LIVE TV

'ନା ନୀତି ଅଛି ନା ଉତ୍ତରଦାୟିତ୍ୱ' : ଟ୍ୱିଟ୍ କରି କାହାକୁ ଟାର୍ଗେଟ୍ କଲେ ବିଗ୍ ବି ?

NEWS7
rest-of-world-russian-actor-crushed-to-death-by-set-during-opera

ମୁମ୍ବାଇ, ୧୬|୧୧: ରାଗିଗଲେ ବିଗ୍ ବି । ସୋସିଆଲ ମିଡିଆରେ କଲେ ପୋଷ୍ଟ । ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ବାବଦରେ ବିଭିନ୍ନ ଖବର ପ୍ରକାଶ ପରେ ଟ୍ୱିଟ୍ କରିଛନ୍ତି ଅମିତାଭ ବଚ୍ଚନ । ସେ ସିଧାସଳଖ କାହାର ନାଁ ନେଇ ନଥିବା ବେଳେ କେବଳ କୌଣସି ନୈତିକତା ନଥିବା କହିଛନ୍ତି । ତେବେ ଏହା ଫେକ ନ୍ୟୁଜ୍ ବା ଗୁଜବ ଖବର ସମ୍ଭନ୍ଧୀୟ ପୋଷ୍ଟ୍ ବୋଲି ନେଟିଜେନ୍ସ ମତ ଦେଉଛନ୍ତି ।

ନିଜ ସୋସିଆଲ ମିଡିଆ ପୋଷ୍ଟରେ ବିଗ୍ ବି ଲେଖିଛନ୍ତି ଯେ, କୌଣସି ନୈତିକତା ନାହିଁ । କୌଣସି ଉତ୍ତରଦାୟିତ୍ୱ କିଏ ନେଉନାହାଁନ୍ତି । ନିଜର ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ସମସ୍ତେ ଲାଗି ପଡିଛନ୍ତି । ପରିସ୍ଥିତିକୁ ନବୁଝି ନିଜ ସ୍ବାର୍ଥକୁ ଦେଖୁଛନ୍ତି । ତେବେ ସେ କଣ ପାଇଁ ଏହା ଲେଖିଛନ୍ତି ତାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ଗତ କିଛି ଦିନ ତଳେ ଅଭିନେତା ଧର୍ମେନ୍ଦ୍ର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୁଧବାର ସେ ଡିସଚାର୍ଜ ହୋଇଛନ୍ତି । ଏବେ ଘରେ ତାଙ୍କର ଚିକିତ୍ସା ଚାଲିଛି । ସେ ଭର୍ତ୍ତି ହେଲା ପରେ ବିଭିନ୍ନ ଗଣମାଧ୍ୟମ ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ତତ୍ପରତା ପ୍ରକାଶ କରିଥିଲେ । ଘର ଆଗରେ ଗହଳି କରିଥିଲେ । କେବଳ ଏତିକି ନୁହେଁ ସେ ପ୍ରାଣ ହରାଇଥିବା ନେଇ ପ୍ରଥମେ ଖବର ପ୍ରକାଶ ପାଇଥିଲା । ଯାହା ପରେ ମିଥ୍ୟା ବୋଲି ଜଣାପଡିଥିଲା ।

ଗୁରୁବାର ଧର୍ମେନ୍ରଙ୍କ ପୁତ୍ର ସନ୍ନି ଦେଓଲ ଘରେ ଆଗରେ ଗହଳି କରୁଥିବା କିଛି ଫଟୋଗ୍ରାଫର ଏବଂ ସାମ୍ବାଦିକଙ୍କୁ ତାଗିଦ କରିଥିଲେ । ସେହିପରି ପତ୍ନୀ ହେମା ମାଳିନୀ ଏବଂ ଝିଅ ଈଶା ଦେଓଲ ଅତ୍ୟଧିକ ମିଡିଆ ହସ୍ତକ୍ଷେପକୁ ସମାଲୋଚନା କରିଥିଲେ । ଏବେ ଅମିତାଭଙ୍କ ପୋଷ୍ଟ ପରେ ନେଟିଜେନ୍ସ ଗଣମାଧ୍ୟମକୁ ସେ ଟାର୍ଗେଟ୍ କରିଥିବା କୁହାଯାଉଛି । ଏହାସହ ତରବରିଆ ଖବର ପ୍ରକାଶନ ଉତ୍ତରଦାୟିତ୍ୱକୁ ପଛରେ ପକାଇଥିବା କିଛି ସୋସିଆଲ ମିଡିଆ ୟୁଜର ମତ ଦେଉଛନ୍ତି ।