ଏପ୍‌ଷ୍ଟିନ ଫାଇଲ୍‌ରେ ବଡ ଖୁଲାସା, ନିଶା ଦେବାକୁ ନର୍ସରୀରେ ଲଗାଇଥିଲା ଦୁଦୁରା ଗଛ

NEWS7
real-anamika-shukla-who-works-in-25-schools-came-out

ନୂଆଦିଲ୍ଲୀ ୧୮।୦୨:ଏପଷ୍ଟିନ୍‌ ଫାଇଲର ଇମେଲରେ ଏକ ଆଶ୍ଚର୍ଯ୍ୟଚକିତ ତଥ୍ୟ ସାମ୍ନାକୁ ଆସିଛି । ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ଏକ ବିଷାକ୍ତ ଉଦ୍ଭିଦ ପ୍ରତି ରୁଚି ବିଷୟରେ ଜଣାପଡ଼ିଛି । ‘ଟ୍ରମ୍ପେଟ୍ ପ୍ଲାଣ୍ଟ୍ସ’ ବା ଦୁଦୁରା ଗଛ ବିଷୟରେ ଇମେଲର ଉଲ୍ଲେଖ ହୋଇଥିଲା । କୋଲମ୍ବିଆରେ ଏହାର ଉପଯୋଗ ସମ୍ପର୍କରେ ଇମେଲରେ ଉଲ୍ଲେଖ ହୋଇଥିଲା । ଏହାର ପ୍ରଭାବରେ ବ୍ୟକ୍ତିକୁ ଯେକୌଣସି ସ୍ଥାନକୁ ନିଆଯାଇପାରେ । କାରଣ ଏହା ବ୍ୟକ୍ତିକୁ ଆଜ୍ଞାକାରୀ ଓ ଭ୍ରମିତ କରିପାରେ । ହିନ୍ଦୁ ପରମ୍ପରାରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ଲାଗି ଦୁଦୁରା ଫୁଲ ଅର୍ପଣ କରାଯାଏ ।

ଦୁଦୁରା ଗଛରୁ ସ୍କୋପୋଲାମିନ ନାମକ ଏକ ରସାୟନ ନିର୍ଗତ ହୁଏ, ଯାହା ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇପାରେ । ସ୍ମୃତିଶକ୍ତିକୁ ଦୁର୍ବଳ କରି ବ୍ୟକ୍ତିକୁ ଭ୍ରମିତ ସ୍ଥିତିକୁ ଆଣିପାରେ । ସେଥିପାଇଁ କିଛି ବିଶେଷଜ୍ଞ ଏହାକୁ ‘ଜୋମ୍ବି ବ୍ରିଥ୍’ ମଧ୍ୟ କହନ୍ତି । ଏହି ଔଷଧ ଜରିଆରେ ଲୋକଙ୍କୁ ସହଜରେ ନିୟନ୍ତ୍ରଣ କରାଯାଇପାରେ । ଇମେଲ୍ରୁ ଜଣାପଡ଼ିଛି, ଏପ୍ଷ୍ଟିନ ଦୁଦୁରା ଗଛ ବିଷୟରେ ପଚରାଉଚରା କରୁଥିଲା । ଇମେଲ୍ରେ ୩ ଥର ଏହି ଗଛ କଥା ଉଠିଥିଲା । ପ୍ରଥମ ଇମେଲ୍ (ମାର୍ଚ୍ଚ ୩, ୨୦୧୪)ରେ ଏପଷ୍ଟିନ୍ ଏନ୍ ରୋଡ୍ରିଗେଜ୍ ନାମକ ଜଣେ ବ୍ୟକ୍ତିଙ୍କୁ ଲେଖିଥିଲା, ନର୍ସରୀରେ ଲାଗିଥିବା ଟ୍ରମ୍ପେଟ୍ ଗଛ ବିଷୟରେ କ୍ରିସଙ୍କୁ ପଚାର । ଏଥିରୁ ସ୍ପଷ୍ଟ ହୁଏ ଯେ ଏପଷ୍ଟିନ୍ ନିଜ ନର୍ସରୀରେ ଟ୍ରମ୍ପେଟ୍ ପ୍ଲାଣ୍ଟ୍ ଅର୍ଥାତ୍ ଦୁଦୁରା ଗଛ ଲଗାଇଥିଲା ।

୨୭ ଜାନୁଆରୀ, ୨୦୧୫ରେ ଫ୍ରାନ୍ସ ଫ୍ୟାଶନ ଫଟୋଗ୍ରାଫର୍ ଆଣ୍ଟୋନି ବେରଗ୍ଲାସଙ୍କ ତରଫରୁ ଏକ ଇମେଲ୍ ପଠାଯାଇଥିଲା । ଏଥିରେ ‘ଜୋମ୍ବି ଫ୍ଲାୱାର’ ବିଷୟରେ ଉଲ୍ଲେଖ ହୋଇଥିଲା, ଯାହା ଟ୍ରମ୍ପେଟ୍ ପ୍ଲାଣ୍ଟ୍ ଥିଲା । ଉକ୍ତ ମେସେଜର ଶୀର୍ଷକ ଥିଲା ‘ସ୍କୋପୋଲାମିନ: କୋଲମ୍ବିୟା ଜଙ୍ଗଲରେ ମିଳୁଥିବା ଏକ ଶକ୍ତିଶାଳୀ ଔଷଧ, ଯାହା ବ୍ୟକ୍ତିର ଚେତନା ଶକ୍ତିକୁ ନଷ୍ଟ କରିଦିଏ ।’ ୩ୟ ଇମେଲ୍ (୭ ଫେବ୍ରୁଆରୀ, ୨୦୨୨)ରେ କଥାବାର୍ତ୍ତା ସିଧା ଏପଷ୍ଟିନ୍ ସହିତ ହୋଇନଥିଲା । ଗିଲେରମୋ ଫାରିନାସ ନାମଙ୍କ ବ୍ୟକ୍ତି ଜୁଆନ ଆଣ୍ଟୋନିୟୋ ଗୋନଜାଲେଜଙ୍କୁ ଇମେଲ୍ ପଠାଇଥିଲେ । ଏହାର କପି ଜୋସେଫ ମଞ୍ଜାରୋଙ୍କୁ ପଠାଯାଇଥିଲା । ତେବେ ଏମାନଙ୍କ ବିଷୟରେ ଅଦ୍ୟାବଧି ସୂଚନା ମିଳିନାହିଁ ।

ଅଧିକ ପଢନ୍ତୁ-  ବନ୍ଧୁକ ଧରି US କ୍ୟାପିଟଲ ଆଡକୁ ଧାଉଁଥିଲେ ଯୁବକ, ଧରି ପକାଇଲା ପୋଲିସ