LIVE TV

ସ୍କୁଲକୁ ୧୦ ମିନିଟ ବିଳମ୍ବରେ ଆସିବାରୁ ୧୦୦ ଥର ଉଠ୍‌ବସ୍ ହେଲେ ଛାତ୍ରୀ: ସପ୍ତାହେ ପରେ ଚାଲିଗଲା ଜୀବନ

NEWS7
red-sandalwood-forest-of-paralakhemundi-in-danger

ପାଲଘର:ସ୍କୁଲକୁ ବିଳମ୍ବରେ ଆସିବାରୁ ଦଣ୍ଡସ୍ୱରୁପ ଚାତ୍ରୀଙ୍କୁ ୧୦୦ ଥର ଉଠବସ କରାଇଥିଲେ ଶିକ୍ଷକ। ଘଟଣାର ସପ୍ତାହ ପରେ ୬ ବର୍ଷୀୟା ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ପାଲଘର ଜିଲ୍ଲା ଭାସାଇର ସତୀଭାଲିରେ। ଏହାପରେ ଛାତ୍ରୀଙ୍କର ମାଆ ଶିକ୍ଷକଙ୍କ ଅମାନୁଷିକ ଦଣ୍ଡକୁ ଦୋଷାରୋପ କରିଥିବାରୁ ମାମଲାରେ ତଦନ୍ତ ଆରମ୍ଭ ହୋଇଛି।

ଶୁକ୍ରବାର ମୁମ୍ବାଇର ଏକ ହସ୍ପିଟାଲରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍)ର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ନଭେମ୍ବର ୮ ତାରିଖରେ ସ୍କୁଲରେ ବିଳମ୍ବରେ ପହଞ୍ଚିବାରୁ ଝିଅଟିକୁ ଏବଂ ଅନ୍ୟ ୪ ଜଣ ଛାତ୍ରୀଙ୍କୁ ୧୦୦ ଥର ଲେଖାଏ ଉଠବସ୍ କରିବାକୁ ବାଧ୍ୟ କରାଯାଇଥିଲା।

ଭାସାଇର ଏମଏନଏସ ନେତା ସଚିନ ମୋରେ କହିଛନ୍ତି ଯେ ଝିଅଟିର ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିଲା, ତଥାପି ତାକୁ ଦଣ୍ଡ ଦିଆଯାଇଛି। ତେବେ ମୃତ ଛାତ୍ରୀ ଜଣଙ୍କୁ କେତେ ଥର ଉଠବସ କରାଯାଇଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ତେଣୁ ଦଣ୍ଡ ଯୋଗୁ ଯେ ସିଧାସଳଖ ଛାତ୍ରୀଙ୍କରର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ବୋଲି ସ୍କୁଲର ଜଣେ ଶିକ୍ଷକ କହିଛନ୍ତି।।

ତେବେ ମୃତ ଛାତ୍ରୀଙ୍କ ମାଆ ଅଭିଯୋଗ ଅନୁସାରେ ତାଙ୍କ ଝିଅର ମୃତ୍ୟୁ "ଅମାନବୀୟ ଦଣ୍ଡ" ଯୋଗୁ ହୋଇଛି। ଏବଂ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ପିଠିରେ ସ୍କୁଲ୍ ବ୍ୟାଗ୍ ଲଦି ଉଠବସ ହେବାକୁ ବାଧ୍ୟ କରିଥିଲେ। ଏହାପରେ ତାଙ୍କ ଝିଅଙ୍କର ଗମ୍ଭୀର ବେକ ଏବଂ ପିଠି ଯନ୍ତ୍ରଣା ହୋଇଥିଲା। ସେ ଉଠି ପାରୁନଥିଲା ବୋଲି ତାଙ୍କ ମାଆ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଦଣ୍ଡ ପରେ ତାଙ୍କ ଝିଅର ଅବସ୍ଥା ଶୀଘ୍ର ଖରାପ ହୋଇଯାଇଥିଲା। ଏନେଇ ସେ ଶିକ୍ଷକଙ୍କୁ ସହ ତର୍କ କରିବାରୁ ଶିକ୍ଷକ ତାଙ୍କ ତର୍କ ରଖିଥିଲେ। ସେ କହିଥିଲେ ଯେ ପିଲାର ଅଭିଭାବକମାନେ କହୁଛନ୍ତି ଶିକ୍ଷକ ପଇସା ନେଇ ଯାଉଛନ୍ତି ହେଲେ ପାଠ ପଢ଼ାଉ ନାହାନ୍ତି। ତେଣୁ ତାଙ୍କୁ ପାଠ ପଢ଼ାଇବାକୁ ଦଣ୍ଡ ଦିଆଯାଇଥିଲା।

ତେବେ ପୀଡ଼ିତାଙ୍କ ମାଆ କହିଛନ୍ତି ଯେ ଏକ ପିଲାକୁ ଭାରୀ ବ୍ୟାଗ ସହିତ ବସ ଉଠ କରାଇବା ଯୋଗୁ ତାଙ୍କ ଝିଅର ମୃତ୍ୟୁ ହୋଇଛି। ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରାଯାଇଛି ବୋଲି ବ୍ଲକ ଏଜୁକେସନ ଅଫିସର ପଣ୍ଡୁରାଗ ଗାଲାଙ୍ଗେ କହିଛନ୍ତି। ଏଥିରେ କାହା ବିରୁଦ୍ଧରେ କୌଣସି ମାମଲା କରାଯାଇ ନାହିଁ।