ଅବସରପ୍ରାପ୍ତ ANM ସୁପରଭାଇଜରଙ୍କୁ ହତ୍ୟା, ଲୁଟ୍ ପରେ ମାରିଦେଲେ ଦୁର୍ବୃତ୍ତ !

NEWS7
russia-and-poland-hockey-teams-arrive-bhubaneswar-fih-mens-series-finals

କଳାହାଣ୍ଡି ୨୨।୧୨ : ଅବସରପ୍ରାପ୍ତ ANM ସୁପରଭାଇଜରଙ୍କୁ ହତ୍ୟା l ଲୁଟ ପରେ ହତ୍ୟା କରାଯାଇଥିବା ସନ୍ଦେହ l କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଗଡ଼ିଆଜୋର ଗାଁରୁ ଆସିଛି ଏପରି ଦୁଃଖଦ ଘଟଣା । ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଘରେ ଏକାକୀ ରହୁଥିଲେ ଅବସରପ୍ରାପ୍ତ ଏଏନଏମ ସୁପର ଭାଇଜର ସୁଚିତ୍ରା ଖୁଣ୍ଟିଆ । ଦୁର୍ବୃତ୍ତ ମାନେ ଘରେ ପଶି ପ୍ରଥମେ ଲୁଟ୍ କରିଥିଲେ । ଏହାପରେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସକାଳୁ ସକାଳୁ ଘର ଆଗରେ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ମୃତକଙ୍କ ସ୍ୱାମୀ ଓ ପୁଅ ବାହାର ରହୁଥିବାର ଜଣାପଡିଛି ।

ତେବେ ଏହି ହତ୍ୟାକାଣ୍ଡ ପଛରେ କିଏ ସାମିଲ ଅଛି । ସେନେଇ କୌଣସି ତଥ୍ୟ ପୋଲିସର ହସ୍ତଗତ ହୋଇନାହିଁ । ମୃତଦେହ ବ୍ୟବଚ୍ଛେଦ ଏବଂ ପୋଲିସର ପ୍ରାଥମିକ ରିପୋର୍ଟ ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଆଶା କରାଯାଉଛି। ଧର୍ମଗଡ଼ ପୋଲିସ ବିଭିନ୍ନ ଦିଗକୁ ନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି।