ଆସନ୍ତା ୧୯ରୁ ମାଟ୍ରିକ୍‌ ପରୀକ୍ଷା, ସିସିଟିଭି ନଜରରେ ରହିବ ପରୀକ୍ଷା କେନ୍ଦ୍ର

NEWS7
sahinbag-anti-caa-protestors-protesting-in-corona-fear

କଟକ ୦୯।୦୨: ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା କରାଯିବ । ପ୍ରଶ୍ନପତ୍ର ପାଇଁ ୩୨୨ଟି ନୋଡାଲ ସେଣ୍ଟର ସୃଷ୍ଟି କରାଯିବ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏ ଖବର ବି ପଢନ୍ତୁ:- ​​​​​​​କ୍ୟାମ୍ପରେ ଅଘଟଣ, ନିଜକୁ ନିଜେ ଗୁଳି କଲେ CRPF ଯବାନ...

ସରିଛି ଅପେକ୍ଷା । ଘୋଷଣା ହୋଇଛି ମାଟ୍ରିକ ପରୀକ୍ଷା ପାଇଁ ତାରିଖ। ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ବୋର୍ଡ ସଭାପତିଙ୍କ ଅନୁସାରେ, ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଯାହା ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ।  ଏନେଇ ୩୦୮୨ ସେଣ୍ଟର ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ପ୍ରଶ୍ନପତ୍ର ପାଇଁ ୩୨୨ଟି ନୋଡାଲ ସେଣ୍ଟର ସୃଷ୍ଟି କରାଯିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି । ଯେଉଁଥିରେ ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ରଖିବାକୁ ବୋର୍ଡ ପକ୍ଷରୁ ଯୋଜନା କରାଯାଇଛି । ସମସ୍ତ ନୋଡାଲ ସେଣ୍ଟର ଗୁଡ଼ିକୁ ସିସିଟିଭି ନଜରରେ ରଖାଯିବ ।

ଚଳିତବର୍ଷ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ର ଗୁଡ଼ିକ ମଧ୍ୟ ସିସିଟିଭି ନଜରରେ ରହିବ । ତେବେ ପରୀକ୍ଷା ପାଇଁ ୧୦ ଦିନ ପୂର୍ବରୁ ପ୍ରଥମେ ଚାରୋଟି ଜିଲ୍ଲାକୁ ପ୍ରଶ୍ନ ପତ୍ର ପଠାଯିବ । ତେବେ ପରୀକ୍ଷା ପୂର୍ବରୁ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କିପରି ପହଞ୍ଚିବ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବୋର୍ଡ ସଭାପତି ନିର୍ଦ୍ଦେଶ ଦେଇଛନ୍ତି ।

ଏ ଖବର ବି ପଢନ୍ତୁ:- ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା, ନିର୍ବାଚନୀ ଇସ୍ତାହାରରେ ଦେଇଥିବା କଥା ରଖନ୍ତୁ...