'ମମତାଙ୍କୁ ଗିରଫ କରାଯାଉ, ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ଅଘଟଣ ପାଇଁ ଦିଦି ଦାୟୀ'- ହିମନ୍ତ ବିଶ୍ୱଶର୍ମା

NEWS7
raveena-tondon-attempted-to-suicide-to-fall-in-love-with-ajay-devgan

କୋଲକାତା, ୧୪/୧୨:ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କ ଭାରତ ଗସ୍ତକୁ ନେଇ ଚର୍ଚ୍ଚା ଜୋର । କୋଲକାତାରେ ତାଙ୍କୁ ଦେଖିବା ପାଇଁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ସଲ୍ଟ ଲେକ୍ ଷ୍ଟାଡିୟମକୁ ମେସି ଆସିଥିଲେ ବି ତାଙ୍କୁ ଦେଖିପାରିନଥିଲେ ଫ୍ୟାନ୍ସ । ମେସିଙ୍କ ଚାରିପାଖେ ନେତା ମନ୍ତ୍ରୀ ରହିଥିଲେ । ଫଳରେ ହଜାର ହଜାର ଟଙ୍କା ଦେଇ ଟିକେଟ୍ କାଟିଥିବା ଫ୍ୟାନ୍ସ ପ୍ରବଳ ପାଟିତୁଣ୍ଡ କରିବା ସହ ଷ୍ଟାଡିୟମରେ ଭଙ୍ଗାରୁଜା ମଧ୍ୟ କରିଥିଲେ ।

ତେବେ ଘଟଣାକୁ ନେଇ ବିବାଦରେ ଫସିଛନ୍ତି ମମତା ବାନାର୍ଜୀ । ଇଭେଣ୍ଟ୍ ମ୍ୟାନେଜିଂ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାସହ ଟିକେଟ୍ କାଟିଥିବା ଦର୍ଶକଙ୍କୁ ଅର୍ଥ ଫେରସ୍ତ ନେଇ ଘୋଷଣା କରାଯାଇଛି । ତଥାପି ଅନିୟମିତତାକୁ ନେଇ ବ୍ୟାକଫୁଟରେ ମମତା ବାନାର୍ଜୀ । ଏପରିକିଦିଦିଙ୍କୁ ଗିରଫ କରାଯାଉ ବୋଲି ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତବିଶ୍ୱଶର୍ମା କହିଛନ୍ତି ।

ହିମନ୍ତ କହିଛନ୍ତି ଯେ, ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ରୂପେ ମେସିଙ୍କ କାର୍ଯ୍ୟକ୍ରମରେ ଭୁଶୁଡି ପଡିଥିଲା । ଭିଆଇପି କଲର ପାଇଁ ସାଧାରଣ ଲୋକେ ନାନା ହଇରାଣ ହରକତ ହେଲେ । ଏଥିପାଇଁ ରାଜ୍ୟଗ ଗୃହମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାୟୀ । ମମତାଙ୍କ ସହ କୋଲକାତା ପୋଲିସ କମିଶନର ଗିରଫ ହେବା ଦରକାର । ପ୍ରଥମେ ମୁଖ୍ୟମନ୍ତ୍ରୀ ମମତାଙ୍କ ଉପରେ ଆକ୍ସନ୍ ନିଆଯିବା ଉଚିତ୍ ।

ସେ ଆହୁରି କହିଛନ୍ତି ଯେ, ଜୁବିନ ଗର୍ଗଙ୍କ ମୃତ୍ୟୁରେ ଆସାମ ରାସ୍ତାରେ ଲକ୍ଷ ଲକ୍ଷ ଲୋକେ ଏକାଠି ହୋଇଥିଲେ । କିନ୍ତୁ କୌଣସି ଅଘଟଣ ଘଟିନଥିଲା । ଆହୁରି ଅନେକ କାର୍ଯ୍ୟକ୍ରମରେ ହଜାର ହଜାର ଲୋକେ ସାମିଲ ହୋଇଛନ୍ତି । ରାଜ୍ୟରେ କିଛି ଅଘଟଣ ଘଟିନି । ମହାରାଷ୍ଟ୍ରରେ ମହିଳା ବିଶ୍ୱକପ୍ ପାଇନାଲ ଖେଳାଯାଇଥିଲା । ସେଠାରେ ମଧ୍ୟ ଶାନ୍ତିଶୃଙ୍ଖଳାରେ ସମସ୍ତ କାର୍ଯ୍ୟକ୍ରମ ସରିଥିଲା । କିନ୍ତୁ ପଶ୍ଚିମବଙ୍ଗ ଭଳି ରାଜ୍ୟରେ କିଛି କହିହେବ ନାହିଁ । ମମତା ଏଥିପାଇଁ ନିଜକୁ ଦାୟୀ କରିବା ଦରକାର ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ।