ପଥଚାରୀଙ୍କ ଉପରେ ମାଡିଗଲା ବସ, ୪ ମୃତ, ୯ରୁ ଅଧିକ ଗୁରୁତର

NEWS7
rape-and-murder-to-minor-girl-at-kandhamal

ମୁମ୍ବାଇ, ୩୦/୧୨:ପଥଚାରୀଙ୍କ ଉପରେ ମାଡିଗଲା ବସ୍ । ଘଟଣାସ୍ଥଳରେ ହିଁ ଚାଲିଗଲାଜୀବନ । ଆହତ ହେଲେରୁ ଅଧିକ ବ୍ୟକ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ଭନ୍ଦୁପ ରେଳ ଷ୍ଟେସନ ନିକଟରେ ।

ସୂଚନାନୁସାରେ, ସୋମବାର ରାତି ପ୍ରାୟ୧୦ଟାରେ ଭନ୍ଦୁପ ଷ୍ଟେସନ ପାଖରେ ବସଟି ଜନଗହଳିପୂର୍ଣ୍ଣ ସ୍ଥାନକୁ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେଜଣ ମହିଳା ଏବଂ ଜଣେ ବ୍ୟକ୍ତି ରହିଛନ୍ତି । ଏହାସହ ଜଣେ ମହିଳାଙ୍କ ସମେତବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୁହାଯାଉଛି ଯେ, ବସଟି ବ୍ରିହନମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଏ ଏବଂ ଟ୍ରାନ୍ସପୋର୍ଟ ବିଭାଗର ଥିଲା । ଏହା ପଛକୁ ବ୍ୟାକ୍ କରୁଥିବା ବେଳେଭାରସାମ୍ୟ ହରାଇ ପଥଚାରୀଙ୍କ ଉପରେ ମାଡି ଯାଇଥିଲା । ଅଘଟଣ ପରେ ତୁରନ୍ତ ପୋଲିସ ଏବଂ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଁଚିଥିଲେ । ମୁମ୍ବାଇ ଦମକଳ ବିଭାବ ମଧ୍ୟ ସେଠାରେ ପହଁଚି ଆହତଙ୍କୁ ଉଦ୍ଧାର କରିଥିଲା ।

ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତାହତଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଦୁର୍ଘଟଣାସ୍ଥଳୀରେ ବ୍ୟାରିକେଡ୍ ଲଗାଇ ତଦନ୍ତ ଆରମ୍ଭ କରିଛି ।