LIVE TV

‘ରେୟାର ଆର୍ଥ’ ଉପରେ କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି, ୭୨୮୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହେବ ପ୍ରକଳ୍ପ

NEWS7
reliance-jio-lunch-3-new-pre-paid-plans-named-all-in-one

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗନେଟ୍ ମ୍ୟାନୁଫାକ୍ଚରିଂ , ପୁଣେ ମେଟ୍ରୋର ସମ୍ପ୍ରସାରଣ, ଦେବଭୂମି ଦ୍ୱାରିକା (ଓଖା)-କାନାଲୁସ୍ ରେଳ ଲାଇନର ଦୋହରୀକରଣ ଏବଂ ବାଦଲପୁରା-କରଜତର ତୃତୀୟ ଓ ଚତୁର୍ଥ ରେଳ ଲାଇନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ସବୁ ପ୍ରକଳ୍ପ ଲାଗି କେନ୍ଦ୍ର କ୍ୟାବିନେଟ୍ ମୋଟ ୧୯,୯୧୯ କୋଟି ଟଙ୍କା ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର ୭,୨୮୦ କୋଟି ଟଙ୍କାର ‘ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗନେଟ୍ ଉତ୍ପାଦନ ପ୍ରୋତ୍ସାହନ ଯୋଜନା’କୁ ମଞ୍ଜୁରି ଦେଇଛି ।

ସୂଚନା ଓ ପ୍ରସାରଣ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଭାରତରେ ବାର୍ଷିକ ୬,୦୦୦ ମେଟ୍ରିକ୍ ଟନ୍ (MTPA) ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗନେଟ୍ ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ଦାର୍ଯ୍ୟ ହୋଇଛି । ଏହା ଆତ୍ମନିର୍ଭରଶୀଳତା ବୃଦ୍ଧି କରିବ ଏବଂ ବିଶ୍ୱ ରେୟାର ଆର୍ଥ ବଜାରରେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବରେ ପରିଚିତ କରାଇବ । ଏହି ଯୋଜନାରେ ମୋଟ ୭୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିଭଳି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ ଲାଇନ୍ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ପୁଣେର ସାର୍ବଜନୀନ ପରିବହନ ନେଟୱର୍କକୁ ଆଉ ଏକ ବଡ଼ ପ୍ରୋତ୍ସାହନ ମିଳିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ପର୍ଯ୍ୟାୟ ୨ ଅନ୍ତର୍ଗତ ଲାଇନ ୪ (ଖାରଡି-ହଡପସର-ସ୍ୱର୍ଗଗେଟ-ଖଡକୱାସଲା) ଏବଂ ଲାଇନ ୪ଏ (ନାଲ୍ ଷ୍ଟପ୍-ୱାର୍ଜେ-ମାଣିକ ବାଗ)କୁ ମଞ୍ଜୁରୀ ଦେଇଛି । ଲାଇନ ୨ଏ (ଭଞ୍ଜ-ଚାନ୍ଦନୀ ଚୌକ) ଏବଂ ଲାଇନ ୨ବି (ରାମୱାଡି-ୱାଘୋଲି/ଭିଠଲୱାଡି) ପରେ ପର୍ଯ୍ୟାୟ ୨ ଅଧୀନରେ ଏହା ଦ୍ୱିତୀୟ ପ୍ରମୁଖ ପ୍ରକଳ୍ପ।

ମୋଟ ୩୧,୬୩୬ କିଲୋମିଟର ବ୍ୟାପ୍ତ ଏହି ରେଳ ଲାଇନ୍ରେ ୨୮ ଟି ଉଚ୍ଚ ଷ୍ଟେସନ ରହିବ। ଲାଇନ ୪ ଏବଂ ୪ଏ ପୂର୍ବ, ଦକ୍ଷିଣ ଏବଂ ପଶ୍ଚିମ ପୁଣେରେ ଆଇଟି ହବ୍, ବାଣିଜ୍ୟିକ ଜୋନ୍, ଶିକ୍ଷାନୁଷ୍ଠାନ ଏବଂ ଆବାସିକ କ୍ଲଷ୍ଟରଗୁଡ଼ିକୁ ସଂଯୋଗ କରିବ। ପାଞ୍ଚ ବର୍ଷ ମଧ୍ୟରେ ସମାପ୍ତ ହେବାକୁ ଥିବା ଏହି ପ୍ରକଳ୍ପର ମୂଲ୍ୟ ଆନୁମାନିକ ୯,୮୫୭.୮୫ କୋଟି ଟଙ୍କା ହେବ। ଏହାକୁ ଭାରତ ସରକାର, ମହାରାଷ୍ଟ୍ର ସରକାରଙ୍କ ସମେତ ଅନ୍ୟ ଫଣ୍ଠିଂ ଏଜେନ୍ସି ମିଳିତ ଭାବରେ ପାଣ୍ଠି ଯୋଗାଇବେ।