Yearly Horoscope 2026 : ବିଛା ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭ ଖବର, ବ୍ୟବସାୟରେ ହେବ ଅଚାନକ ଲାଭ !

NEWS7
salman-khan-and-family-invited-for-katrina-kaif-wedding-arpita-khan-answers

ବୃହସ୍ପତି ଜୁନ୍ ୨, ୨୦୨୬ ପର୍ଯ୍ୟନ୍ତ ଅଷ୍ଟମ ଭାବରେ ରହିବେ, ତା'ପରେ ନବମ ଭାବକୁ ପ୍ରବେଶ କରିବେ। ଶନି ସମ୍ପୂର୍ଣ୍ଣ ବର୍ଷ ପଞ୍ଚମ ଭାବରେ ଅବସ୍ଥାନ କରିବେ। ରାହୁ ଡିସେମ୍ବର ୫, ୨୦୨୬ ପର୍ଯ୍ୟନ୍ତ ଚତୁର୍ଥ ଭାବରେ ଏବଂ କେତୁ ଡିସେମ୍ବର ୫, ୨୦୨୬ ପର୍ଯ୍ୟନ୍ତ ଦଶମ ଭାବରେ ଅବସ୍ଥାନ କରିବେ।

ଶିକ୍ଷା - ବର୍ଷର ପ୍ରଥମାର୍ଦ୍ଧରେ ଅଷ୍ଟମ ଗୁରୁ କାରଣରୁ ଶିକ୍ଷା କ୍ଷେତ୍ରରେ ସାମାନ୍ୟ ବାଧା କିମ୍ବା ଗବେଷଣା ପ୍ରତି ଆଗ୍ରହ ବଢ଼ିବ। ପଞ୍ଚମ ଭାବରେ ଶନିଙ୍କର ଅବସ୍ଥାନ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ କଠୋର ପରିଶ୍ରମ କରିବାକୁ ପଡିବ। ଜୁନ୍ ୨ ପରେ ବୃହସ୍ପତି ନବମ ଭାବକୁ ଆସିବା ଦ୍ୱାରା ଉଚ୍ଚ ଶିକ୍ଷାରେ ଭାଗ୍ୟର ସହଯୋଗ ମିଳିବ। ଦଶମ କେତୁ ବୈଷୟିକ ଏବଂ ପେସା ସମ୍ବନ୍ଧୀୟ ଶିକ୍ଷାରେ ଉନ୍ନତି ଆଣିବେ।

ସ୍ୱାସ୍ଥ୍ୟ - ଅଷ୍ଟମ ଭାବରେ ବୃହସ୍ପତି ଏବଂ ଚତୁର୍ଥ ଭାବରେ ରାହୁଙ୍କର ସ୍ଥିତି ହେତୁ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କତା ଆବଶ୍ୟକ। ଶାରୀରିକ ଏବଂ ମାନସିକ ସ୍ତରରେ ଗୁପ୍ତ ଚିନ୍ତା କିମ୍ବା ଅଜଣା ରୋଗ ଦେଖାଦେଇପାରେ। ଚତୁର୍ଥ ରାହୁ କାରଣରୁ ମାତାଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍। ଜୁନ୍ ପରେ ନବମ ଗୁରୁଙ୍କ ପ୍ରଭାବ ସ୍ୱାସ୍ଥ୍ୟରେ ସାମଗ୍ରିକ ଉନ୍ନତି ଆଣିବ।

ଚାକିରି - ଦଶମ ଭାବରେ କେତୁଙ୍କର ସ୍ଥିତି କାର୍ଯ୍ୟ କ୍ଷେତ୍ରରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଆଣିବ। ବର୍ଷର ପ୍ରଥମାର୍ଦ୍ଧରେ ଅଷ୍ଟମ ଗୁରୁ କାରଣରୁ ଚାକିରିରେ ସାମାନ୍ୟ ବାଧା ଦେଖାଦେଇପାରେ। ତେବେ ଜୁନ୍ ୨ ପରେ ବୃହସ୍ପତି ନବମ ଭାବକୁ ଆସିବା ଦ୍ୱାରା ଭାଗ୍ୟର ସହଯୋଗ ମିଳିବ ଏବଂ କାର୍ଯ୍ୟରେ ଉନ୍ନତି ହେବ। କର୍ମ କ୍ଷେତ୍ରରେ ଆଧ୍ୟାତ୍ମିକ କିମ୍ବା ବୈଷୟିକ ବିଷୟ ପ୍ରତି ଆଗ୍ରହ ବଢ଼ିବ।

ବ୍ୟବସାୟ - ପଞ୍ଚମ ଶନିଙ୍କ ଦୃଷ୍ଟି ଏବଂ ଦଶମ କେତୁଙ୍କ ପ୍ରଭାବ ବ୍ୟବସାୟରେ କଠୋର ପରିଶ୍ରମ ଦ୍ୱାରା ଉନ୍ନତି ଆଣିବ। ଚତୁର୍ଥ ରାହୁ ହେତୁ ଭୂମି, ଘର କିମ୍ବା ରିଅଲ ଇଷ୍ଟେଟ୍ ସହ ଜଡ଼ିତ ବ୍ୟବସାୟରେ ଅଚାନକ ଲାଭ ହୋଇପାରେ। ଜୁନ୍ ପରେ ନବମ ଗୁରୁଙ୍କ ଆଶୀର୍ବାଦ ବ୍ୟବସାୟରେ ବିସ୍ତାର ଆଣିବାରେ ସାହାଯ୍ୟ କରିବ।

ବିବାହ - ବର୍ଷର ପ୍ରଥମାର୍ଦ୍ଧରେ ଅଷ୍ଟମ ବୃହସ୍ପତିଙ୍କ ପ୍ରଭାବ ହେତୁ ବିବାହ ସମ୍ବନ୍ଧରେ ବିଳମ୍ବ କିମ୍ବା ଅସୁବିଧା ଦେଖାଦେଇପାରେ। ତେବେ ଜୁନ୍ ୨ ପରେ ବୃହସ୍ପତି ନବମ ଭାବକୁ ଆସିବା ଦ୍ୱାରା ବିବାହର ଶୁଭ ଯୋଗ ବଢ଼ିବ ଏବଂ ଭାଗ୍ୟର ସହଯୋଗ ମିଳିବ।

ଦାମ୍ପତ୍ୟ ଜୀବନ - ଅଷ୍ଟମ ବୃହସ୍ପତି ଏବଂ ପଞ୍ଚମ ଶନିଙ୍କର ସ୍ଥିତି ଦାମ୍ପତ୍ୟ ଜୀବନରେ ସାମାନ୍ୟ ଚାପ କିମ୍ବା ପରସ୍ପରକୁ ବୁଝିବାରେ ଅସୁବିଧା ଆଣିପାରେ। ଜୁନ୍ ପରେ ସମ୍ପର୍କରେ ଉନ୍ନତି ଆସିବ। ସନ୍ତାନ ସମ୍ବନ୍ଧୀୟ କିଛିଟା ଚିନ୍ତା ରହିପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ବିଦେଶ ଯୋଗ - ବର୍ଷର ପ୍ରଥମାର୍ଦ୍ଧରେ ଅଷ୍ଟମ ଗୁରୁ ଏବଂ ଦଶମ କେତୁଙ୍କର ସ୍ଥିତି ଗବେଷଣା କିମ୍ବା ଗୁପ୍ତ କାର୍ଯ୍ୟରେ ବିଦେଶ ଯାତ୍ରା ଆଣିପାରେ। ଜୁନ୍ ୨ ପରେ ନବମ ବୃହସ୍ପତିଙ୍କର ସ୍ଥିତି ଧାର୍ମିକ କିମ୍ବା ଭାଗ୍ୟ ସମ୍ବନ୍ଧୀୟ ଦୂର ଯାତ୍ରା ଆଣିବ। ଚାକିରି କିମ୍ବା ବ୍ୟବସାୟରେ ଦୂର ସ୍ଥାନକୁ ଯାତ୍ରା ଶୁଭଙ୍କର ହେବ।

ରୋଜଗାର - ଅଷ୍ଟମ ଭାବରେ ବୃହସ୍ପତି ଖର୍ଚ୍ଚ ବଢ଼ାଇଲେ ମଧ୍ୟ ଅଚାନକ ଧନ ଲାଭର ସୁଯୋଗ ଦେଇପାରନ୍ତି। ଜୁନ୍ ୨ ପରେ ନବମ ବୃହସ୍ପତିଙ୍କ ପ୍ରଭାବ ହେତୁ ଆୟରେ ବୃଦ୍ଧି ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପଞ୍ଚମ ଶନିଙ୍କ ଦୃଷ୍ଟି ନିବେଶ କ୍ଷେତ୍ରରେ ଧୀର କିନ୍ତୁ ସ୍ଥାୟୀ ଲାଭ ଦେବ।

ଅନ୍ୟାନ୍ୟ କ୍ଷେତ୍ର - ଚତୁର୍ଥ ରାହୁ କାରଣରୁ ମାତାଙ୍କ ସ୍ୱାସ୍ଥ୍ୟ ଏବଂ ଘରର ପରିବେଶରେ ଅଚାନକ ପରିବର୍ତ୍ତନ ଦେଖାଦେଇପାରେ। ଦଶମ କେତୁ କାର୍ଯ୍ୟ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଦାବି କରିବ। ପଞ୍ଚମ ଶନିଙ୍କ ପ୍ରଭାବ ହେତୁ ପ୍ରେମ ସମ୍ପର୍କରେ ଗମ୍ଭୀରତା ଆସିବ, କିନ୍ତୁ ସାମାନ୍ୟ ଚାପ ରହିବ।

ଶୁଭ ଫଳ ପ୍ରାପ୍ତି ପାଇଁ ପ୍ରତିକାର - ବିଛା ରାଶିର ଜାତକମାନଙ୍କୁ ରାହୁ ଏବଂ ଅଷ୍ଟମ ବୃହସ୍ପତିଙ୍କର ଅଶୁଭତ୍ୱ ନିବାରଣ ପାଇଁ ପ୍ରତିଦିନ ଭଗବାନ ଶିବଙ୍କର ପୂଜା କରିବା ଉଚିତ୍ ଏବଂ ଶିବ ଚାଳିଶା ପାଠ କରନ୍ତୁ। ଶନିଙ୍କ ଶୁଭତ୍ୱ ବଢ଼ାଇବା ପାଇଁ ଶନିବାର ଦିନ ଗରିବ ଶିଶୁମାନଙ୍କୁ ଶିକ୍ଷା ସାମଗ୍ରୀ ଦାନ କରନ୍ତୁ। ଜୁନ୍ ୨ ପରେ ଶୁଭ ଫଳ ପାଇଁ ଗୁରୁବାର ଦିନ କଦଳୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682