ଜାନୁଆରୀ ୧୫ରେ ବନ୍ଦ ହୋଇଯିବ ଇଣ୍ଟରନେଟ୍ ! ପାକିସ୍ତାନରେ ଉପୁଜିବ ସମସ୍ୟା, ପ୍ରଭାବିତ ହେବ କି ଭାରତ ?

NEWS7
refusing-to-kneel-in-support-of-blm-movement-this-sa-player-did-not-play-in-the-match

ଇସଲାମାବାଦ: ପାକିସ୍ତାନର ଲୋକମାନେ ଗମ୍ଭୀର ଇଣ୍ଟରନେଟ୍ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଜାନୁଆରୀ ୧୫, ୨୦୨୬ରେ ପାକିସ୍ତାନରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇପାରେ। ଜାନୁଆରୀ ୧୫, ଅର୍ଥାତ୍ ଆସନ୍ତାକାଲି ଭାରତର ପଡ଼ୋଶୀ ଦେଶରେ ଇଣ୍ଟରନେଟ୍ ବନ୍ଦ ହୋଇପାରେ କିମ୍ବା ବ୍ୟବହାରକାରୀମାନେ ବହୁତ କମ୍ ଇଣ୍ଟରନେଟ୍ ସ୍ପିଡ୍ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଏହା ଭାରତ କିନ୍ତୁ ପାକିସ୍ତାନର ଅନ୍ୟ ପଡ଼ୋଶୀ ଦେଶରେ ଇଣ୍ଟରନେଟ୍ ସେବାକୁ ବାଧାପ୍ରାପ୍ତ କରିବ ନାହିଁ। ଏହାର ମୁଖ୍ୟ କାରଣ ହେଉଛି, ସମୁଦ୍ର ତଳେ କେବୁଲରେ ଆବଶ୍ୟକୀୟ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲୁ ରହିଛି । ସବମରିନ୍ କେବୁଲରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ, ପାକିସ୍ତାନରେ ଇଣ୍ଟରନେଟ୍ ସେବା କିଛି ଘଣ୍ଟା ପାଇଁ ବନ୍ଦ ହୋଇପାରେ। ବର୍ତ୍ତମାନ, ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।

ପାକିସ୍ତାନୀ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଏକ ପ୍ରମୁଖ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ନାୟାଟେଲ୍ ତାର ଗ୍ରାହକମାନଙ୍କୁ ଏକ ଇମେଲ୍ ପଠାଇ ଇଣ୍ଟରନେଟ୍ ବନ୍ଦ ହେବା ବିଷୟରେ ସୂଚନା ଦେଇଛି। ଜାନୁଆରୀ ୧୫ , ୨୦୨୬ ଦିନ ପ୍ରାୟ ୨ଟାରେ ସବୁଦ୍ର ତଳେ ବିଛା ହୋଇଥିବା କେବୁଲର ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ ହେବ। ଏହି କାର୍ଯ୍ୟ ଆଠ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରେ। ଏହାର ଅର୍ଥ ହେଉଛି ଇଣ୍ଟରନେଟ୍ ସେବା ବନ୍ଦ ହୋଇଯିବ କିମ୍ବା ୧୫ ଜାନୁଆରୀ, ୨୦୨୬ ରେ ପ୍ରାୟ ୮-୯ ଘଣ୍ଟା ପାଇଁ ଇଣ୍ଟରନେଟ୍ ସ୍ପିଡ୍ କମ ହୋଇଯିବ । ଏମିତି ବି ହୋଇପାରେ, ପାକିସ୍ତାନରେ କେହି ଇଣ୍ଟରନେଟ୍ ବ୍ୟବହାର କରିପାରିବେ ନାହିଁ।

ଯଦି ଏହା ଘଟେ ତେବେ ଗତ ଦୁଇ ସପ୍ତାହ ମଧ୍ୟରେ ପାକିସ୍ତାନରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହେବାର ଏହା ଦ୍ୱିତୀୟ ଘଟଣା ହେବ। ଏହା ପୂର୍ବରୁ, ଜାନୁଆରୀ ୧, ୨୦୨୬ ରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଥିଲା। ସେହି ସମୟରେ, ଏକ ପ୍ରମୁଖ ପାକିସ୍ତାନୀ ଇଣ୍ଟରନେଟ୍ ପ୍ରଦାନକାରୀ ଏକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ସମସ୍ୟା ଫଳରେ ଦେଶବ୍ୟାପୀ ଦୁଇ ଦିନରୁ ଅଧିକ ସମୟ ପାଇଁ ଇଣ୍ଟରନେଟ୍ ବନ୍ଦ ହୋଇଯାଇଥିଲା।