Live Live
LIVE

Rajyasabha result: ବର୍ଷିଲା ବିଜେଡି, କ୍ରସ୍ ଭୋଟିଂ କରିଥିବା ନେତାଙ୍କୁ ଟାର୍ଗେଟ୍

NEWS7
rupee-depreciation-in-comparison-to-dollar

ଭୁବନେଶ୍ୱର ୧୭/୦୩: ରାଜ୍ୟସଭା ନିର୍ବାଚନ ପରେ ବର୍ଷିଲା ବିଜେଡି । ବିଜେଡି କହିଲା ପଇସା ନେଇ କ୍ରସ୍ ଭୋଟିଂ ହୋଇଛି । କ୍ରସ୍ ଭୋଟିଂ କରିଥିବା ନେତାଙ୍କୁ ଟାର୍ଗେଟ୍ କଲା ବିଜେଡି । ବିଜେଡି କହିଲା ଟଙ୍କା ନେଇ ବିକ୍ରି ହୋଇଗଲେ ନେତା । ଚାଲିଥିଲା ଘୋଡ଼ା ବେପାର । ନିର୍ବାଚନ ମଣ୍ଡଳିରେ ସେଭଳି ନେତାଙ୍କୁ ଘୋର ବିରୋଧ କରିବାକୁ ବିଜେଡିର ଅପିଲ୍ । ଲୋକ ଲଜ୍ଜାରୁ ବଞ୍ଚିବା ପାଇଁ ବିଜୁ ଲିଗାସୀ କଥା ଉଠାଉଛନ୍ତି ।

ସୂଚନା ଥାଉକି, ପ୍ରେସମିଟ୍ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ, ଓ ବିଧାୟକ ଧ୍ରୁବ ସାହୁ । ସେମାନେ କହିଛନ୍ତି କାଲି ଓଡିଶା ପାଇଁ କଲା ଦିବସ ଥିଲା । ଘୋଡା ବେପାର କରି ସ୍ମରଣୀୟ କରିଛନ୍ତି । କୋଟି କୋଟି ଟଙ୍କା ନେଇ କ୍ରସ ଭୋଟିଙ୍ଗ କରିଛନ୍ତି । ଟଙ୍କା ନେଇ ଯେଉଁ ବିଧାୟକ ମାନେ ବିକ୍ରି ହୋଇଛନ୍ତି । ନବୀନ ବାବୁଙ୍କ ଧୋକା ଦେଇଛନ୍ତି । ନବୀନ ବାବୁଙ୍କ ଅଭିଶାପ ପଡିଲା ।

ଭଗବାନ ତାଙ୍କୁ ଶାସ୍ତି ଦେବେ ବୋଲି ବ୍ୟୋମକେଶ ରାୟ କହିଛନ୍ତି । ଆହୁରି କହିଛନ୍ତି ଅରବିନ୍ଦ ମହାପାତ୍ର ଦୁଇମାସ ପୂର୍ବରୁ ସସ୍ପେଣ୍ଡ କରାଯାଇଥିଲା । ଆଜି ପ୍ରମାଣିତ ହେଲା ଯେ ନବୀନ ବାବୁ ଠିକ କରିଛନ୍ତି । ଦୁଇମାସ ପୂର୍ବରୁ ବିଜେଡ଼ିକୁ ଭାଙ୍ଗିବାବୁ ଚେଷ୍ଟା କରୁଥିଲେ । ବାପାଙ୍କ ରାସ୍ତାରେ ପୁଅ ମାନେ ଯାଇଛନ୍ତି । ନିଜ ପାପକୁ ଲୁଚାଇବାକୁ ବିଜୁ ଲିଗାସୀ କଥା କହୁଛନ୍ତି ।

ବାପା ଚିଟ ଫଣ୍ଡ ଚୋରି କରି ସିବିଆଇ ଗିରଫ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନିଜ ଘରେ ବିଧାୟକଙ୍କୁ ଲୁଚେଇ ରଖିଥିଲେ । ଷଡ଼ଯନ୍ତ୍ର ରଚେୟତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ରେଙ୍ଗାଲି ବିଧାୟକ ସଚୋଟତା ପାଇଁ ବିଜେଡି ତାଙ୍କୁ ସାଲ୍ୟୁଟ କରୁଛି । ତାଙ୍କୁ ୧୫ କୋଟି ଟଙ୍କା ଯାଚାଯାଇଥିଲା । ହେଲେ ସେ ତାକୁ ଭ୍ରୁକ୍ଷେପ କରି ଦଳର ନୀତି ଆର୍ଦଶ ମାନି ଭୋଟ ଦେଇଥିଲେ ।