ମଧ୍ୟପ୍ରାଚ୍ୟ ସଂଘର୍ଷ ଭିତରେ ୟୁଏଇ ଛାଡୁଛନ୍ତି ଲୋକେ, ହେଲେ ଛାଡିଯାଉଛନ୍ତି ନୀରିହ ପ୍ରାଣୀ

NEWS7
ranveer-singhs-film-gully-boy-to-be-released-in-japan

ଦୁବାଇ ୧୨/୦୩: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ଇରାନ ସଂଘର୍ଷ । ଏହାରି ଭିତରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଛାଡ଼ି ଲୋକେ ପଳାୟନ କରୁଛନ୍ତି । କିନ୍ତୁ ଗଲାବେଳେ ସେମାନଙ୍କ ପୋଷା ପ୍ରାଣୀଙ୍କୁ ରାସ୍ତାଘାଟ କିମ୍ବା ଆଶ୍ରୟ ଗୃହରେ ଛାଡ଼ି ଯାଉଛନ୍ତି । ଉଦ୍ଧାରକାରୀ ସଙ୍ଗଠନଗୁଡ଼ିକ କହିବା ଅନୁଯାୟୀ, ଲୋକେ ବିନା ଖାଦ୍ୟ ପାନୀୟରେ ଭୀଷଣ ଗରମରେ ରାସ୍ତାରେ ସେମାନଙ୍କ ପୋଷା ବିଲେଇ, କୁକୁର, କଇଁଚ୍ଛ, ଆକ୍ରିୟମ ମାଛ ଓ ଅନ୍ୟ ପ୍ରାଣୀଙ୍କୁ ଛାଡ଼ି ଯାଉଛନ୍ତି ।

କେତେକ ସେମାନଙ୍କ ପୋଷାପ୍ରାଣୀଙ୍କୁ ବାହାରେ ପିଞ୍ଜରାରେ ରଖ୍ ଯାଉଥିବାବେଳେ ଆଉ କେତେକ ବାହାରେ ସେମାନଙ୍କୁ ବାନ୍ଧି ଯାଉଛନ୍ତି। ଆକ୍ରମଣରେ କେତେକ ପୋଷା କୁକୁରଙ୍କ ଦେହରେ ଗୁଳି ବାଜି ମୃତ୍ୟୁ ଘଟିଥିବା ବାବଦରେ ମଧ୍ୟ ଜଣାପଡ଼ିଛି। ଅସହାୟ ଅବସ୍ଥାରେ ପୋଷା ପ୍ରାଣୀଗୁଡ଼ିକ ବନ୍ଧା ହୋଇଥିବା ଏବଂ ଏଣେତେଣେ ଛାଡ଼ି ଦିଆଯାଇଥିବାର ଦୃଶ୍ୟ ୟୁଏଇରେ ଦେଖୁବାକୁ ମିଳୁଛି। ରେଷ୍ଟ୍ୟ ଟିମ୍ ସେମାନଙ୍କୁ ଉଦ୍ଧାର କରୁଛି। ୟୁଏଇରେ ଥିବା କେ୯ ଗ୍ରୁପ୍ ଭଳି ସଙ୍ଗଠନଗୁଡ଼ିକୁ ପୋଷାପ୍ରାଣୀଙ୍କ ମଲିକଙ୍କ ପକ୍ଷରୁ ବହୁସଂଖ୍ୟାରେ ଫୋନ୍ କଲ୍ ଆସୁଛି ।

ସେମାନେ ସେମାନଙ୍କ ପୋଷାପ୍ରାଣୀଙ୍କ ଯତ୍ନ ନେବା ପାଇଁ ସହାୟତା ମାଗୁଛନ୍ତି। ଯୁଦ୍ଧ ଯୋଗୁ ଜନତାଙ୍କ ଜୀବନ ବିପଦରେ ପଡ଼ିଥିବାରୁ ସେମାନେ ନିଜ ସହ ସେମାନଙ୍କ ପୋଷ୍ୟପ୍ରାଣୀଙ୍କୁ ସାଙ୍ଗରେ ନେଇ ଯାଇ ପାରୁନଥିବା କହୁଛନ୍ତି । ଏପରିକି କେତେକ ମାଲିକ ସେମାନେ ୟୁଏଇ ନ ଫେରିବା ପର୍ଯ୍ୟନ୍ତ ସେମାନଙ୍କ ପୋଷ୍ୟପ୍ରାଣୀଙ୍କ ରହିବା ଖାଇବା ବ୍ୟବସ୍ଥା କରିବା ଲାଗି ମଧ୍ୟ ଅନୁରୋଧ କରୁଛନ୍ତି।