ରାଷ୍ଟ୍ରପତିଙ୍କ ଠାରୁ ବି ପାଓ୍ୱାରଫୁଲ: ଗାଦିରେ ବସି ଚଲାଉଥିଲେ ଗୋଟି, ବଢାଉଥିଲେ ସାମ୍ରାଜ୍ୟ

NEWS7
russia-corona-vaccine-shows-positive-result-in-human-trial

ନୂଆଦିଲ୍ଲୀ ୦୫/୦୧: ଭେନେଜୁଏଲା ପ୍ରଥମ ମହିଳା, ଡ୍ରଗ୍ ଲର୍ଡସ । ବନ୍ଦୀ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍।ଦଶ ବର୍ଷରୁ ଅଧିକ ସମୟ ଧରି ସେ ପ୍ରଥମ ମହିଳା। ତେବେ ପ୍ରଥମ ମହିଳା ଟ୍ୟାଗ୍ ନେବାକୁ ପସନ୍ଦ କରିନ୍ତିନି ଫ୍ଲୋରେସ୍ ।ଜିଦ୍ ଥିଲା ତାଙ୍କୁ ଡକାଯାଉ ପ୍ରାଇମେରା କମ୍ବାଟିଆଣ୍ଟେ।ସିଲିଆ ଫ୍ଲୋରେସ୍,ଅନେକ ପ୍ରତିଭାର ଅଧିକାରିଣୀ। ଭେନେଜୁଏଲାର ଆଇନଜୀବୀ ସହ ପୂର୍ବତନ ସାଂସଦ ।

୨୦୧୩ରେ, ନିକୋଲାସ୍ ମାଦୁରୋଙ୍କୁ ବିବାହ କରିଥିଲେ ସିଲିଆ । ଯିଏକି, ହୁଗୋ ଚାଭେଜଙ୍କ ମୃତ୍ୟୁ ପରେ ସମ୍ଭାଳିଥିଲେ ରାଷ୍ଟ୍ରର ଭାର । ପ୍ରାୟତଃ ରାଷ୍ଟ୍ରପତିଙ୍କ ପତ୍ନୀ ଅପେକ୍ଷା ଅଧିକ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ତାଙ୍କୁ ।୩୦ ବର୍ଷରୁ ଅଧିକ ସମୟ ଧରି ମାଦୁରୋଙ୍କ ସହରହିଆସିଛନ୍ତି । ତେବେ ଏହାରି ଭିତରେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ରାଜନୈତିକ ପରିଚୟ ।

ଭେନେଜୁଏଲାର ସବୁଠାରୁ ଶକ୍ତିଶାଳୀ ମହିଳାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ରାଷ୍ଟ୍ରପତି ମାଦୁରୋଙ୍କ ସହ ପତ୍ନୀ ଫ୍ଲୋରେସ୍ ବି ଆମେରିକା କବ୍ଜାରେ । ଆଉ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ । ଲାଞ୍ଚ ସହ କୋକେନ କାରବାରରେ ଜଡିତ ଥିଲେ ଫ୍ଲୋରେସ୍ । ଆସନ୍ତୁ ଜାଣିବା ପୂରା ଘଟଣା...​​​​​​​