LIVE TV

ପାର୍ଟ ପ୍ଲଟ୍ କିଣାବିକାରେ ଗ୍ରାମାଞ୍ଚଳ ପାଇଁ ନାହିଁ କଟକଣା, ସହରାଞ୍ଚଳରେ ଦେବାକୁ ପଡିବ ଦୁଇଟି ଘୋଷଣାନାମା

NEWS7
salaki-river-water-level-rise-in-kandhamal

ଭୁବନେଶ୍ବର ୧୪୧୦: ନିଜ ଜମି କିଣାବିକା କରିବା ଲୋକଙ୍କ ମୌଳିକ ଅଧିକାର । ହେଲେ ଜମି କିଣାବିକା ବେଳେ ସହରୀ ଯୋଜନା ବାବଦରେ ନଜର ଦେବା ଜରୁରୀ । ଏହି ଦୁଇଟି ପ୍ରସଙ୍ଗକୁ ନଜରରେ ରଖି କିଛି ମାସ ଧରି ବନ୍ଦ ଥିବା ପାର୍ଟ ପ୍ଲଟ୍ ପଞ୍ଜିକରଣ ପାଇଁ ବିଭାଗ ତରଫରୁ ଏସ୍‌ଓପି ଆସିଛି । ପୂର୍ବରୁ ବିଭାଗ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ନେଇ କିଛି ପଞ୍ଜିକରଣ ଅଧିକାରୀଙ୍କ ଦ୍ଵନ୍ଦ୍ବ ଥିଲା । ଏହି ଏସ୍‌ଓପି ସବ୍ ରେଜିଷ୍ଟ୍ରାର ମାନଙ୍କ ମଧ୍ୟରେ ଥିବା ଦ୍ଵନ୍ଦ୍ବ ଦୂର ହେବ ଏବଂ ପାର୍ଟ ପ୍ଲଟ୍ କିଣାବିକା ଚାଲିବ ବୋଲି ଆଶା ରହିଛି । ପାର୍ଟ ପ୍ଲଟ କିଣାବିକା ବେଳେ ଗ୍ରାମାଞ୍ଚଳ ପାଇଁ କୌଣସି କଟକଣା ନାହିଁ । କେବଳ ଜଳାଶୟ କିସମ ଜମିକୁ ଏକାଥରେ ବିକ୍ରି କରିହେବ । ସହରାଞ୍ଚଳରେ ଏବଂ ଡେଭେପମେଣ୍ଟ ଏରିଆରେ ଆସୁଥିବା ଅଞ୍ଚଳରେ ପାର୍ଟ ପ୍ଲଟ କିଣାବିକା ପାଇଁ ଦୁଇଟି ଘୋଷଣାନାମା ଦେବାକୁ ପଡିବ । ଚାଷ ଜମି କେବଳ ଚାଷ ପାଇଁ ବ୍ୟବହୃତ ହେବ ଏବଂ ଘରବାଡି କିସମ ଜମିରେ କୌଣସି ରିଏଲ ଇଷ୍ଟେଟ କାରବାର ନ କରିବାକୁ ଡିକ୍ଲାରେସନ ଦେବାକୁ ପଡିବ । ପ୍ରଥମ ଥର ପାଇଁ ୫୦୦ ବର୍ଗ ମିଟର ପର୍ଯ୍ୟନ୍ତ ଜମି ବିକିଲେ କୌଣସି ଲେ ଆଉଟ୍ ଦେବାକୁ ପଡିବ ନାହିଁ । ମୁଖ୍ୟତଃ ଅଧିକାରୀଙ୍କ ପାଇଁ ପାର୍ଟ ପ୍ଲଟ୍ କିଣାବିକାରେ ଥିବା ଦ୍ଵନ୍ଦ୍ବ ଏହି ଏସ୍‌ଓପି ଜରିଆରେ ଦୂର ହେବ ବୋଲି ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂହ କହିଛନ୍ତି ।