ଆମେରିକାକୁ ଘାରିଲାଣି ଅଲକାଏଦା ଭୟ:ଓସାମା ବିନ ଲାଡେନର ପୁଅକୁ ଧରାଇ ଦେଲେଦେବ ୧ ମିଲିଅନ ଡଲାରପୁରସ୍କାର

NEWS7
sachin-tendulkar-share-video-of-boy-solve-rubic-cubi-blindfolded

ୱାଶିଂଟନ୍: ଆମେରିକାକୁ ଘାରୁଛି ଲାଡେନ ଭୟ। ଏଥିପାଇଁ ଲାଡେନର ବଂଶକୁ ବି ମୂଳପୋଚ କରିବାକୁ ଚାହୁଁଛି ୟୁଏସ୍। ଗୁରୁବାର ଆମେରିକା ଓସାମା ବିନ୍ ଲାଡେନର ପୁଅ ହମଜା ବିନ୍ ଲାଡେନ୍‌କୁ ନେଇ ବଡ଼ ଘୋଷଣା କରିଛି। ହମଜା ବିଷୟରେ ସୂଚନା ଦେଲେ ଆମେରିକା ସରକାର ଉକ୍ତ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଏନେଇ ଯୁକ୍ତରାଷ୍ଟ୍ର ଆମେରିକାର କୂଟନୈତିକ ସୁରକ୍ଷା ସହାୟକ ସଚିବ ମାଇକେଲ୍ ଟି. ଇଭାନଫ୍ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି "ଆଲ-କାଏଦା ନେତା ହମଜା ବିନ୍ ଲାଡେନର ଯେକୌଣସି ଦେଶରେ ଚିହ୍ନଟ ହେଲେ କିମ୍ବା ସେ ରହୁଥିବା ସ୍ଥାନ ସମ୍ପର୍କରେ ସୂଚନା ଦେଲେ ଆମେରିକା ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ଦେବାକୁ ପ୍ରସ୍ତାବ ଦେଉଛି।"

ଅଲ-କାଏଦା ଏବଂ ଏହାର ଭବିଷ୍ୟତ ନେତୃତ୍ୱକୁ ମୁକାବିଲା କରିବା ପାଇଁ ନୂଆ ଉପକରଣ" ଶୀର୍ଷକ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଇଭାନଫ ଏହି ସୂଚନ ଦେଇଛନ୍ତି। ଏହି ଘୋଷଣା କଲା ବେଳେ ଇଭାନଫଙ୍କ ସହିତ ୟୁଏସ ରାଷ୍ଟ୍ରଦୂତ-ଆଟ୍-ଲାର୍ଜ ଏବଂ ଆତଙ୍କବାଦ ବିରୋଧୀ କୋର୍ଡିନେଟର ନାଥନ ଏ. ସେଲ୍ସ ମଧ୍ୟ ଉପସ୍ଥିତ ଥିଲେ।

ବାପା ଓସାମା ବିନ ଲାଡେନକୁ ହତ୍ୟା କରିବା ପରେ ହମଜା ବିନ ଲାଡେନ ଆମେରିକା ଉପରେ ପ୍ରତିଶୋଧ ନେବାର ସୁଯୋଗ ଖୋଜୁଛି। ଏଥିପାଇଁ ସେ ସମୟ ସମୟରେ ତା’ର ଅଡିଓ ଭିଡିଓ ମେସେଜ୍ ଦେଇ ଆତଙ୍କବାଦୀଙ୍କୁ ଆମେରିକା ଉପରେ ଆକ୍ରମଣ କରିବାକୁ ଉସ୍କାଉଥିବା ଖବର ସାମ୍ନାକୁ ଆସୁଛି। ଏନେଇ ଇଭାନଫ କହିଛନ୍ତି “ହମଜା ବିନ୍ ଲାଡେନ୍ ହେଉଛନ୍ତି ପୂର୍ବତନ ଅଲ-କାଏଦା ନେତା ଓସାମା ବିନ୍ ଲାଡେନର ପୁଅ ଏବଂ ଅଲ-କାଏଦା ଗଡ଼ରେ ଜଣେ ନେତା ଭାବରେ ଉଭା ହେଉଛି। ସେ ଇଣ୍ଟରନେଟରେ ଅଡିଓ ଏବଂ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛି, ଯେଉଁଥିରେ ସେ ତା’ର ଅନୁଗାମୀମାନଙ୍କୁ ଆମେରିକା ଏବଂ ଏହାର ପଶ୍ଚିମ ମେଣ୍ଟ ବିରୁଦ୍ଧରେ ଆକ୍ରମଣ କରିବାକୁ ଆହ୍ୱାନ ଦେଇଛି। ଆମେରିକା ହମଜା ବିନ୍ ଲାଡେନଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି।”

ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ଜାନୁଆରୀ ୨୦୧୭ରେ ହମଜାକୁ "ସ୍ପେଶିଆଲି ଡେଜିନେଟେଡ୍ ଗ୍ଲୋବାଲ୍ ଟେରରିଷ୍ଟ" ଘୋଷଣା କରିଥିଲା। " ଆମେରିକାର ଅଧିକାର କ୍ଷେତ୍ର ଅଧୀନରେ ଆସୁଥିବା ସେହି ସମସ୍ତ ପ୍ରପର୍ଟି ଯେଉଁଥିରେ ହମଜ ହମଜା ବିନ୍ ଲାଡେନର ଇଣ୍ଟରେଷ୍ଟ ଦେଖାଉଛି, ସେଗୁଡ଼ିକୁ ସବୁ ବ୍ଲକ କରାଯାଇଛି। ଆମେରିକା ଲୋକଙ୍କୁ ସେମାନଙ୍କ ସହିତ କୌଣସି କାରାର କରିବାକୁ ନିଷେଧ କରାଯାଇଛି।

ତେବେ ଅଲ୍କାଏଦା ବର୍ତ୍ତମାନ କିଛିଦିନ ହେବ ନିରବ ରହିଛି। ହେଲେ ଆମେରିକାକୁ ଟାର୍ଗେଟ୍ କରିବାକୁ ସୁଯୋଗ ଖୋଜୁଛି। ଏହି ସଂଗଠନ ପାଖରେ ଆକ୍ରମଣ କରିବାର ସମସ୍ତ କ୍ଷମତା ଏବଂ ଉଦ୍ଦେଶ୍ୟ ରହିଛି ବୋଲି ନାଥନ କହିଛନ୍ତି। ତେଣୁ ଅଲକାଏଦା ଉପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନେଇ ନାଥନ କହିଛନ୍ତି

‘ସୋମାଲିଆ ଏବଂ ସିରିଆ ଭଳି ସ୍ଥାନରେ ଅଲ-କାଏଦା ଷଡଯନ୍ତ୍ରକାରୀମାନେ ଆମେରିକା ଏବଂ ଆମର ସହଯୋଗୀମାନଙ୍କୁ ଧମକ ଦେଇପାରିବେ ନାହିଁ ତାହା ନିଶ୍ଚିତ କରିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବୁ।‘

ତେବେ ଏହା ପୂର୍ବରୁ ହମଜା ବିନ ଲାଡେନର ହତ୍ୟା କରାଯାଇଥିବା ନେଇ ଅନେକ ଥର ଖବର ପ୍ରକାଶ ପାଇଛି। ୨୦୧୯ରେ ଆମେରିକା ଏୟାର ଷ୍ଟ୍ରାଇକ୍ କରି ତାକୁ ହତ୍ୟା କରିଥିବା କହିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଏହି ଘୋଷଣା କରିଥିଲେ। ହେଲେ ପେଣ୍ଟାଗନ କିନ୍ତୁ ଏନେଇ ପ୍ରମାଣ ସହ ସ୍ପଷ୍ଟ କରିପାରି ନଥିଲା। ତେବେ ୨୦୨୪ରେ ହମଜା ଜୀବୀତ ଥିବା ଜଣାପଡ଼ିଥିଲା।