ଅମ୍ବାନୀ-ଆଦାନୀଙ୍କ ସମ୍ପତ୍ତି ଯେତିକି, ଗୋଟିଏ ଦିନରେ ମସ୍କ ଆୟ କଲେ ସେତିକି

NEWS7
richard-branson-space-go-went

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତ୍ତି ୬୦୦ ବିଲିୟନ ଡଲାର (୫୪.୬୦ କୋଟି ଟଙ୍କା) ପାର କରିଛି। ଏହି ସଂଖ୍ୟା ଛୁଇଁବାରେ ଦୁନିଆରେ ପ୍ରଥମ ବ୍ୟକ୍ତି ହୋଇଛନ୍ତି ମସ୍କ। ଏହା ପୂର୍ବରୁ ଅକ୍ଟୋବର ୧ରେ ମସ୍କଙ୍କ ସମ୍ପତ୍ତି ୫୦୦ ବିଲିୟନ ଡଲାର (୪୫.୫୦ ଲକ୍ଷ କୋଟି ଟଙ୍କା) ଛୁଇଁଥିଲା।

ପ୍ରକୃତରେ ସ୍ପେସଏକ୍ସର ୮୦୦ ବିଲିୟନ ଡଲାର (୭୨.୮୦ ଲକ୍ଷ କୋଟି ଟଙ୍କା)ର ଭ୍ୟାଲୁଏସନ ଏବଂ ଆଇପିଓ ଖବର ପରେ ମସ୍କଙ୍କ ସମ୍ପତ୍ତି ଗୋଟିଏ ଦିନରେ ହିଁ ପ୍ରାୟ ୧୬୮ ବିଲିୟନ ଡଲାର (୧୫ ଲକ୍ଷ କୋଟି ଟଙ୍କା)ର ବୃଦ୍ଧି ହୋଇଛି।

ବଡ଼ କଥା ହେଲା ଗୋଟିଏ ଦିନରେ ହୋଇଥିବା ମସ୍କଙ୍କ ସମ୍ପତ୍ତି ବୃଦ୍ଧି, ଭାରତର ଦୁଇ ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିର ପାଖାପାଖି। ଉଭୟଙ୍କ ସମ୍ପତ୍ତି ୧୬ ଲକ୍ଷ କୋଟି ଟଙ୍କା। ଏବେ ମସ୍କଙ୍କ ସମୁଦାୟ ସମ୍ପତ୍ତି ପ୍ରାୟ ୬୩୮ ବିଲିୟନ ଡଲାର (୫୮ ଲକ୍ଷ କୋଟି ଟଙ୍କା) ରହିଛି। ଇନସାଇଡର ଶେୟାର ସେଲ ପରେ ସ୍ପେସଏକ୍ସ ଏବେ ଦୁନିଆର ସବୁଠୁ ମୂଲ୍ୟବାନ ପ୍ରାଇଭେଟ କମ୍ପାନି ହୋଇଛି। ମସ୍କ ସ୍ପେସଏକ୍ସର ଫାଉଣ୍ଡର ଏବଂ ସିଇଓ ।

ରଏଟର୍ସର ରିପୋର୍ଟ ଅନୁସାରେ, କମ୍ପାନିରେ ହୋଇଥିବା ଶେୟାରର ବିକ୍ରିରେ ସ୍ପେସଏକ୍ସର ସମୁଦାୟ ଭ୍ୟାଲୁଏସନ ୮୦୦ ବିଲିୟନ ଡଲାର ହୋଇଛି। ମସ୍କଙ୍କ ନିକଟରେ ସ୍ପେସଏକ୍ସରେ ପ୍ରାୟ ୪୨% ଶେୟାର ରହିଛି। ଯଦି କମ୍ପାନି ଆମେରିକା ଶେୟାର ବଜାରରେ ୮୦୦ ବିଲିୟନ ଡଲାରର ଭାଲୁଏସନରେ ଲିଷ୍ଟିଂ ହେଉଛି, ତେବେ ମସ୍କଙ୍କ ଶେୟାରର ମୂଲ୍ୟ କେବଳ ୩୩୬ ବିଲିୟନ ହଲାରରୁ ଅଧିକ ବଢ଼ିପାରେ।

ଫୋର୍ବସର ରିପୋର୍ଟ ଅନୁସାରେ, ଏଭଳି ହେଲେ ମସ୍କ ଦୁନିଆର ପ୍ରଥମ ଟ୍ରିଲେନିଓର ହୋଇପାରନ୍ତି। ଅବଶ୍ୟ ଏହି ଆଇପିଓର ଭଲ ଲିଷ୍ଟିଂ ଉପରେ ନିର୍ଭର କରୁଛି।ତେବେ ସ୍ପେସଏକ୍ସ ବ୍ୟତୀତ, ମସ୍କଙ୍କ ଇଭି କମ୍ପାନି ଟେସଲାରେ ମଧ୍ୟ ତାଙ୍କର ପ୍ରାୟ ୧୨% ସେୟାର ରହିଛି। ୨୦୨୫ରେ ଏପର୍ଯ୍ୟନ୍ତ ଟେସଲାର ଶେୟାର ୧୩% ବଢ଼ିଛି। ମସ୍କଙ୍କର ଟେସଲାର ସେୟାରର ମୂଲ୍ୟ ୧୯୭ ବିଲିୟନ ଡଲାରର।