'ଜୀବନ ବଞ୍ଚାଇଦେଲା ଆପଲ୍‌ ଓ୍ୱାଚ୍‌': ମହିଳାଙ୍କ ମେସେଜ୍‌ର ଉତ୍ତର ଦେଲେ ସିଇଓ ଟିମ୍‌ କୁକ୍‌

Published By : Prameya-News7 Bureau | May 05, 2024 IST

Mint

ନୂଆଦିଲ୍ଲୀ: ଆଜିର ସମୟରେ ଟେକ୍ନୋଲୋଜି ବହୁତ ଆଗେଇଛି। ସ୍ମାର୍ଟ ଓ୍ୱାଚ୍ ଏହାର ଜ୍ୱଳନ୍ତ ଉଦାହରଣ। କାହିଁକିନା ଏହି ସ୍ମାର୍ଟ ଓ୍ୱାଚ ପାଇଁ ଜଣେ ୩୫ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା ପାଇଯାଇଛି। ଏହା କିପରି ସମ୍ଭବ ହୋଇପାରିବ ବୋଲି ଆପଣ ନିଶ୍ଚିତ ଭାବରେ ଭାବୁଥିବେ। ହଁ, ଏହା ସମ୍ପୂର୍ଣ୍ଣ ସତ୍ୟ | କେବଳ ଏତିକି ନୁହେଁ, ମହିଳା ଆପଲର ସିଇଓଙ୍କୁ ଏକ ଚିଠି ଲେଖି ତାଙ୍କୁ ଧନ୍ୟବାଦ ଜଣାଇବା ପରେ ସିଇଓ ଟିମ୍ କୁକ୍ ମଧ୍ୟ ଏହି ଚିଠିର ଉତ୍ତର ଦେଇଛନ୍ତି।

ବାସ୍ତବରେ, ଏହି ୩୫ ବର୍ଷ ବୟସ୍କା ମହିଳା ଦିଲ୍ଲୀର ମୁନିର୍କା ଅଞ୍ଚଳର ବାସିନ୍ଦା। ତାଙ୍କର ହଠାତ୍ ଛାତିରେ ଯନ୍ତ୍ରଣା ହୋଇଥିଲା। ସ୍ନେହାଙ୍କ ହାର୍ଟ ରେଟ୍ ବଢ଼ିବାରେ ଲାଗିଲା। ସେ ଅନୁଭବ କଲେ ଯେ ବୋଧହୁଏ କେହି ତାଙ୍କୁ ଜାବୁଡି ଧରିଛି। କେବଳ ଏତିକି ନୁହେଁ, ପାଣି ପିଇବା ପରେ ମଧ୍ୟ ତାଙ୍କର ଯନ୍ତ୍ରଣା ଦୂର ହେଲାନାହିଁ। 

ସେତେବେଳେ ସ୍ନେହାଙ୍କ ଆଖି ତାଙ୍କ ହାତରେ ଥିବା ସ୍ମାର୍ଟ ଓ୍ୱାଚ୍‌ ଉପରେ ପଡ଼ିଲା। ଯେଉଁଥିରେ  ସ୍ନେହାଙ୍କୁ ସତର୍କ କରାଉଛି ଯେ ତାଙ୍କ ହାର୍ଟରେଟ୍ ଅସ୍ୱାଭାବିକ ଅଟେ। ଏଥିପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ। ପ୍ରଥମେ ସ୍ନେହା ଏହାକୁ ଅଣଦେଖା କରିଥିଲେ। ଯେତେବେଳେ ହାର୍ଟ ରେଟ୍ ୨୩୦ BPM ଉପରେ ପହଞ୍ଚିଲା, ସେତେବେଳେ ସେ ବହୁତ ନର୍ଭସ ଅନୁଭବ କରିବାକୁ ଲାଗିଲେ।

ସେ ଫୋର୍ଟିସ୍ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ପହଞ୍ଚିବା ବେଳକୁ ସ୍ନେହାଙ୍କ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ଏହା ପରେ ଡାକ୍ତରମାନେ ତାଙ୍କୁ ତିନିଥର ଇଲେକ୍ଟ୍ରିକ୍ ଶକ୍ ଦେଇଥିଲେ ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସ୍ନେହାଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେ ଧିରେ ସୁଧୁରିଥିଲା। ଯଦି ଠିକ୍ ସମୟରେ ଚିକିତ୍ସା ହୋଇନଥାନ୍ତା ତେବେ ସ୍ନେହା ଜୀବନ ହରାଇଥାନ୍ତେ। ସୁସ୍ଥ ହେବା ପରେ ସ୍ନେହା ଆପଲ୍ ୱାଚ୍‌କୁ ପ୍ରଶଂସା କରିବା ସହ ଟିମ୍ କୁକ୍‌ଙ୍କୁ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ ଏବଂ କହିଥିଲେ ଯେ ଯଦି ଓ୍ୱାଚ୍ ନଥାନ୍ତା ତେବେ ମୁଁ ବଞ୍ଚି ପାରି ନଥା’ନ୍ତି।

ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଟିମ୍ କୁକ୍ ସ୍ନେହାଙ୍କ ସାହସକୁ ପ୍ରଶଂସା କରିଥିଲେ ଏବଂ ଉତ୍ତର ଦେବାବେଳେ ଲେଖିଥିଲେ ଯେ ତୁମେ ଠିକ୍ ସମୟରେ ଚିକିତ୍ସା ପାଇ ମୁଁ ଖୁସି ଅଟେ। ଆମ ସହିତ ତୁମର କାହାଣୀ ବାଣ୍ଟିଥିବାରୁ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଦେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.