୨୦୨୩-୨୪ ଆର୍ଥିକ ବର୍ଷରେ ବଢ଼ିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନେଟ ଲାଭ, ୭.୩ ପ୍ରତିଶତ ସହ ୭୯୦୨୦ କୋଟି ଟଙ୍କାଙ୍କୁ ବୃଦ୍ଧି

Published By : Prameya-News7 Bureau | April 23, 2024 IST

ଭୁବନେଶ୍ୱର: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଆଜି ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭ ୭.୩ ପ୍ରତିଶତ ବୃଦ୍ଧି ସହ ୭୯୦୨୦ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଉପଭୋକ୍ତା ବ୍ୟବସାୟ ଏବଂ ଅପଷ୍ଟ୍ରିମ ବ୍ୟବସାୟରେ ଅଭିବୃଦ୍ଧି ଜାରି ରହିବା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ବାର୍ଷିକ ରାଜସ୍ୱ ରେକର୍ଡ ୧୦ ଲକ୍ଷ କୋଟିରୁ ଅଧିକ ରହିଥିବା ଜଣାପଡିଛି । କମ୍ପାନୀ ପକ୍ଷରୁ ମାର୍ଚ୍ଚ ୨୦୨୪ ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ସେୟାର ପ୍ରତି ୧୦ ଟଙ୍କା ଡ଼ିଭିଡ଼େଣ୍ଡ ଘୋଷଣା କରାଯାଇଛି ।

୨୦୨୩-୨୪ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ ର ମୋଟ ବାର୍ଷିକ ରାଜସ୍ୱ ୩ ଲକ୍ଷ କୋଟି ଅତିକ୍ରମ କରିଛି ଏବଂ ନେଟ ଲାଭ ୧୦୦୦୦ କୋଟି ଅତିକ୍ରମ କରିଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ରିଲାଏନ୍ସ ରିଟେଲ ର ମୋଟ ଷ୍ଟୋର ସଂଖ୍ୟା ୧୮୮୩୬ ହୋଇଥିବା ବେଳେ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ତଥା ଫାସନ ଓ ଲାଇଫଷ୍ଟାଇଲ ବ୍ୟବସାୟରେ ଦ୍ରୁତ ଅଭିବୃଦ୍ଧି ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ସେହିଭଳି ୨୦୨୩-୨୪ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୧୨.୪ ପ୍ରତିଶତ ବୃଦ୍ଧି ସହିତ ୨୦୪୬୬ କୋଟି ଟଙ୍କାରେ ପହଞ୍ଚିଛି। ଆଲୋଚ୍ୟ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ପରିଚାଳନାଗତ ରାଜସ୍ୱ ୧୦.୨ ପ୍ରତିଶତ ବଢି ୧,୦୦,୧୧୯ କୋଟି ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.