ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ

NEWS7
rob-survey-work-starts

ବଲାଙ୍ଗୀର: ଆଜିଠୁ ବଲାଙ୍ଗୀରରେ ଆରମ୍ଭ ହୋଇଛି ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଆଜି ଆରମ୍ଭ ହୋଇଛି ମ୍ୟାଚ୍। ପ୍ରଥମ ଦିନରେ ଖେଳା ଯାଇଛି ୨ଟି ମ୍ୟାଚ୍। ପ୍ରଥମ ମ୍ୟାଚ୍ ଦିନରେ ଖେଳ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ ସନ୍ଧ୍ୟାରେ ଫର୍ଡଲାଇଟ୍‌ରେ ହୋଇଥିଲା।

ପ୍ରଥମ ମ୍ୟାଚ୍ କୁଚିଣ୍ଡା ଓ ବଲାଙ୍ଗୀର ମଧ୍ୟରେ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଫୁଲବାଣୀ ବନାମ ରାଉରକେଲା ମଧ୍ୟରେ ହୋଇଥିଲା। ଏହି ଟୁର୍ଣାମେଣ୍ଟକୁ ମହାରାଜା ଫୁଟବଲ ଆସୋସିଏସନ୍ ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର ସହଯୋଗରେ କରାଯାଉଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ କମିଟିର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହଦେଓ, ଓ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ, ସଭାପତି ରହିଛନ୍ତି।

ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଚଳି ଥର ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତଥା ଓଡ଼ିଶାର ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ରାଜ୍ୟ ବାହାରୁ ଭିଲାଇ, ଛତିଶଗଡ଼ ଏବଂ କୋଲକାତା ଦଳ ଅଂଶ ଗ୍ରହଣ କରିଥିବା ବେଳେ ଓଡ଼ିଶାରୁ ରାଉରକେଲା, ଫୁଲବାଣୀ, ବରଗଡ଼, ସମ୍ବଲପୁର, କୁଚିଣ୍ଡା, ସୁବର୍ଣ୍ଣପୁର ଓ ବଲାଙ୍ଗୀରର ମହାରାଜା ଫୁଟବଲ ଆସୋସିଏସନ୍ ଭାଗ ନେଇଛନ୍ତି । ସେହିପରି ଦେଶ ବାହାରୁ ନାଇଜେରିଆ ଓ ନେପାଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ୬ ଦିନ ଧରି ଚାଲିବ।