ଅମାନିଆଙ୍କୁ ଜଗିବ AI ହେଲମେଟ୍ : କରିବ ଚେକିଂ, ଆପେ ଆପେ କଟିଯିବ ଫାଇନ୍

NEWS7
sambalpur-farmer-in-tension-due-to-off-season-rain

ନୂଆଦିଲ୍ଲୀ, ୦୪/୦୧ : AI ହେଲମେଟ୍ । ଚାଳକଙ୍କ ଉପରେ ରଖିବ ନଜର । ନିୟମ ନ ମାନିଲେ ଆପେ ଆପେ କଟିବ ଚାଲାଣ । ଏବେ ଇଣ୍ଟରନେଟରେ ଏପରି ଏକ ହେଲମେଟ୍ ଚର୍ଚ୍ଚାରେ । ଜଣେ ଭାରତୀୟଙ୍କ ଦ୍ୱାରା ନିର୍ମିତ ଏହି ହେଲମେଟ୍ ବେଙ୍ଗାଲୁରୁରେ ଟ୍ରାଫିକ୍ ପୋଲିସ ପାଇଁ ଏକ ଖାସ୍ ଉପକରଣ ହୋଇଯାଇଛି । ଏଥିରେ ଲାଗିଥିବା ଏଆଇ କ୍ୟାମେରା ଟ୍ରାଫିକ ନିୟମ ଭାଙ୍ଗିଲେ ଚାଲାଣ କାଟି ଦେବ ।

ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଏକ ହେଲମେଟକୁ ମୋଡିଫାଏ କରିଛନ୍ତି । ଏହା ରାସ୍ତା ଉପରେ ସମ୍ପୂର୍ଣ୍ଣ ନଜର ରଖିଥାଏ । ଯଦି କୌଣସି ବାଇକ୍ କିମ୍ବା କାର୍ ଚାଳକ ଟ୍ରାଫିକ ନିୟମ ଭାଙ୍ଗିଥାନ୍ତି ଏହା ଭିଡିଓ ଉତ୍ତୋଳନ କରିବା ସହ ଟ୍ରାଫିକ ପୋଲିସକୁ ସୂଚନା ଦେଇଥାଏ ।

ତେବେ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଏହି ହେଲମେଟ୍ ବାବଦରେ ଉଲ୍ଲେଖ କରିଛନ୍ତି । କହିଛନ୍ତି ଯେ, ଏଥିରେ କ୍ୟାମେରା ଲାଗିଛି । ଏଥିରେ ଥିବା ଏଆଇ ଫିଚର୍ସ ଅମାନିଆଙ୍କୁ ଚିହ୍ନଟ କରେ । ଏହାପରେ ପୋଲିସକୁ ରିପୋର୍ଟ କରିଥାଏ ।

ଏକ୍ସ ପୋଷ୍ଟ୍ କରି ପଙ୍କଜ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ସେ ନିଜ ହେଲମେଟକୁ ଡିଜାଇନ୍ କରିଛନ୍ତି । ରାସ୍ତାରେ ଗାଡି ଚଲାଇବା ସମୟରେ ଭୁଲ କରୁଥିବା ଲୋକଙ୍କୁ ଦେଖି ସେ ଥକି ଯାଉଥିଲେ । ତେଣୁ ସେ ନିଜ ଡିଭାଇସକୁ ଟ୍ରାଫିକ୍ ପୋଲିସ ଡିଭାଇସ ଭାବେ ପରିବର୍ତ୍ତନ କରିଛନ୍ତି । ବାଇକ୍ ଅନ୍ କଲେ ହେଲମେଟ୍ ଆକ୍ଟିଭ୍ ହୋଇଯାଏ । ନିଜ କାମ ଆରମ୍ଭ କରିଦିଏ ।

ପଙ୍କଜଙ୍କ ପୋଷ୍ଟ ପରେ ହେଲମେଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଏହାକୁ ଠିକ୍ କହିଛନ୍ତି । ଏହାଦ୍ୱାରା ଲୋକେ ଆଉ ଟ୍ରାଫିକ୍ ନିୟମ ଭାଙ୍ଗିବେନି ବୋଲି ସେ କହିଛନ୍ତି ।