ବିଜେଡି ଓ କଂଗ୍ରେସ ଧର୍ମନିରପେକ୍ଷତା ଆଦର୍ଶରେ ବିଶ୍ୱାସ କରନ୍ତି, କଂଗ୍ରେସ ସମର୍ଥନ ସ୍ବୀକାର କରିବାରେ ଅସୁବିଧା ନାହିଁ

NEWS7
sachin-tendulkar-was-stunned-by-the-news-of-piyush-chawlas-fathers-death

କଟକ ୫।୩: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ କଟକ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ନେତା ଓ କର୍ମୀ ମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ସଂତୃପ୍ତ ମିଶ୍ର । ଏହି ଅବସରରେ ପ୍ରତିକ୍ରିୟା ଦେଇ ସଂତୃପ୍ତ କହିଛନ୍ତି ସେ ଓ ଡାକ୍ତର ଦତ୍ତେଶ୍ବର ହୋତା ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ।

ସେପଟେ ଦିଲ୍ଲୀପ ରାୟ ନିଜେ ଜିତିବା ନେଇ ଦେଇଥିବା ଦୃଢୋକ୍ତି ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ସଂତୃପ୍ତ ମନା କରିଦେଇଛନ୍ତି । ଚୌଦ୍ବାର କଟକ ନେତା ପ୍ରଭାତ ବିଶ୍ବାଳ ରାଜ୍ୟସଭା ପ୍ରାର୍ଥୀ ଭାବେ ସଂତୃପ୍ତଙ୍କୁ ବିରୋଧ କରିଥିବା ସମ୍ପର୍କରେ ପ୍ରତିକ୍ରିୟା ରଖି ସଂତୃପ୍ତ କହିଛନ୍ତି, ସମ୍ପର୍କ ଖରାପ କରିବାରେ ମୁଁ ବିଶ୍ବାସ କରେ ନାହିଁ । ଏବେବି ପ୍ରଭାତଙ୍କ ସହ ତାଙ୍କର ସମ୍ପର୍କ ଭଲ ରହିଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥନ ସ୍ବୀକାର କରିବା ସମ୍ପର୍କରେ ପ୍ରତିକ୍ରିୟା ରଖି ସଂତୃପ୍ତ କହିଛନ୍ତି, ଆଦର୍ଶଗତ ସାମଞ୍ଜସ୍ୟ କାରଣରୁ କଂଗ୍ରେସ ସମର୍ଥନ ଜଣାଇଛି । ବିଜେଡି ଓ କଂଗ୍ରେସ ଉଭୟ ଧର୍ମନିରପେକ୍ଷତା ଆଦର୍ଶରେ ବିଶ୍ୱାସ କରନ୍ତି । ତେଣୁ କଂଗ୍ରେସ ସମର୍ଥନ ସ୍ବୀକାର କରିବାରେ ଅସୁବିଧା ନାହିଁ ବୋଲି ସଂତୃପ୍ତ କହିଛନ୍ତି । ତେବେ ଆଗକୁ ଏ ଆଦର୍ଶଗତ ସାମଞ୍ଜସ୍ୟକୁ ନେଇ ଏବେଠୁ କିଛି କଳ୍ପନା ଜଳ୍ପନା କରିବା ଠିକ୍ ନୁହେଁ ବୋଲି କହିଛନ୍ତି ସଂତୃପ୍ତ । ଶୁକ୍ରବାର ଅପରାହ୍ନରେ କଟକରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଂତୃପ୍ତ ମିଶ୍ର ଏହି ପ୍ରତିକ୍ରିୟା ରଖିଛନ୍ତି ।