ନୂଆ ରାଜନୈତିକ ଦଳର ପଡିବ ମୂଳଦୁଆ, ମୋକିମଙ୍କ ଯୁବ ସମାବେଶରେ ଆଜି ଘୋଷଣା

NEWS7
rolls-royce-now-produce-worlds-finest-honey-at-goodwood-epiri

ଭୁବନେଶ୍ୱର ୧୨/୦୧: ଜାତୀୟ ଯୁବ ଦିବସ ରେ ଶକ୍ତି ପ୍ରଦର୍ଶନ କରିବେ ମହମଦ ମୋକିମ । ନୂଆ ଦଳ ଗଠନ ନେଇ ପଡିବ ମୂଳଦୁଆ । ଭୁବନେଶ୍ୱରରେ ଯୁବ ସମାବେଶରେ ଯୋଗଦେବେ ଏକ ହଜାରରୁ ଅଧିକ ଯୁବ ନେତା । ମାର୍ଚ୍ଚ ଶେଷ ସୁଦ୍ଧା ଜନ୍ମ ନେବ ନୂଆ ଦଳ । ରାଷ୍ଟ୍ରୀୟ ଯୁବ ଦିବସରେ ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍ ।

ଶକ୍ତି ପ୍ରଦର୍ଶନ କରିବେ ପୂର୍ବତନ କଟକ-ବାରବାଟୀର ପୂର୍ବତନ ବିଧାୟକ । ସାମିଲ ହୋଇପାରନ୍ତି ୩ ଦଳର ଯୁବ ଓ ଅସନ୍ତୁଷ୍ଟ ନେତା । ଯୁବ ସମାବେଶ ଜରିଆରେ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୋକିମ । ଭୁବନେଶ୍ବରରେ ହେବାକୁ ଥିବା ସମାବେଶରେ ୧୦୦୦ରୁ ଅଧିକ ଜିଲ୍ଲାୱାରୀ ଯୁବ ନେତୃତ୍ବଙ୍କୁ ଏକାଠି କରି ରାଜନୈତିକ ଭବିଷ୍ୟତର ନକ୍ସା ଆଙ୍କିବାକୁ ଯୋଜନା କରିଛନ୍ତି ମୋକିମ୍ ।

ମୋକିମ ନୂଆଦଳ ଘୋଷଣା କଲେ ଏହି ଦଳରେ ସାମିଲ ହେବେ ୩ ପ୍ରମୁଖ ଦଳର ଅସନ୍ତୁଷ୍ଟ ଯୁବନେତା । ଆଞ୍ଚଳିକ ଦଳର ଆବଶ୍ୟକତାକୁ ନେଇ ଭିତିର ସର୍ଭେ ପରେ ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଅଧିକ ଫୋକସ କରିଛନ୍ତି ମୋକିମ ଦଳ ଛାଡିବା ପରେ କଟକ କଂଗ୍ରେସ ସଙ୍ଗଠନର ସିଂହଭାଗ କର୍ମୀ ଏବେ ମୋକିମଙ୍କ ସାଥିରେ ରହିଛନ୍ତି ।

ଆଜି ୧୨ ତାରିଖର ସମାବେଶ ଉପରେ ରହିଛି ଅନେକଙ୍କ ନଜର । ତେବେ ସେ ଜଣେ ରାଜ୍ୟସ୍ତରୀୟ ନେତା ହୋଇନଥିବା ହେତୁ ନୂଆ ରାଜନୈତିକ ଦଳ କେତେ ସଫଳ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣେ ଏହି ନୂଆ ଦଳର ନାମ ଏଯାବତ୍ ଘୋଷଣା କରାଯାଇନଥିଲେ ବି ‘ଲୋକ କଂଗ୍ରେସ’ ରଖାଯିବ ବୋଲି ଚର୍ଚ୍ଚା ହେଉଛି ।