ବିଜେପି ସାଂସଦ ବାଂସୁରୀ ସ୍ୱରାଜଙ୍କ ପିତୃ ବିୟୋଗ, ମିଜୋରାମର ରାଜ୍ୟପାଳ ଥିଲେ କୌଶଲ ସ୍ୱରାଜ

NEWS7
rohit-sharma-may-be-not-play-remaining-ipl-matches

ନୂଆଦିଲ୍ଲୀ: ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାମୀ ତଥା ବିଜେପି ସାଂସଦ ବାଂସୁରୀ ସ୍ୱରାଜଙ୍କ ବାପା ସ୍ୱରାଜ କୌଶଲଙ୍କ ନିଧନ ହୋଇଛି । ସେ ଜଣେ ବରିଷ୍ଠ ଆଇନଜୀବୀ ଥିଲେ । ମିଜୋରାରର ପୂର୍ବତନ ରାଜ୍ୟପାଳ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ । ଦିଲ୍ଲୀର ଲୋଧୀ ରୋଡ୍ ଶ୍ମଶାନ ଘାଟରେ ତାଙ୍କର ଅନ୍ତମ ସଂସ୍କାର କରାଯିବ ।

୭୩ ବର୍ଷରେ ଦୁନିଆରୁ ବିଦାୟ ନେଇଥିବା ସ୍ୱରାଜ କୌଶଲ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଥିଲେ । ଦିଲ୍ଲୀ ବିଜେପି ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ତାଙ୍କ ବିୟୋଗ ଓ ଅନ୍ତିମ ସଂସ୍କାର ବାବଦରେ ସୂଚନା ଦେଇଛି । ଏଥିରେ ଲେଖାଯାଇଛି-ସାଂସଦ ଏବଂ ପ୍ରଦେଶ ମନ୍ତ୍ରୀ ସୁଶ୍ରୀ ବାଂସୁରୀ ସ୍ୱରାଜ ଜୀଙ୍କ ବାପା ଶ୍ରୀ ସ୍ୱରାଜ କୌଶଲ ଜୀଙ୍କ ଆଜି ଡିସେମ୍ୱର ୪, ୨୦୨୫ରେ ନିଧନ ହୋଇଛି । ତାଙ୍କ ଅନ୍ତମ ସଂସ୍କାର ସଂଧ୍ୟା ୪.୩୦ଟାରେ ଲୋଧୀ ରୋଡ୍ ଶ୍ମଶାନ ଘାଟରେ କରାଯିବ ।

ସ୍ୱରାଜ କୌଶଲଙ୍କ ଜନ୍ମ ୧୯୫୨ରେ ହୋଇଥିଲା । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ପଢା ଶେଷ କରିଥିଲେ । ୩୪ ବର୍ଷ ବୟସରେ ସେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଭାବେ ନାମିତ ହୋଇଥିଲେ । ଏହାପରେ ୩୭ ବର୍ଷ ବୟସରେ ସେ ମିଜୋରାମର ତୃତୀୟ ରାଜ୍ୟପାଳ ହୋଇଥିଲେ । ୧୯୯୦ରୁ ୧୯୯୩ ଯାଏ ସେ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ସେ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ । ସେ ୧୯୯୮-୯୯ ଏବଂ ୨୦୦୦-୨୦୨୪ ମଧ୍ୟରେ ରାଜ୍ୟସଭା ସାଂସଦ ଥିଲେ ।

ସ୍ୱରାଜ କୌଶଲଙ୍କ ପରିବାରର ରାଜନୀତିରେ ଦବଦବା ରହିଛି । ୧୯୭୫ରେ ସ୍ୱରାଜ କୌଶଲଙ୍କ ବିବାର ସୁଷମା ସ୍ୱରାଜଙ୍କ ସହ ହୋଇଥିଲା । ବାଂସୁରୀଙ୍କ ସ୍ୱରାଜ ତାଙ୍କ ଏକମାତ୍ର ସନ୍ତାନ । ବାଂସୁରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିଥିଲେ । ଏହାପରେ ଇନର ଟେମ୍ପଲରୁ ବାରିଷ୍ଟର କରିଥିଲେ । ବର୍ତ୍ତମାନ ବାଂସୁରୀ ସ୍ୱରାଜ ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ସାଂସଦ ଅଛନ୍ତି । ସୁଷମା ସ୍ୱରାଜ ବିଜେପିର ଶୀର୍ଷ ନେତାଙ୍କ ମଧ୍ୟରେ ଥିଲେ । ପ୍ରଥମ ମୋଦୀ ସରକାରରେ ସେ ବିଦେଶ ମନ୍ତ୍ରୀ ଥିଲେ । ୨୦୧୯ରେ ସୁଷମା ସ୍ୱରାଜଙ୍କ ପରଲୋକ ହୋଇଥିଲା ।