ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ; ଟ୍ରକକୁ ଧକ୍କା ଦେଲା କାର, ଚାଲିଗଲା ୬ ଜୀବନ

NEWS7
republic-day-2021-celebrate-in-rairangapur

ନୂଆଦିଲ୍ଲୀ ୧୧।୦୨; ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୌସାରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଛି । ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଏମାନେ ଦୁର୍ଘଟଣାର ଶିକାର ହୋଇଥିଲେ । କାର୍ଟି ଦ୍ରୁତ ଗତିରେ ଆସୁଥିବା ସମୟରେ ଜୟପୁର-ଆଗ୍ରା ଜାତୀୟ ରାଜପଥ ନିକଟରେ ନିୟନ୍ତ୍ରଣ ହରାଇ ଡିଭାଇଡର ଭାଙ୍ଗି ଆରପଟେ ପଡିଥିଲା । ଯାହାଫଳରେ ଅନ୍ୟ ଲେନ୍‌ରେ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲା ।

ଧକ୍କା ଏତେ ଜୋରଦାର ଥିଲା ଯେ, କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଦୁର୍ଘଟଣା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । କ୍ରେନ୍ ସାହାଯ୍ୟରେ ଟ୍ରକ୍ ଠାରୁ କାର୍କୁ ଅଲଗା କରାଯାଥିଲା। ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତର ଚାରି ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଦୌସା ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା । ଦୌସା ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଏସ୍ଏମ୍ଏସ୍ ହସ୍ପିଟାଲ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ୬ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର କାରଣର ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଦ୍ରୁତ ଗତି ଏବଂ ଗାଡି ନିୟନ୍ତ୍ରଣ ବାହାରକୁ ଯିବା ଯୋଗୁଁ ଦୁର୍ଘଟଣାର ଘଟିଛି।

ଅଧିକ ପଢନ୍ତୁ- ସ୍କୁଟର ସହ ହରେଇଲେ ୧୮ ଲକ୍ଷର ସୁନା, ୧୫ ବର୍ଷ ପରେ ଫେରିପାଇଲେ ଏତେ ଟଙ୍କା, ଜାଣିଲେ ଚମକି ପଡିବେ…