LIVE TV

ଏସଆଇଆରକୁ ବିରୋଧ : ସୁପ୍ରିମକୋର୍ଟ ଯିବେ ତାମିଲନାଡୁ ସରକାର

NEWS7
republican-campaign-video-virals-in-us-among-indian-americans

ନୂଆଦିଲ୍ଲୀ,  ୩ |୧୧ : ନିର୍ବାଚନ କମିଶନଙ୍କ ଦ୍ୱାରା ହେବାକୁ ଥିବା ଭୋଟର ଲିଷ୍ଟର ସ୍ପେଶାଲ ଇନଟେନସିଭ୍ ରିଭିଜନକୁ ଗୋଟିଏ ପରେ ଗୋଟିଏ ରାଜ୍ୟ ବିରୋଧ କରିବାରେ ଲାଗିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କମିଶନଙ୍କ ନିଷ୍ପତ୍ତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଦାବି କରିଥିବା ବେଳେ ଏବେ ତାମିଲନାଡୁ ସରକାର କମିଶନଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ନିଜ ଏକ୍ସ ପୋଷ୍ଟରେ ଷ୍ଟାଲିନ କହିଛନ୍ତି ଯେ, ଏସଆଇଆର ଦ୍ୱାରା ନିର୍ବାଚନ କମିଶନ ଲୋକଙ୍କ ଭୋଟିଂ ଅଧିକାରକୁ ଛିନ୍ନ କରିବାକୁ ଚାହୁଁଛନ୍ତି । କମିଶନଙ୍କ ନିଷ୍ପତ୍ତି ବିରୋଧରେ ସବୁ ରାଜନୈତିକ ଦଳ ଏକାଠି ହେବା ଜରୁରୀ । ଏହି ସର୍ଭେ ତାମିଲନାଡୁ ଭୋଟରଙ୍କ ହିତକୁ ବିରୋଧ କରୁଛି । ଯାହା ଗଣତନ୍ତ୍ର ପାଇଁ ମଧ୍ୟ ବିପଜ୍ଜନକ ଅଟେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୋଟର ତାଲିକା ସଂଶୋଧନ ଏବଂ ରିଭିଜନରେ ନିର୍ବାଚନ କମିଶନଙ୍କ ଭୂମିକା ସନ୍ଦେହଜନକ । ଏହି ସଂଶୋଧନ ୨୦୨୬ ପରେ କରାଯାଇ ପାରିଥାନ୍ତା । ଯାହା ଫଳରେ ପର୍ଯ୍ୟାପ୍ତ ସମୟ ମିଳିଥାନ୍ତା । କିନ୍ତୁ ଏହା ତରବରିଆ ଭାବେ ଆରମ୍ଭ ହେବାକୁ ଯାଉଛି । ତେଣୁ ରାଜ୍ୟର ୪୯ ଦଳ କମିଶନଙ୍କ ବିରୋଧରେ ବିଧେୟକକୁ ସମର୍ଥନ କରିଛନ୍ତି । ଯେଉଁଥିରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବା ନେଇ ଉଲ୍ଲେଖ ରହିଥିଲା ।

ଅନ୍ୟ ଦିଗରେ ଡିଏମକେ ନେତା ଆରଏସ ଭାରତୀ ଏସଆଇଆରକୁ ଏନଆରସି ବା ଜାତୀୟ ନାଗରିକତା ସଂଶୋଧନ ଆଇନର ପରୋକ୍ଷ ପ୍ରାବଧାନ ବୋଲି କହିଛନ୍ତି । ଯାହାକୁ ବିନା କୌଣସି ମହତ ଉଦ୍ଦେଶ୍ୟରେ ଆରମ୍ଭ କରାଯାଉଛି । ଅନ୍ୟ ଦିଗରେ ଅଭିନେତା ବିଜୟଙ୍କ ପାର୍ଟି ବୈଠକରେ ସାମିଲ ହୋଇନଥିଲା । ତେଣୁ ବିଜେପିକୁ ବିଜୟ ଦୁଃଖି କରିବାକୁ ଚାହୁଁ ନାହାଁନ୍ତି ବୋଲି କହି ଭାରତୀ ସମାଲୋଚନା କରିଛନ୍ତି