ଅପରେସନ ସିନ୍ଦୂରର କୁନି ସୈନିକଙ୍କୁ ରାଷ୍ଟ୍ରପତିଙ୍କଠୁ ମିଳିଲା ବଡ଼ ସମ୍ମାନ

NEWS7
rohit-sarma-reply-on-journalist-ques-on-press-conference

ନୂଆଦିଲ୍ଲୀ ୨୬।୧୨: ବିଜ୍ଞାନ ଭବନରେ ଶୁକ୍ରବାର ଅନୁଷ୍ଠିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୀମାବର୍ତ୍ତି ଗ୍ରାମ ‘ଚକ ତରାଂ ୱାଲି’ର ମାଷ୍ଟର ଶ୍ରବଣ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ୨୦୨୫ରେ ସମ୍ମାନୀତ କରିଛନ୍ତି। ଶ୍ରବଣଙ୍କ ଦୁଃସାହାସ କେବଳ ଏକ ପୁରସ୍କାରର କାହାଣୀ ନୁହେଁ ବରଂ ଏହା ସେହି ଅତୁଟ ସଂକଳ୍ପର କାହାଣୀ ଯାହା ସୀମାରେ ମୁତୟନ ଭାରତୀୟ ସେନା ଜବାନଙ୍କ ଛାତି ଗର୍ବରେ ଚୌଡା କରିଦେଇଥିଲା।

ଏହି କାହାଣୀଟି ମେ ୨୦୨୫ର, ଯେତେବେଳେ ଭାରତ-ପାକ୍ ସୀମାରେ ଉତ୍ତେଜନା ଚରମରେ ଥିଲା। ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଯେତେବେଳେ ଲୋକେ ଘରୁ ପଦାକୁ ବାହାରିବାକୁ ସାହାସ କରିପାରୁନଥିଲେ ଫିରୋଜ ପୁରର ଏହି କୁନି ପିଲାଟି ନିଜ ଜୀବନକୁ ଖାତିର ନ କରି ସୀମାର ଅଗ୍ରୀମ ପୋଷ୍ଟକୁ ବାହାରି ପଡୁଥିଲା। ଶତ୍ରୁର ମନିଟରିଂ ଓ ଭୀଷଣ ଉତ୍ତେଜନା ମଧ୍ୟରେ ଶ୍ରବଣ ସିଂହ ସୈନିକଙ୍କ ଲାଗି ‘ଲାଇଫ ଲାଇନ’ ଭଳି କାମ କରିଥିଲେ। ଶ୍ରବଣ ସବୁଦିନ ନିଜ ଛୋଟ ସାଇକେଲ ହେଉ ନଚେତ ପାଦରେ ଚାଲିଚାଲି ଜବାନଙ୍କୁ ଥଣ୍ଡା ପାଣି, ବରଫ, ଦୁଗ୍ଧ, ଲସି, ଚା ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ପହଞ୍ଚାଇ ଦେଉଥିଲେ।

ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଶତ୍ରୁର ଆକ୍ରମଣ ବିପଦରେ ଶ୍ରବଣଙ୍କ ଏହି ନିଶ୍ୱାର୍ଥ ସେବା ଭାରତୀୟ ସେନାର ଜବାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଶ୍ରବଣଙ୍କର ଏହି ସାହସ ଦୀର୍ଘ ସମୟରୁ ସୀମାରେ ମୁତୟନ ଥିବା ସୈନିକଙ୍କ ନା କେବଳ ମନବଳ ବଢାଇଥିଲା ବରଂ ସେମାନଙ୍କୁ ଅନୁଭବ କରାଇଥିଲା ପୁରା ଦେଶ ସେନା ସହିତ ଛିଡା ହୋଇଛି।ଶ୍ରବଣଙ୍କ ଏହି ଅସାଧାରଣ ବୀରତ୍ୱ ପାଇଁ ଭାରତୀୟ ସେନା ପୂର୍ବରୁ ତାଙ୍କୁ ସମ୍ମାନୀତ କରିଥିଲା, କେବଳ ଏତିକି ନୁହେଁ ତାଙ୍କର ପାଠ ପଢା ଖର୍ଚ୍ଚ ବହନ କରିବାର ଦାୟିତ୍ୱ ମଧ୍ୟ ବହନ କରିଥିଲା।

ଆଜି ଯେତେବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସ୍ୱର୍ଣ୍ଣ ପଦକ ଓ ପ୍ରଶସ୍ତି ପତ୍ରରେ ସମ୍ବର୍ଦ୍ଧିତ କଲେ ପୁରା ବିଜ୍ଞାନ ଭବନ କରତାଳିରେ ପ୍ରକମ୍ପିତ ହୋଇଥିଲା।ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ସେହି ପିଲାଙ୍କୁ ଦିଆଯାଏ ଯେଉଁମାନେ ଅସାଧାରଣ ସାହାସ, ନବାଚାର, କ୍ରିଡା ଓ ସମାଜ ସେବାରେ କିଛି ଅସାଧାରଣ କରି ଦେଖାଇଥାନ୍ତି। ୧୦ ବର୍ଷର ଶ୍ରବଣ ଯେଉଁ ଦେଶପ୍ରେମ ପ୍ରଦର୍ଶନ କରିଥିଲେ ତାହା ଆଜିର ଯୁବବର୍ଗଙ୍କ ଲାଗି ଏକ ବଡ଼ ଉଦାହରଣ ପାଲଟିଛି।