ବାଲୋଚିସ୍ତାନରେ ୪୦ ମସଜିଦ ଭାଙ୍ଗିଲା ପାକିସ୍ତାନୀ ସେନା, ଜାଳିଦେଲା ‘ପବିତ୍ର କୋରାନ’

NEWS7
regional-party-now-gaining-popularity

ବାଲୋଚିସ୍ତାନ,୯|୦୧ :ସୀମା ଟପୁଛି ପାକିସ୍ତାନୀ ସେନା । ବାଲୋଚିସ୍ତାନରେ ମନ ଇଚ୍ଛା ଭାଙ୍ଗୁଛି ମସଜିଦ୍ । ଗୋଟିଏକିଦୁଇଟି ନୁହେଁ୪୦ରୁ ଅଧିକ ମସଜିଦକୁ ଭାଙ୍ଗି ଦେଇଚି ପାକ୍ ସେନା । ଏପରି କିଛି ଅଭିଯୋଗ କରିଛନ୍ତି ବାଲୋଚ୍ ଲିଡର ମୀର୍ ୟାର୍ ବାଲୋଚ୍ । ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କାଶ୍ମୀରରେ ମୁସଲିମ ଅସୁରକ୍ଷିତ ଥିବା ନେଇ ଅଭିଯୋଗ କରୁଛି । କିନ୍ତୁ ଅନ୍ୟ ଦିଗରେ ନିଜ ଦେଶରେ ମସଜିଦକୁ ଭାଙ୍ଗିରୁଜି ଚୁରମାର କରୁଥିବା ମୀର୍ କହିଛନ୍ତି ।

ସୂଚନାନୁସାରେ, ପାକିସ୍ତାନ ଗତ କିଛି ଦିନ ହେଲା ଭାରତ କାଶ୍ମୀର ମୁସଲିମଙ୍କ ଧର୍ମୀୟ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଅଭିଯୋଗ ଲଗାଇଥିଲା । ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ମିଛ ଅଭିଯୋଗ ଆଣିଥିଲେ । ଏସବୁକୁ ନେଇ ବାଲୋଚ୍ ନେତା ମୀର୍ କହିଛନ୍ତି ଯେ, ପାକିସ୍ତାନ ହେଉଛି ଆତଙ୍କବାଦୀଙ୍କ ଦେଶ । ଏଠାରେ ହିନ୍ଦୁ-ଖ୍ରୀଷ୍ଟିଆନ-ଶିଖଙ୍କ ଉପରେ ଅତ୍ୟାଚାର ହେଉଛି । ପିଓକେ ହେଉଛିଭାରତର । ପାକିସ୍ତାନ ଏହାକୁ ବେଆଇନ ଭାବେ ଅଧିକୃତ କରୁଛି । କାଶ୍ମୀର ପ୍ରସଙ୍ଗରେ ଭାରତକୁ ବାଲୋଚ୍ ଆର୍ମୀ ସମର୍ଥନ କରିଛି । ସଂଖ୍ୟାଲଘୁଙ୍କୁ ନେଇ ପାକିସ୍ତାନ ଭାରତ କିମ୍ବା ଆଫଗାନିସ୍ତାନ ଉପରେ ମନ୍ତବ୍ୟ ଦେବାର ଅଧିକାର ହରାଇଥିବା ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପାକିସ୍ତାନର କିଛି ସୁରକ୍ଷା ବଳ ବାଲୋଚିସ୍ତାନରେ୪୦ରୁ ଅଧିକ ମସଜିଦକୁ ଭାଙ୍ଗି ଦେଇଛି । ବୋମାମାଡ କରାଯାଇ ଏସବୁକୁ ଧ୍ୱଂସ କରାଯାଇଛି । ଏହାସହପବିତ୍ରକୋରାନକୁ ମଧ୍ୟ ଜାଳି ଦିଆଯାଉଛି । ପ୍ରଥମେ ଖାନ୍ ଅଫ୍ କଲାତ୍ ମସଜିଦକୁ ପାକିସ୍ତାନୀ ସେନା ବୋମା ମାଡ କରି ଧ୍ୱଂସ କରିଥିଲା । ସାଧାରଣ ଲୋକେ ରହୁଥିବା ଜନବସିତରେ ଏହି ମସଦିଜ ରହିଥିଲା । ତଥାପି ଏଠାରେ ମୋର୍ଟାର ମାଡ କରାଯାଇଥିଲା । ଯାହା ଇସଲାମାବାଦର କ୍ରୁରତାକୁ ପ୍ରମାଣ କରୁଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ବାଲୋଚିସ୍ତାନ ହେଉଛି ପାକିସ୍ତାନର ଏକ ଖଣିଖାଦାନ ଭରାଅଞ୍ଚଳ । ଏଠାରେ ଅନେକ ଖଣି ରହିଛି । ଯାହାର ବିକାଶ ହୋଇନାହିଁ । ଏହି ଅଞ୍ଚଳ ଇରାନ ସହ ଲାଗିଛି । ଏଠାକାର ଲୋକେ ନିଜକୁ ପାକିସ୍ତାନଠୁ ଅଲଗା ଭାବନ୍ତି । କାରଣ ପାକ୍ ସେନା ବାଲୋଚରେ ଲଗାତାର ଭାବେ ମାନବାଧିକାର ହନନ କରୁଛି । ତେଣୁ ବର୍ଷ ବର୍ଷ ଧରି ସେମାନେ ପାକିସ୍ତାନଠୁ ଅଲଗା ହେବାକୁ ପ୍ରୟାସ ଚଳାଇଛନ୍ତି ।