ବଜେଟ୍ ୨୦୨୬-୨୭: ଆର୍ଥିକ ନିଅଣ୍ଟ ଜିଡିପିର ୪.୩ ପ୍ରତିଶତ ଆକଳନ

NEWS7
reason-behind-waking-up-in-the-mid-night

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରି ଆୟ ବ୍ୟୟର ରୂପ ରେଖ ଦେଶ ଆଗରେ ରଖିଛନ୍ତି । ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଦେଶରେ ଭିତ୍ତିଭୂମି ମଜଭୁତ ହେବା ଜରୁରୀ । ଏଥିପାଇଁ ସରକାର ସାର୍ବଜନୀନ ପୁଞ୍ଜିଗତ ବ୍ୟୟକୁ ବଢାଇ ୧୨.୨ ଲକ୍ଷ କୋଟି ଟଙ୍କା କରିଛନ୍ତି । ୨୦୧୪-୧୨ରେ ଦେଶର କ୍ୟାପେକ୍ସ ଏକ୍ସପେଣ୍ଡିଚର  ଲକ୍ଷ କୋଟି ଟଙ୍କା ଥିଲା । ଗତ ୧୧ ବର୍ଷରେ ସରକାର ଏଥିରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି କରିଛନ୍ତି ।

ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି, ଭିତ୍ତିଭୂମି ବିକାଶ ଏବଂ ନିର୍ମାଣ ପର୍ଯ୍ୟାୟ ସମୟରେ ଘରୋଇ ଡେଭଲପର୍ସଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଇନଫ୍ରାଷ୍ଟ୍ରକଚର ରିସ୍କ ଗ୍ୟାରେଣ୍ଟି ଫଣ୍ଡ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଉଛି । ଏହା ଋଣଦାତାମାନଙ୍କୁ ଆଂଶିକ କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରିବ । ୨୦୨୬-୨୭ରେ ଋଣ-ପ୍ରତି-ଜିଡିପି ହାରାହାରି ଜିଡିପିର ୫୫.୬% ହେବ ବୋଲି ଆକଳନ କରାଯାଇଛି, ଯାହା ପୂର୍ବ ଆର୍ଥିକ ବର୍ଷ, ୨୦୨୫-୨୬ରେ ୫୬.୧% ଥିଲା । ବଜେଟ୍ ୨୦୨୬-୨୭ରେ ଆର୍ଥିକ ନିଅଣ୍ଟ ଜିଡିପିର ୪.୩ ପ୍ରତିଶତ ଆକଳନ କରାଯାଇଛି । ଏହା ୨୦୨୫-୨୬ ଆର୍ଥିକ ବର୍ଷରେ ୪.୪% ଥିଲା । ୨୦୨୬-୨୭ରେ ଅଣ-ଋଣ ପ୍ରାପ୍ତି ୩୬.୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।