ଦିଲ୍ଲୀରେ ପହଞ୍ଚିଲେ ଗୋଆ ଟ୍ରାଜେଡିର ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ, ସାମନାକୁ ଆସିଲା ଗିରଫ ବେଳର ଫଟୋ

NEWS7
ranveer-singhs-film-gully-boy-to-be-released-in-japan

 

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲେ ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ। ସେମାନଙ୍କୁ ଥାଇଲ୍ୟାଣ୍ଡର ବ୍ୟାଙ୍କକରୁ ନିର୍ବାସନ ପରେ ଗିରଫ କରାଯାଇଛି। ଫୁକେଟର ଏକ ରିପୋର୍ଟରୁ ଗୁରୁବାର ଥାଇଲ୍ୟାଣ୍ଡରେ ସେମାନଙ୍କୁ ଗିରଫ କରାଯିବା ପରେ ଉଭୟଙ୍କ ଫଟୋ ସାମ୍ନାକୁ ଆସିଛି।

ଗୌରବ ଲୁଥ୍ରା ଏବଂ ସୌରଭ ଲୁଥ୍ରା ରିମାଣ୍ଡ ପ୍ରକ୍ରିୟା ପାଇଁ ପଟିଆଲା ହାଉସ୍ କୋର୍ଟରେ ହାଜର ହେବେ। ଡିସେମ୍ବର ୬ରେ ନର୍ଥ ଗୋଆର ଆରପୋରାରେ ଥିବା ସେମାନଙ୍କ 'ବିର୍ଚ ବାଇ ରୋମିଓ ଲେନ୍' ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହା ପରେ ଦୁଇ ଭାଇମାନେ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ଏହି ଦୁଃଖଦ ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ସୂଚନାନୁସାରେ, ଗୋଆ ପୋଲିସର ଅନୁରୋଧ ରକ୍ଷା କରି ବୈଦେଶିକ ମନ୍ତ୍ରୀ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟକୁ ରବ୍ଦ କରିଥିଲ । ତେଣୁ ଉଭୟେ ଥାଇଲାଣ୍ଡର ଫୁକେଟ ସହରରୁ ବାହାରକୁ ଯାଇପାରିନଥିଲେ । ସେଠାରେ ତାଙ୍କୁ ଥାଇ ପୋଲିସ ଅଟକ ରଖିଥିଲା। ଗୋଆ ପୋଲିସ କହିଥିଲା ଯେ, ଘଟଣା ପରେ ସୌରଭ ଏବଂ ଗୌରବ ଅତି ଚାଲାକ ହୋଇ ଦେଶ ଛାଡି ପଳାଇଥିଲେ । ପରେ ତାଙ୍କ ପାସପୋର୍ଟକୁ ସସପେଣ୍ଡ୍ କରାଯାଇଥିଲା ।  ଇଣ୍ଟରପୋଲ୍ ଏବଂ କୁଟନୈତିକ ମାଧ୍ୟମରେ ସେମାନଙ୍କୁ ଭାରତ ପ୍ରତ୍ୟାର୍ପଣ ସହଜ ହୋଇଥିଲା।