ଭୁବନେଶ୍ୱର ବିମାନବନ୍ଦରରୁ ମିଳିଲା ୧୦ ଲକ୍ଷ ଟଙ୍କାର ଦାମୀ ସିଗାରେଟ୍‌, କଳାବଜାରୀ ପାଇଁ ଆସୁଥିଲା !

NEWS7
report-says-every-three-atm-closed-in-india

ଭୁବନେଶ୍ୱର ୦୬।୦୧ : ଏୟାରପୋର୍ଟରୁ ଦାମୀ ସିଗାରେଟ୍ । ଭୁବନେଶ୍ୱର ବିମାନବନ୍ଦରରୁ ମିଳିଲା ୧୦ ଲକ୍ଷ ଟଙ୍କାର ଦାମୀ ସିଗାରେଟ୍ ଜବତ ହୋଇଛି । ଏହାସହ ୫ ଜଣଙ୍କୁ ଉଠାଇନେଲା ଡିଆର୍ଆଇ । ସମସ୍ତଙ୍କ ଅଟକ ରଖି ଜେରା କରୁଛି କଷ୍ଟମ ବିଭାଗ ।

ଖବର ଅନୁଯାୟୀ, ୮ ଜଣ ବ୍ୟକ୍ତି ଦୁବାଇରୁ ଭୁବନେଶ୍ୱର ଆସୁଥିଲେ । କୌଣସି ଗୁଇନ୍ଦା ସୁତ୍ରରୁ ଖବର ପାଇ କଷ୍ଟମ ବିଭାଗ ଓ ଡିଆର୍ଆଇର ମିଳିତ ସମସ୍ତଙ୍କୁ ଅଟକ ରଖି ଯାଞ୍ଚ କରିଥିଲେ। ଏହି ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ସିଗାରେଟ୍ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି । ଏହାସହିତ ସେମାନଙ୍କ ନିକଟରୁ ୨ଟି Iphone-17 ମଧ୍ୟ ସିଜ୍ କରାଯାଇଛି। ଜବତ ହୋଇଥିବା ସିଗାରେଟ୍ ଗୁଡ଼ିକ କଣ୍ଟ୍ରିମେଡ୍ ହୋଇଥିବାରୁ ମୋଟା ଅଙ୍କର ଫାଇନ ମଧ୍ୟ ଦେବାକୁ ପଡ଼ିବ ବୋଲି ଜଣାପଡିଛି ।

ସେହିପରି ଅଟକ ଥିବା ୫ ଜଣ ବ୍ୟକ୍ତି ଯୁପି ରାମପୁରର ବୋଲି ସୂଚନା ମିଳିଛି । କଳା ବଜାରୀ ଜରିଆରେ ବିକ୍ରି ପାଇଁ ଏହି ସବୁ ସିଗାରେଟ ଚାଲାଣ ହେଉଥିବା ଜଣାପଡିଛି । ଅଟକ ବ୍ୟକ୍ତିମାନେ ପ୍ରଥମେ ସିଗାରେଟ୍‌  ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ କୋଲକାତାକୁ ବାଏ ରୋଡ୍ ଯାଇ ସେଠାରେ କଳାବଜାରୀରେ ବିକ୍ରି କରିବାକୁ ପ୍ଲାନ ରଖିଥିଲେ ବୋଲି ସୂଚନା ମିଳିଛି ।