ଲଭ୍‌ ଷ୍ଟୋରୀରୁ ହେଟ୍‌ ଷ୍ଟୋରୀ...ଅପହରଣ ନାଟକ ଗୁମର ଖୋଲିବେ ଗାର୍ଲଫ୍ରେଣ୍ଡ

NEWS7
rpf-jawan-saved-life-passenger-in-bhuabaneswar-railway-station

ଭୁବନେଶ୍ୱର ୧୮।୦୧ : ଗୁମର ଖୋଲିବେ ଗାର୍ଲଫ୍ରେଣ୍ଡ । ସାତ ବର୍ଷ ତଳର ପ୍ରେମ-ପ୍ରତାରଣରୁ ଅପହରଣର ଖୋଲିବ ଗୁମର । ଅଭିଯୁକ୍ତକୁ ରିମାଣ୍ଡରେ ଆଣିଛି ପୋଲିସ । ଏହି ରିମାଣ୍ଡରେ ଗୁମର ଖୋଲିପାରେ।

ଖବର ଅନୁଯାୟୀ, ୨୦୧୯ ମସିହାରେ ବ୍ୟବସାୟୀ ବଳରାମ ସାହାଣୀଙ୍କୁ ଅପହରଣ କରାଯାଇଥିଲା । ଏହି ଅପହରଣ ପଛରେ ତାଙ୍କ ଗାର୍ଲଫ୍ରେଣ୍ଡ ଥିବା ପୋଲିସକୁ ସନ୍ଦେହ ହୋଇଥିଲା । ଏହି ଆଧାରଣରେ ପୋଲିସ ତାଙ୍କ ବାନ୍ଧବୀଙ୍କୁ ଗିରଫ କରିଛି । ଆଉ ଏବେ ଗାର୍ଲଫ୍ରେଣ୍ଡଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ପୋଲିସ । ସାତ ବର୍ଷ ତଳର ଲଭ ଷ୍ଟୋରୀରୁ କିପରି ହେଟ୍ ଷ୍ଟୋରୀ କିପରି ହେଲା । ତାର ସତ ପଦାକୁ ଆସିବ ବୋଲି ପୋଲିସ ଛାନଭିନ୍‌ ଜାରି ରଖିଛି ।