LIVE TV

କାଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରିବାର ସଂକଳ୍ପ ଦିବା ସ୍ୱପ୍ନ: ବିଜେପି

NEWS7

ଜମ୍ମୁ ୨୨।୮: ଜମ୍ମୁ-କାଶ୍ମୀରର ବିଭିନ୍ନ ରାଜନୈତିକ ଦଳ ଶନିବାର ସର୍ବ ସମ୍ମତିରେ ୫ ଅଗଷ୍ଟ ୨୦୧୯ ପୂର୍ବରୁ ଅସ୍ତିତ୍ୱରେ ଥିବା ରାଜ୍ୟର ଯଥାସ୍ଥିତିକୁ ପୁଣି ଫେରାଇ ଆଣିବା ଲାଗି ସଂକଳ୍ପ ନେଇଛନ୍ତି। ଯେଉଁଥିରେ ସେମାନେ ସମ୍ବିଧାନର ଧାରା ୩୭୦ ଓ ୩୫-ଏକୁ ପୁଣି ଲାଗୁ କରିବାକୁ ସଂଘର୍ଷ କରିବେ ବୋଲି ଶପଥ ନେଇଛନ୍ତି। ତେବେ ରାଜ୍ୟ ବିଜେପି ସଭାପତି ରବିନ୍ଦର ରୈନା ଏହାକୁ ସେମାନଙ୍କର ଦିବା ସ୍ୱପ୍ନ ବୋଲି କହିଛନ୍ତି।

{"id":318649,"sizeSlug":"large"}

ସର୍ବଦଳୀୟ ବୈଠକରେ ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ସଂସଦ ନେଇଥିବା ନିଷ୍ପତିକୁ ସ୍ୱଳ୍ପକାଳୀକ ଓ ପୂର୍ଣ୍ଣତଃ ଅସାମ୍ବିଧାନିକ ବୋଲି କହିଛନ୍ତି।  ତେବେ ଏହାର ଜବାବରେ ରୈନା କହିଛନ୍ତି ଯେ ଧାରା ୩୭୦ ଓ ୩୫-ଏକୁ ପୁଣି ରାଜ୍ୟରେ ଲାଗୁ କରିବା ହୁଏତ ଆଉ ସମ୍ଭବ ନୁହେଁ। ସମ୍ବିଧାନର ଏହି ଅନୁଚ୍ଛେଦ ଓ ଧାରା ଲାଗି ଦୀର୍ଘ ଦଶନ୍ଧୀ ଧରି କାଶ୍ମୀର ପ୍ରଭାବିତ ହୋଇଆସିଛି । ଖାସ ଏଥିଯୋଗୁ ରାଜ୍ୟରେ ବିଛିନ୍ନତାବାଦ ଓ ଆତଙ୍କବାଦ ଜନ୍ମ ନେଇଥିବା ବେଳେ ପାକିସ୍ତାନକୁ ତାର ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ସୁଯୋଗ ଦେଇଥିଲା। ଏଣୁ କୌଣସିବି ପରିସ୍ଥିତିରେ ଭାରତୀୟ ସମ୍ବିଧାନ ଆଉ ଥରେ ଏଥିରେ ସଂଶୋଧନ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

{"id":318650,"sizeSlug":"large"}

କାଶ୍ମୀରର ନେତାମାନେ କେବଳ ଦିବା ସ୍ୱପ୍ନ ଦେଖିବା ବ୍ୟତୀତ ଅନ୍ୟ କୌଣସି କାମ କରନ୍ତି ନାହିଁ। ତେବେ ଏଭଳି କହି କ୍ଷମତା ଅଳିନ୍ଦରେ ନିଜର ଓ ନିଜ ପ୍ରିୟଜନଙ୍କ ଫେରସ୍ତ ବାଟ ତିଆରି କରିବା ସେମାନଙ୍କ ଅସଲ ଉଦ୍ଦେଶ୍ୟ ବୋଲି ରୈନା କହିଛନ୍ତି। ରାଜ୍ୟରେ ସମ୍ବିଧାନର ଧାରା ୩୭୦ ଲାଗି ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ପାକିସ୍ତାନ ଏଜେଣ୍ଡା କାର୍ଯ୍ୟକାରୀ କରିବା ସହ ନିଜର ସ୍ୱାର୍ଥ ପୂରଣ ଲାଗି ନେତାଙ୍କ ବ୍ୟଗ୍ରତା ଯୋଗୁ ନିରିହ ଲୋକଙ୍କ ରକ୍ତ ବୋହିଥିବା ବିଜେପି ନେତା କହିଛନ୍ତି।  

{"id":318651,"sizeSlug":"large"}

ତେବେ କାଶ୍ମୀରରୁ ଏହି ଅଭିଶପ୍ତ ଆଇନ ପ୍ରତ୍ୟାହାର ପରେ ରାଜ୍ୟରେ ପଶ୍ଚିମ ପାକିସ୍ତାନ ଶରଣାର୍ଥୀ, ଗୋର୍ଖା ସମାଜ, ବାଲ୍ମିକୀ ସମାଜ, ମିଟ୍ଟି କି ବେଟିୟାଁ, ଗୁର୍ଜର-ବକର୍ବାଲ ଓ ଅନ୍ୟ ସମୁଦାୟର ଲୋକେ ଏବେ ସ୍ୱାଧୀନତାର ସ୍ୱାଦ ଚାଖୁଛନ୍ତି। କାରଣ ଏପରି ଧାରା ହିଁ ସେମାନଙ୍କୁ ସବୁ ପ୍ରସଙ୍ଗରେ ପୃଥକ ରଖୁଥିଲା। ତେବେ ଜମ୍ମୁ-କାଶ୍ମୀରର ଲୋକେ ନ୍ୟାସନାଲ କନଫ୍ରେନ୍ସ, କଂଗ୍ରେସ୍, ପିଡିପି ଓ ପ୍ୟୁପିଲ୍ସ କନଫ୍ରେନ୍ସ ଭଳି ରାଜନୈତିକ ଦଳ ରାଜ୍ୟରେ ଚଳାଇଥିବା ଘୃଣ୍ୟ ରାଜନୀତିକୁ ନାକଚ କରିଦେଇଥିବା ରୈନା କହିଛନ୍ତି।