ବାଲିଯାତ୍ରା ୨୦୨୫
LIVE TV

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ବାଲିଅନ୍ତା ଥାନା ଏଏସଆଇ

NEWS7
rare-comet-c2020-f3-neowise-will-be-seen-in-india-from-14-july-for-20-days

ବାଲିପାଟଣା: ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ । ବାଲିଅନ୍ତା ଥାନା ଏଏସଆଇ ସୋମନାଥ ପଲେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଏକ ପାରିବାରିକ ମାମଲାରେ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ପୋଲିସ ବାବୁ ।

ସୂଚନା ଅନୁଯାୟୀ, ବାଲିଅନ୍ତା ଥାନାରେ ଏକ ପାରିବାରିକ ବିବାଦ ସମ୍ପର୍କତ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଏଏସଆଇ ସୋମନାଥ ପଲେଇ ତଦନ୍ତକାରୀ ଅଧିକାରୀ ଥିଲେ । ଅଭିଯୋଗକାରୀଙ୍କୁ ମାମଲାରେ ସାହାଯ୍ୟ କରିବାକୁ ଶ୍ରୀଯୁକ୍ତ ପଲେଇ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନ ଦେଲେ ମାମଲାରେ ଛନ୍ଦି ଦେବାକୁ ପୋଲିସ ବାବୁ ଧମକ ଦେଇଥିଲେ । ଘଟଣାକୁ ନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଜି ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ସୋମନାଥ ପଲେଇଙ୍କୁ ଧରିବା ସହ ନିଜ ହେପାଜତକୁ ନେଇଛନ୍ତି ।