Live Live
LIVE

ହରିୟାଣୀ ଗୀତକୁ ନେଇ ବିବାଦ; ଭିଡଓ ମାଧ୍ୟମରେ କ୍ଷମା ମାଗିଲେ ରାପର୍‌ ବାଦଶାହ

NEWS7
revolt-in-pcc

ନୂଆଦିଲ୍ଲୀ: Tateeree ଗୀତରେ ବ୍ୟବହୃତ ଶବ୍ଦ ଏବଂ ଭିଡିଓକୁ ନେଇ ବିବାଦରେ ରାପର ବାଦଶାହ । ତାଙ୍କ ବିରୋଧରେ ବିଭିନ୍ନ ସଂଗଠନ ମଧ୍ୟ ଏଫଆଇର ଦେଇଛନ୍ତି । ଏପରିକି ହରିୟାଣା ରାଜ୍ୟ ମହିଳା କମିଶନ ତାଙ୍କୁ ନୋଟିସ୍‌ ଜାରି କରିଛି । ଏହାରି ମଧ୍ୟରେ, ରାପର ବାଦଶାହ ଭିଡିଓ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ‘ମୁଁ ହରିୟଣାରୁ ଆସିଛି । କୌଣସି ମହିଳାଙ୍କୁ ଅପମାନ କରିବା ମୋର ଗୀତର ଉଦ୍ଦେଶ୍ୟ ନଥିଲା । ମୁଁ ସେଭଳି କିଛି ଶବ୍ଦର ବ୍ୟବହାର କରିନାହିଁ । ଯଦି କୌଣସି ବ୍ୟକ୍ତିଙ୍କ ଭାବାବେଗକୁ ମୋର ଏହି ଗୀତ ଆଘାତ ଦେଇଛି, ତେବେ ମୁଁ ହୃଦୟରୁ କ୍ଷମା ମାଗୁଛି ।’

 

ଲୋକପ୍ରିୟ ରାପର୍ ବାଦଶାହ ବିବାଦରେ । ନିଜର ରାପକୁ ନେଇ ପ୍ରାୟତଃ ଚର୍ଚ୍ଚାକୁ ଆସୁଥିବା ବାଦଶାହଙ୍କୁ ସମନ କରିଛନ୍ତି ମହିଳା ଆୟୋଜ । ହରିୟାଣା ରାଜ୍ୟ ମହିଳା କମିଶନ ତାଙ୍କୁ ମାର୍ଚ୍ଚ ୬ରେ ସମନ ପଠାଇ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣାର ଲୋକଗୀତ ‘ତିତିହାରୀ’କୁ ବିକୃତ କରି ବିବାଦରେ ଫସିଛନ୍ତି ବାଦଶାହ । ମାର୍ଚ୍ଚ ୧୩ ସୁଦ୍ଧା ବ୍ୟକ୍ତିଗତ ଭାବରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବାଦଶାହଙ୍କ ‘ଟଟିରୀ’ ଗୀତ ୬ ଦିନ ପୂର୍ବରୁ ୟୁଟ୍ୟୁବରେ ରିଲିଜ୍ ହୋଇଛି । ଏହି ଗୀତରେ ବ୍ୟବହୃତ ଶବ୍ଦକୁ ନେଇ ବିବାଦ ବୃଦ୍ଧି ପାଇଛି । ବିଶେଷ କରି ମହିଳାଙ୍କ ପ୍ରତି ଅପମାନସୂଚକ ଶବ୍ଦ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ନାରୀ ତୁ ନାରାୟଣୀ ସଂଗଠନର ସଭାପତି ସବିତା ଆର୍ଯ୍ୟ ଏବଂ ଶିବ ଆରତୀ ଫାଉଣ୍ଡେସନର ମୁଖ୍ୟ ଶିବ କୁମାରଙ୍କ ଅଭିଯୋଗ ପରେ ମହିଳା କମିଶନ ସିଙ୍ଗର-ରାପରଙ୍କୁ ସମନ ପଠାଇଛନ୍ତି ।

ଏହା ବ୍ୟତୀତ ଓକିଲ ରାଜ ନାରାୟଣ ମଧ୍ୟ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ଫଳରେ ବାଦଶାହଙ୍କ ସମସ୍ୟା ଆହୁରି ବୃଦ୍ଧି ପାଇଛି । ଗୀତରେ ‘ଆୟା ବାଦଶାହ ଡୋଲି ଚଢାନେ, ଇନ୍ ସବକି ଘୋଡି ବନାନେ’ ଉପରେ ଆପତ୍ତି କରିଛନ୍ତି ଅଭିଯୋଗକାରୀ । ଅଭିଯୋଗରେ କୁହାଯାଇଛି ଯେ, ଗୀତରେ ଅଶ୍ଳୀଳ ଭାଷା ବ୍ୟବହାର କରାଯାଇଛି । ଏଥିରେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ନାବାଳିକା ଝିଅମାନଙ୍କୁ ଦେଖିବାକୁ ମିଳିଛି । ସେମାନେ ହରିୟାଣା ବସ ଉପରେ ଚଢ଼ି ନାଚୁଛନ୍ତି, ସ୍କୁଲ ବ୍ୟାଗ ଫୋପାଡ଼ୁଥିବା ଭଳି ଦୃଶ୍ୟ ମଧ୍ୟ ଏହି ଗୀତରେ ରହିଛି । ବିବାଦ ତୀବ୍ର ହେବା ପରେ ରାପର ବାଦଶାହ କ୍ଷମା ମାଗିଛନ୍ତି । ତେବେ ଆଗକୁ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ତା ଉପରେ ସମସ୍ତଙ୍କ ନଜର ।