ଲସ୍କର ତିଆରି କରିବ ମହିଳା ଆତଙ୍କବାଦୀ, ପାକିସ୍ତାନରେ ଖୋଲିବ ୨ଟି ଟ୍ରେନିଂ କ୍ୟାମ୍ପ

NEWS7
sachin-pilot-has-to-think-over-possible-consequences-on-congress-partys-request-for-coming-back

ଇସଲାମାବାଦ: ପାକିସ୍ତାନ ସହାୟତାରେ ଚେର ଲମ୍ବାଉଥିବା ଆତଙ୍କୀ ସଂଗଠନ ଲସ୍କର-ଏ ତୋଏବା ଏବେ ଘାତକ ଯୋଜନା କରୁଛି । ପୁରୁଷଙ୍କ ଭଳି ମହିଳାଙ୍କୁ ଲସ୍କର ଦେବ ଆତଙ୍କୀ ଟ୍ରେନିଂ । ସବୁଠାରୁ ବଡ଼ କଥା ହେଉଛି, ମହିଳା ଆତଙ୍କବାଦୀ ସୃଷ୍ଟି କରିବାକୁ ପାକିସ୍ତାନରେ ଖୋଲିବ ଦୁଇଟି ପ୍ରଶିକ୍ଷଣ ଶିବିର । ଏଭଳି ଖବର ମିଳିବା ପରେ ଭାରତୀୟ ସୁରକ୍ଷା ଏଜେନ୍ସି ତତ୍ପର ହୋଇଉଠିଛି ।

ମିଳିଥିବା ସୂଚନା ଅନୁସାରେ, ଲସ୍କର ମହିଳାମାନଙ୍କ ପାଇଁ ଦୁଇଟି ନୂଆ ଟ୍ରେନିଂ କ୍ୟାମ୍ପ (ମରକଜ୍) ପ୍ରସ୍ତୁତ କରୁଛି । ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ସଂପର୍କରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବ ଲସ୍କର । ଏବେ ଲସ୍କର ମହିଳାମାନଙ୍କୁ ବିଭିନ୍ନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରୁଥିଲା । କିନ୍ତ ଆଗକୁ ମହିଳା ଆତଙ୍କବାଦୀ ଭାରତରେ ପଶି ଅରାଜକତା ସୃଷ୍ଟି କରିବେ, ଏଥିରେ କୌଣସି ସନ୍ଦେହ ନାହିଁ । ଏହାକୁ ନଜରରେ ରଖି ଭାରତୀୟ ସୁରକ୍ଷା ଏଜନ୍ସେି ପ୍ରସ୍ତୁତି ଆରମ୍ଭ କରିସାରିଛି ।

ଭବିଷ୍ୟତରେ ପାକିସ୍ତାନୀ ମହିଳାମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହୋଇପାରନ୍ତି ଏବଂ ଓଭରଗ୍ରାଉଣ୍ଡ କର୍ମୀ ଭଳି ଭୂମିକା ଗ୍ରହଣ କରିପାରନ୍ତି । ସଂଗଠନର ବରିଷ୍ଠ ନେତା ଅବଦୁର ରୌଫ ଇସଲାମାବାଦର ମରକଜ୍ କୁବା ଅଲ-ଇସଲାମ ପରିଦର୍ଶନ କରିଥିଲା । ମହିଳାମାନଙ୍କୁ ତାଲିମ ଦେବା ଲାଗି ଏହି କେନ୍ଦ୍ରକୁ ବିସ୍ତାର କରାଯାଉଛି।

ଅପରେସନ୍ ସିନ୍ଦୂର ପରେ, ଜୈଶ୍-ଏ-ମହମ୍ମଦ ମଧ୍ୟ ଏକ ମହିଳା ଶାଖା ଆରମ୍ଭ କରିଥିଲା। ମାସୁଦ୍ ଆଝାର ଭଉଣୀ ଏହି ମହିଳା ଶାଖାର ଦାୟିତ୍ୱ ନେଇଛି । ହାଫିଜ୍ ସଇଦ ଏବଂ ମାସୁଦ୍ ଆଝାର ଭଳି ଆତଙ୍କବାଦୀ ଅପରେସନ୍ ସିନ୍ଦୂର ପରଠାରୁ ଲୁଚିଛପି ନିଜର କାର୍ଯ୍ୟକଳାପ ଜାରି ରଖିଛନ୍ତି । ଉଭୟ ସଂଗଠନ ନିଜ ନିଜ ଆତଙ୍କବାଦୀ ସଂଗଠନ ମଧ୍ୟରେ ମହିଳା ଶାଖା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି।