LIVE TV

ବାଇକରେ ଆସିଲେ, ଯୁବକଙ୍କ ଉପରକୁ ବୋମା ଫିଙ୍ଗି ମାରିଲେ ଫେରାର

NEWS7
romil-chaudhry-and-deepika-kakar-to-share-screen-together-in-kahan-hum-kahan-tum-serial

ବ୍ରହ୍ମପୁର ୦୩।୧୧ : ବ୍ରହ୍ମପୁର ଆଙ୍କୁଲି ଶିଳ୍ପାଞ୍ଚଳରେ ବୋମାମାଡ଼ । ଯେଉଁଥିରେ ଶିବ ବାହାଦୁର ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଶିବଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିବ ଦିନ ମଜୁରିଆ ଭାବେ କାମ କରୁଥିବାର ଜଣାପଡିଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତି ପ୍ରାୟ ୯ଟା ସମୟରେ ଶିବ ଆଙ୍କୁଲି ଶିଳ୍ପାଞ୍ଚଳ ରାମମନ୍ଦିର ନିକଟରେ ଥିଲେ । ଏହି ସମୟରେ ୨ ଜଣ ଯୁବକ ସେଠାରେ ପହଞ୍ଚି ଶିବଙ୍କ ଉପରକୁ ବୋମା ଫିଙ୍ଗି ଥିଲେ । ଏହାପରେ ଘଟଣାସ୍ଥଳରୁ ଏକ ବାଇକ ଯୋଗ ଫେରାର ମାରିଥିଲେ । ତେବେ ବୋମାଟି ଶିବଙ୍କ ବାମ ଗୋଡ଼ରେ ବାଜି ଥିଲା । ଯାହାଫଳରେ ଶିବଙ୍କ ବାମ ଗୋଡ଼ରେ କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା । ଏହାପରେ ତାଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସେପଟେ ବୋମାମାଡ଼ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଘଟଣାସ୍ଥଳରେ ପଡ଼ିଥିବା ବୋମାର ଅଂଶ ଏବଂ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ​​​​​