ଇଏ ହେଉଛନ୍ତି ଚଳିତ ଲୋକସଭା ନିର୍ବାଚନର ସବୁଠୁ ଧନୀ ପ୍ରାର୍ଥୀ, ୫୭୮୫ କୋଟିର ଘୋଷିତ ସମ୍ପତ୍ତି, ଜାଣନ୍ତୁ ଲଢୁଛନ୍ତି କେଉଁଠୁ?

Published By : Prameya-News7 Bureau | April 23, 2024 IST

ଅମରାବତୀ ୨୩।୪: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଲୋକସଭା ଆସନରୁ ତେଲଗୁ ଦେଶମ ପାର୍ଟି (ଟିଡିପି) ପ୍ରାର୍ଥୀ ପି.ଚନ୍ଦ୍ରଶେଖର ଚଳିତ ସାଧାରଣ ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ ବୋଲି ଜଣାପଡିଛନ୍ତି। ପ୍ରାର୍ଥୀ ପତ୍ରରେ ଦାଖଲ କରିଥିବା ଆଫିଡେଭିଟରେ ସେ ତାଙ୍କର ପାରିବାରିକ ସମ୍ପତ୍ତି ପରିମାଣ ୫,୭୮୫ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହା ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ପୁଅ ନକୁଳ ନାଥ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୧୭ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରି ଧନୀ ପାର୍ଥୀଙ୍କ ସୂଚୀର ଶୀର୍ଷରେ ଥିଲେ। 

ପି.ଚନ୍ଦ୍ରଶେଖରଙ୍କ ଆଫିଡେଭିଟ ଅନୁସାରେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ପରିମାଣ ୨,୪୪୮.୭୨ କୋଟି ଟଙ୍କା। ସେହିପରି ତାଙ୍କ ପତ୍ନୀଙ୍କର ସମ୍ପତ୍ତି ପରିମାଣ ପାଖାପାଖି ୨୩୪୩.୭୮ କୋଟି ଟଙ୍କା ହୋଇଥିବା ବେଳେ ପିଲାମାନଙ୍କର ସମ୍ପତ୍ତି ୧ ହଜାର କୋଟି ଟଙ୍କାରୁ ବି ଅଧିକ। ସେହିପରି ପରିବାର ଉପରେ ଲାଇନ ଅଫ କ୍ରେଡିଟ ରୂପେ ଆମେରିକାର ଜେ.ପି.ମର୍ଗନ ଚେସ୍‌ ବ୍ୟାଙ୍କର ୧,୧୩୮ କୋଟି ଟଙ୍କା ଋଣ ରହିଛି। ଆନ୍ଧ୍ରପ୍ରଦେଶ ବୁର୍ରିପାଲେମ ଗାଁରୁ ଜନ୍ସହପକିନ୍ସ ବିଶ୍ୱବିଦ୍ୟାଳୟ, ସିନାଇ ହସ୍ପିଟାଲରେ ଚିକିତ୍ସକ ଶିକ୍ଷକ ତଥା ୟୁଭିଆରଡି(ଅନଲାଇନ ଶିକ୍ଷଣ ଓ ଅଧ୍ୟୟନ ସଂଶାଧନ ମଞ୍ଚ)ର ସ୍ଥାପନା ପର୍ଯ୍ୟନ୍ତ ଚନ୍ଦ୍ରଶେଖରଙ୍କ ଯାତ୍ରା ଲୋକଙ୍କ ନିମନ୍ତେ ବେଶ୍ ପ୍ରେରଣାଦାୟୀ। 

ପି. ଚନ୍ଦ୍ରଶେଖରଙ୍କ ପରି ତେଲଗୁ ଦେଶମ ପାର୍ଟିର ସଂସ୍ଥାପକ ଏନ.ଚନ୍ଦ୍ରବାବୁ ନୟଡୁଙ୍କ ପୁଅ ଏନ.ଲୋକେଶଙ୍କ ପାରିବାରିକ ସମ୍ପତ୍ତିର ପରିମାଣ ୫୪୨.୭ କୋଟି ଟଙ୍କା  ଘୋଷଣା କରିଛନ୍ତି। ଲୋକେଶ ଆନ୍ଧ୍ରପ୍ରଦେଶ ମଙ୍ଗଳାଗିରି ଆସନରୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ୱାଇଏସଆର କଂଗ୍ରେସ ପ୍ରାର୍ଥୀ ଏମ.ଲାବଣ୍ୟାଙ୍କ ସହ ତାଙ୍କର ମୁକାବିଲା ହେବ। ଏନ ଲୋକେଶ ୨୦୧୯ ବିଧାନସଭା ନିର୍ବାଚନରେ ତାଙ୍କ ପାରିବାରିକ ସମ୍ପତ୍ତି ପରିମାଣ ୩୭୩.୬୩ କୋଟି ଟଙ୍କା ଘୋଷଣା କରିଥିଲେ। 

ଏଥି ପାଇଁ ଦାଖଲ କରିଥିବା ଆଫିଡେଭିଟ ଅନୁସାରେ ତାଙ୍କର ୩୧୪.୬୮ କୋଟି ଟଙ୍କାର ଚଳନ୍ତି ସମ୍ପତ୍ତି ଥିବା ବେଳେ ୯୨.୩୧ କୋଟି ଟଙ୍କାର ଅଚଳ ସମ୍ପତ୍ତି ଥିବାର ସୂଚିତ କରିଥିଲେ। ସେହିପରି ତାଙ୍କ ପତ୍ନୀ ବ୍ରାହ୍ମଣୀଙ୍କର ୪୫.୦୬ କୋଟି ଟଙ୍କାର ଚଳ ଓ ୩୫.୫୯ କୋଟି ଟଙ୍କାର ଅଚଳ ସମ୍ପତ୍ତି ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.