ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗାଁରେ ବସିଲା କଙ୍ଗାରୁ କୋର୍ଟ, ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇଲେ

NEWS7
retired-police-man-hanging-body-recovered-from-nabrangpur

କଳାହାଣ୍ଡି ୧୧।୧୨: ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗାଁରେ ବସିଲା କଙ୍ଗାରୁ କୋର୍ଟ l ବୃଦ୍ଧଙ୍କୁ ଲଣ୍ଡା କରିବା ସହିତ ଚପଲ ମାଳ ଦେଇ ଗାଁରେ ବୁଲାଇଲେ l କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦ୍ଲି ଗାଁର ଚଞ୍ଚରାପଡା ଗାଁରେ ଗତ ୭ ତାରିଖ ଦିନ ଜଣେ ମହିଳା ପାଣି ଆଣିବା ପାଇଁ ଯାଇଥିଲେ । ସେହି ସମୟରେ ଜଣେ ବୃଦ୍ଧ ବ୍ୟକ୍ତି ଉକ୍ତ ମହିଳାକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ପରେ ଗାଁର ଲକ୍ଷ୍ମୀପୂଜା ମଣ୍ଡପରେ କଙ୍ଗାରୁ କୋର୍ଟ ବସିଥିଲା l ଉକ୍ତ କଙ୍ଗାରୁ କୋର୍ଟର ନିଷ୍ପତି ହିସାବରେ ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରଥମେ ଲଣ୍ଡା କରାଯାଇ ଚପଲ ମାଳ ଦେଇ ଗାଁରେ ଚଲେଇ ଥିଲେ l ସୋସିଆଲ ମିଡିଆରେ ଫଟୋ, ଭିଡ଼ିଓ ଭାଇରାଲ ପରେ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି l ତେବେ ଗାଁରେ ପତିଆରା ଥିବା ବ୍ୟକ୍ତି ମାନେ ସାମିଲ ଥିବାରୁ ଥାନାକୁ ଯାଇ ଅଭିଯୋଗ କରିପାରୁ ନାହାନ୍ତି ପୀଡିତ ବ୍ୟକ୍ତି l

ସେପଟେ, ସପ୍ତାହ ମଧ୍ୟରେ ବାଲେଶ୍ୱର ଓ କଳାହାଣ୍ଡିରେ କାଙ୍ଗାରୁ କୋର୍ଟ ପରେ ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟରେ ଯେଉଁଠି ଏଭଳି ଘଟଣା ଘଟୁଛି, ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଛି ଏବଂ ଡିଜି ପୋଲିସ ମଧ୍ୟ ତତ୍ପର ଅଛନ୍ତି, ତୁରନ୍ତ ଆକ୍ସନ ନିଆଯିବ । ଯେକୌଣସି ଗାଁରେ ଯେତେ ପ୍ରତିପତିଶାଳୀ ଲୋକ ହୁଅନ୍ତୁ ନା କାହିଁକି କଙ୍ଗାରୁ କୋର୍ଟ କଲେ କିମ୍ବା ଆଇନକୁ ହାତକୁ ନେଲେ ନିଶ୍ଚିତ ଦଣ୍ଡ ପାଇବେ । ଆମ ସରକାରରେ ସେମାନଙ୍କୁ ଛାଡ଼ ନାହିଁ ।

କଙ୍ଗାରୁକୋର୍ଟ ଭଳି ପୁରୁଣା ମାନସିକତା ଏପର୍ଯ୍ୟନ୍ତ କିଛି ଲୋକଙ୍କର ଛାଡ଼ିନି । ଏହା ଅଭାବନୀୟ ଘଟଣା । ବ୍ରହ୍ମଗିରି ଅଂଚଳର ଏକ ଘଟଣା ମୋ ନଜରକୁ ଆସିଛି । ଏକ ଘରକିଆ କରିବା, ଅତ୍ୟାଚାର କରିବା ଏବଂ ଆଇନକୁ ହାତକୁ ନେବା ଗ୍ରହଣୀୟ ନୁହେଁ । ଘଟଣା ନଜରକୁ ଆସିବା ପରେ ଏସ୍ପି ଏବଂ ଡ଼ିଆଇଜିଙ୍କ ସହିତ ଆଲୋଚନା କରିଛି, ସେମାନେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।