ଚିକେନ୍ ନେକ୍ ଉପରେ ଫୋକସ : ମାଟିତଳେ ବିଛାଯିବ ଟ୍ରେନ୍ ଲାଇନ, ଚୀନ-ବାଂଲାଦେଶକୁ ଚେକ୍ ଦେବ ଭାରତ

NEWS7
ricket-super-friday-on-27-november-3-international-matches-will-be-on-same-day

ନୂଆଦିଲ୍ଲୀ,୩|୦୨ :ସୀମାକୁ ଆହୁରି ମଜବୁତ କରିବ ଭାରତ । ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ରେଳ ଭିତ୍ତିଭୂମିକୁ ସୁଦୃଢ କରାଯିବ । ଚିକେନ୍ ନେକକୁ ଅଧିକ ଫୋକସ କରାଯିବ । ୨୫ କିଲୋମିଟର ପରିବ୍ୟାପ୍ତ ନେପାଳ-ଭୁଟାନ ଏବଂ ବାଂଲାଦେଶ ମଝିରେ ଥିବା ଚିକେନ୍ ନେକରେ ରେଳର ବିକାଶ ଜୋରଦାର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି ।

କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ, ଚିକେନ୍ ନେକ୍ ସହ ଦେଶର ଅନ୍ୟସ୍ଥାନକୁ ରେଳ ସଂଯୋଗୀକରଣ ଉପରେ ଫୋକସ ଦିଆଯାଇଛି । ବଜେଟରେ ଏନେଇ ପ୍ରାବଧାନ ହୋଇଛି । ସେହିପରି ତିନ୍ ମାଇଲ୍ ହାଟ୍ ରୁ ରଙ୍ଗପାଣି ଯାଏଁ ମାଟି ତଳେ ରେଳଲାଇନ୍ ବିଛାଯିବ । ଏହାଦ୍ୱାରା ରଣନୈତିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳକୁ ସୁଦୃଢ କରାଯିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯେ, ଏହି ସ୍ଥାନ ଭାରତକୁ ଉତ୍ତରପୂର୍ବ ରାଜ୍ୟ ସହ ଯୋଡିଥାଏ । ଏହା ଉପରେ ଚାଇନାର ବହୁ ଆଗରୁ ଆଖି ରହିଛି । ଏବେ ବାଂଲାଦେଶ ସହ ବଢିଥିବା ଉତ୍ତେଜନା ପରେ ଏଠାକାର ସୁରକ୍ଷାକୁ ନେଇ ସରକାର ଅଧିକ ସଜାଗ ଅଛନ୍ତି । ଅନେକ ସମୟରେ ବାଂଲାଦେଶ ସରକାରର କିଛି ନେତା ଏହାକୁ ଗ୍ରେଟର୍ ବାଂଲାଦେଶର ଅଂଶ କହିଥାନ୍ତି ।

୨୦୧୭ରୁ ଚିକେନ୍ ନେକରେ ଥିବା ସିଲିଗୁଡି କରିଡରକୁ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଠାରେ କୌଣସି ଅଚଳାବସ୍ଥା ହେଲେ ଭାରତର ଅନ୍ୟ ଦେଶ ସହ ଉତ୍ତରପୂର୍ବର ସମ୍ପର୍କ ବିଛିନ୍ନ ହୋଇଯିବ । ସେନାର ଯାତାୟତ ବନ୍ଦ ହୋଇଯିବ । ତେଣୁ ଏସବୁ ସ୍ଥାନର ରେଳ ସଂଯୋଗୀକରଣ ସରକାରଙ୍କ ପ୍ରାସଙ୍ଗିକତାରେ ରହିଛି ।