣର ଦୁଇ ଦିନ ପରେ ଆଫଗାନିସ୍ତାନ ସେନା ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ପାକିସ୍ତାନୀ ସେନା ରବିବାର ସକାଳେ ଏୟାର ଷ୍ଟ୍ରାଇକ୍ କରିଥିଲା, ଯାହା ପରେ ଆଫଗାନିସ୍ତାନ ପ୍ରତିଶୋଧ ନେବ ବୋଲି ଧମକ ଦେଇଥିଲା ।

ହୁରିୟତ ରେଡିଓ ଅନୁଯାୟୀ, ଆଫଗାନ ସେନା ପ୍ରଦେଶର ନାଜିଆନ ଏବଂ ଦରବାବା ଜିଲ୍ଲାରେ ଡୁରାଣ୍ଡ ରେଖା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଆକ୍ରମଣ କରିଛି । ଅନେକ ପାକିସ୍ତାନୀ ସେନା ପୋଷ୍ଟ ଧ୍ୱଂସ ହୋଇଛି । ତେବେ ଆଫଗାନିସ୍ତାନର ତାଲିବାନ ସରକାର ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଜାରି କରିନାହିଁ ।

ରବିବାର ସକାଳେ ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକ୍ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ବୃଦ୍ଧି କରିଛି । ପାକିସ୍ତାନୀ ସେନା ରବିବାର ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ବିମାନ ଆକ୍ରମଣ କରିଥିଲା । ପାକିସ୍ତାନ ଦାବି କରିଥିଲା ଯେ ଦେଶ ଭିତରେ ଅନେକ ଆକ୍ରମଣ ପାଇଁ ଟିଟିପି ଭଳି ସଂଗଠନର ଠିକଣା ଉପରେ ବୋମା ମାଡ଼ କରାଯାଇଛି ।

ଏହାର ବିରରୀତରେ ଆଫଗାନିସ୍ତାନ କହିଥିଲା ଯେ ପାକିସ୍ତାନ ଆବାସିକ ଅଞ୍ଚଳରେ ଆକ୍ରମଣ କରିଛି, ଯେଉଁଥିରେ ଅନେକ ଶିଶୁ ଏବଂ ମହିଳା ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣକୁ ଆଫଗାନିସ୍ତାନ ଦୃଢ଼ ବିରୋଧ କରିଛି ଏବଂ ପ୍ରତିଶୋଧର ଅଧିକାର ଥିବା କହିଛି । ଦୁଇ ଦିନ ପରେ ମଙ୍ଗଳବାର ସନ୍ଧ୍ୟାରେ, ଆଫଗାନିସ୍ତାନ ସେନା ସୀମାରେ ଥିବା ପାକିସ୍ତାନୀ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରିଥିଲା ।