ଲଭ୍ ଆଣ୍ଡ୍ ୱାର ସେଟ୍‌ରେ ପହଞ୍ଚିଲେ ରଣବୀର, ଆଲିଆ-ଭିକିଙ୍କ ମଧ୍ୟରେ ହେଲା ଝଗଡା !

NEWS7
richa-chaddha-withdrawn-defamation-case-against-payal-ghosh

ନୂଆଦିଲ୍ଲୀ ୦୪।୦୧; ସଞ୍ଜୟ ଲୀଲା ଭଂସାଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର, ଲଭ୍ ଆଣ୍ଡ୍ ୱାର୍ । ଏହି ଫିଲ୍ମକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଫିଲ୍ମର ଲିଡ୍ରେ ଅଛନ୍ତି ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶଳ। ଶୁଣିବାକୁ ମିଳୁଛି ତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ...

ଲିଡ୍ କଳାକାର ରଣବୀର କପୁର, ଭିକି କୌଶଳ ଏବଂ ଆଲିଆ ଭଟ୍ଟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାର ଖବର ଗୁଜବ ଅଟେ । ଏକ ସୂତ୍ରକୁ ଜଣାପଡିଛି, "ସେମାନଙ୍କ ମଧ୍ୟରେ କୌଣସି ଝଗଡ଼ା ହୋଇନାହିଁ।" ଫିଲ୍ମର ଏକ ଲମ୍ବା ଏବଂ କଷ୍ଟକର ସୁଟିଂ ଅଛି। ରଣବୀର, ଆଲିଆ ଏବଂ ଭିକି ପରାପୁରି ଏକାଠି ଅଛନ୍ତି । ଜାନୁଆରୀ ମଧ୍ୟଭାଗରୁ ମାର୍ଚ୍ଚରେ ସୁଟିଂ ପୁନର୍ବାର ଆରମ୍ଭ କରିବାକୁ ଯୋଜନା କରୁଛନ୍ତି, ପୋଷ୍ଟ-ପ୍ରଡକ୍ସନ୍ କାମ ଏକକାଳୀନ ଜାରି ରହିବ। ସୂତ୍ର ଅନୁଯାୟୀ , "ଫିଲ୍ମ ଯୋଜନା ଅନୁଯାୟୀ ଆଗକୁ ବଢ଼ୁଛି। ଫିଲ୍ମର ପୁରା ୟୁନିଟ୍ ବିରତିରେ ଅଛି। ଯାହା ମାସ ମାସ ପୂର୍ବରୁ କୁହାଯାଇଥିଲା। ଭଂସାଲିଙ୍କ ଫିଲ୍ମ ଗୁଡ଼ିକ ଏକ ବଡ଼ ସ୍କେଲରେ ନିର୍ମିତ ହୁଏ। ବାକି ସୁଟିଂରେ VFX ସାମିଲ ହେବ। କାରଣ ଏହା ଏକ ପିରିୟଡ୍ ଫିଲ୍ମ। ଏହା ସହିତ, କିଛି ସ୍ପେଶାଲ ସିନ୍ ଏବଂ ମ୍ୟୁଜିକାଲ ଅଂଶ ମଧ୍ୟ ସୁଟିଂ କରାଯିବ।

କହିବାକୁ ଗଲେ ଲଭ୍ ଆଣ୍ଡ୍ ୱାର୍ ୨୦୨୫ ଖ୍ରୀଷ୍ଟମାସରେ ରିଲିଜ୍ ହେବାର ପ୍ଲାନିଂ ଥିଲା। ହେଲେ ଫିଲ୍ମର ରିଲିଜ୍ ଡେଟ୍କୁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଫିଲ୍ମଟି ୨୦ ମାର୍ଚ୍ଚ, ୨୦୨୬ ରେ ମୁକ୍ତିଲାଭ କରିବ। ଫିଲ୍ମର ଅଫିସିଆଲି ରିଲିଜ୍ ଡେଟ୍ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଯଦି ଫିଲ୍ମଟି ୨୦ ମାର୍ଚ୍ଚରେ ମୁକ୍ତିଲାଭ କରେ, ତେବେ ଏହା ଧୁରନ୍ଧର ୨ ଏବଂ ଟକ୍ସିସ୍ ସହିତ ବକ୍ସ ଅଫିସ୍ ଟକ୍କରର ସମ୍ମୁଖୀନ ହୋଇପାରେ। ଏହି ଫିଲ୍ମକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ। ଏହି ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶଳ ଏକାଠି ପରଦାରେ ନଜର ଆସିବେ।