ଭାରତର ମିସାଇଲ୍ ପ୍ରଣାଳୀ ଆହୁରି ଶକ୍ତିଶାଳୀ; ଚାନ୍ଦିପୁରରୁ SFDR ଟେକ୍ନୋଲୋଜିର ସଫଳ ପରୀକ୍ଷଣ କଲା ଡିଆରଡିଓ

NEWS7
retina-surgery-started-in-capital-hospital

ଭୁବନେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଲଗାତାର ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ନୂଆ ନୂଆ ସଫଳତା ମିଳିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ମଙ୍ଗଳବାର ସକାଳେ ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜରୁ ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SFDR) ପ୍ରଯୁକ୍ତିବିଦ୍ୟା ସଫଳ ପରୀକ୍ଷଣ କରିଛି । ଏହି ସଫଳ ପରୀକ୍ଷଣ ସହିତ, ଭାରତ ଏହି ଉନ୍ନତ ପ୍ରଯୁକ୍ତିବିଦ୍ୟା ଥିବା କିଛି ସୀମିତ ଦେଶ ମଧ୍ୟରେ ସାମିଲ ହୋଇଛି ।

ଏହି ପ୍ରଯୁକ୍ତିବିଦ୍ୟା ଦୂରଗାମୀ ଆକାଶରୁ ଆକାଶ କ୍ଷେପଣାସ୍ତ୍ର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ପରୀକ୍ଷଣ ସମୟରେ, ସମସ୍ତ ପ୍ରମୁଖ ଉପ-ପ୍ରଣାଳୀ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା । ଏଥିରେ ନୋଜଲ୍-ଲେସ୍ ବୁଷ୍ଟର୍, ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ ମୋଟର ଏବଂ ଫୁଏଲ ଫ୍ଲୋ କଣ୍ଟ୍ରୋଲର ଅନ୍ତର୍ଭୁକ୍ତ ରହିଥିଲା ।

ସିଷ୍ଟମକୁ ପ୍ରଥମେ ଗ୍ରାଉଣ୍ଡ ବୁଷ୍ଟର ମୋଟର ସାହାଯ୍ୟରେ ନିର୍ଦ୍ଧାରିତ ମାକ୍ ନମ୍ବରରେ ପହଞ୍ଚା ଯାଇଥିଲା । ଏହା ପରେ ଏସଏଫଡିଆର ସିଷ୍ଟମ ସଫଳତାର ସହ ନିୟୋଜିତ ହୋଇଥିଲା । ଚାନ୍ଦିପୁରର ଆଇଟିଆର ଦ୍ୱାରା ବଙ୍ଗୋପସାଗର ଉପକୂଳରେ ନିୟୋଜିତ ଏକାଧିକ ଟ୍ରାକିଂ ଉପକରଣରୁ ପ୍ରାପ୍ତ ଉଡ଼ାଣ ତଥ୍ୟରୁ ପରୀକ୍ଷଣ ସଫଳ ଥିବା ସ୍ପଷ୍ଟ କରାଯାଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏସଏଫଡିଆର ପ୍ରଯୁକ୍ତିର ସଫଳ ପ୍ରଦର୍ଶନ ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ସମୀର ଭି.କାମତ ଏହି ସଫଳ ଉଡ଼ାଣ ପରୀକ୍ଷଣରେ ସାମିଲ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଥିଲେ ।