ଲୋକସଭାରେ ନିର୍ବାଚନ ସଂସ୍କାର ଓ ଭୋଟ ଚୋରିକୁ ନେଇ ଚର୍ଚ୍ଚା ଡିସେମ୍ବର ୯ରେ

NEWS7
safe-down-under-saudi-woman-who-fled-family-to-thailand-granted-asylum-in-canada

ନୂଆଦିଲ୍ଲୀ ୭।୧୨: ସଂସଦର ଶୀତକାଳୀନ ଅଧିବେଶନରେ ଡିସେମ୍ବର ୯ ତାରିଖ ମଙ୍ଗଳବାର ଲୋକସଭାରେ ନିର୍ବାଚନ ସଂସ୍କାର ଓ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ସମ୍ପର୍କିତ ଭୋଟ ଚୋରି ଆରୋପ ଉପରେ ଚର୍ଚ୍ଚା ହେବ। ଏଥି ପାଇଁ ୧୦ ଘଣ୍ଟା ସମୟ ଦିଆଯାଇଛି। ଏହି ଚର୍ଚ୍ଚା ଲାଗି କଂଗ୍ରେସର ୧୦ ଜଣ ବକ୍ତାଙ୍କ ତାଲିକା (ଟେଣ୍ଟେଟିଭ) ସାମ୍ନାକୁ ଆସିଛି। ଏହି ବିତର୍କରେ ବିରୋଧୀ ଦଳ ନେତା ଭାବେ ରହୁଲ ଗାନ୍ଧି ଅଂଶଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘବାଲ ଡିସେମ୍ବର ୧୦ ତାରିଖରେ ଏହାର ଜବାବ ଦେବେ।

ବିତର୍କରେ ଏସଆଇଆର ପ୍ରକ୍ରିୟାରେ ଭୋଟ ଚୋରି ଅଭିଯୋଗ, ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଓ ବ୍ୟାପକ ନିର୍ବାଚନ ସଂସ୍କାର ଉପରେ ଖାସ ଫୋକସ ରହିବ। କଂଗ୍ରେସ ସମେତ କେତେକ ବିରୋଧୀ ଦଳ ଏହାକୁ ଜାତୀୟ ସଂକଟ ବୋଲି କହିଛନ୍ତି। ଚର୍ଚ୍ଚା ଲାଗି ମୋଟ ୧୦ ଘଣ୍ଟା ସମୟ ନିର୍ଦ୍ଧାରିତ ହୋଇଛି। ଏଥିରେ ଶାସକ ଓ ବିରୋଧୀଙ୍କୁ ସମାନ ସମାନ ସମୟ ମିଳିବ। ବିଜନେସ୍ ଆଡଭାଇଜରୀ କାଉନସିଲ (ବିଏସି) ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ନିର୍ବାଚନ ସୁଧାର ଓ ଭୋଟ ଚୋରିକୁ ନେଇ ଚର୍ଚ୍ଚା ଲାଗି କଂଗ୍ରେସ ସାଂସଦଙ୍କୁ ୮ରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ସଦନରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଏସଆଇଆର ପ୍ରସଙ୍ଗରେ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା। ଏହି ଚର୍ଚ୍ଚାରେ କଂଗ୍ରେସ ପକ୍ଷରୁ ଯେଉଁ ସମ୍ଭାବିତ ତାଲିକା ଜାରି କରାଯାଇଛି ସେଥିରେ କେ.ସି.ବେଣୁଗୋପାଲ, ମନିଷ ତିୱାରୀ, ବର୍ଷା ଗାୟକୱାଡ, ମହମ୍ମଦ ଜାଭେଦ, ଉଜ୍ଜ୍ୱଲ ରମଣ ସିଂହ, ଈସା ଖାନ, ରବି ମଲ୍ଲୁ, ଇମ୍ରାନ ମସୁଦ, ଗୋୱାଲ ପଦବୀ ଓ ଜ୍ୟୋତିମଣିଙ୍କ ନାମ ଦିଆଯାଇଛି।