ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ୨୦୨୬: ଲିଓନାର୍ଡୋ ଡି.କାର୍ପିଓଙ୍କ 'ଓ୍ୱାନ୍ ବ୍ୟାଟଲ ଆଫ୍ଟର ଆନାଦର' ଟପ୍‌ରେ

NEWS7
ranu-mandal-and-her-daughter-singing-song-video-goes-viral

ନୂଆଦିଲ୍ଲୀ ୧୨/୦୧: ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର । ଯାହାକୁ କୁହାଯାଏ ଓସ୍କାରଠାରୁ ଉର୍ଦ୍ଧ୍ୱରେ । ରବିବାର ରାତିରେ ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ହୋଇଥିଲା ଏହି ବହୁଚର୍ଚ୍ଚିତ ଆଓ୍ୱାର୍ଡ ସେରେମନି । ପୁରସ୍କାରର ସାମିଲ୍ ହୋଇଥିଲେ ପୁରୁଖାଙ୍କ ଠାରୁ ଆରମ୍ଭ କରି ନୂଆ । ପ୍ରଥମ ଥର ପାଇଁ ବିଭିନ୍ନ କାଟାଗୋରୀରେ ଥିଲା ପୁରସ୍କାର ଉତ୍ସବ । ସେଠ୍ ରୋଗେନ୍, ଓୱେନ୍ କୁପର୍ ଓ ତେୟାନା ଟେଲର ଏହି ବର୍ଷ ସେମାନଙ୍କର ପ୍ରଥମ ଗୋଲ୍ଡେନ୍ ଗ୍ଲୋବ୍ସ ଜିତିଥିଲେ ।

ତେବେ, ଷ୍ଟାର୍ ଏମି ପୋହେଲର୍ ଓ ଷ୍ଟେଲାନ୍ ସ୍କାର୍ସଗାର୍ଡ ସେମାନଙ୍କ କ୍ୟାରିଅରରେ ଦ୍ୱିତୀୟ ଥର ପାଇଁ ଗୋଲ୍ଡେନ୍ ଗ୍ଲୋବ୍ସ ହାସଲ କରିଥିଲେ।lତେବେ ଏହି ରାତିରେ ଦବ୍ଦବା ଜାହିର କରିଥିଲା ବ୍ରିଟିଶ ଟିଭି ଧାରାବାହିକ "ଆଡୋଲେସେନ୍ସ" । ଯାହା ୫ଟି ମନୋନୟନ ମଧ୍ୟରୁ ୪ଟି ବର୍ଗରେ ଜିତିଥିଲା । ଯେଉଁଥିରେ ଶ୍ରେଷ୍ଠ ସୀମିତ ଟିଭି ଧାରାବାହିକ ଓ ଷ୍ଟିଫେନ୍ ଗ୍ରାହାମଙ୍କ ପାଇଁ ଶ୍ରେଷ୍ଠ ଅଭିନେତା ସାମିଲ ଥିଲା।

୨୦୨୬ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ବିଜେତାଙ୍କ ଲିଷ୍ଟ:

୧-ବେଷ୍ଟ ଡାଇରେକ୍ଟର- ପଲ୍ ଥମାସ ଆଣ୍ଡରସନ୍, ୱାନ୍ ବ୍ୟାଟେଲ୍ ଆଫ୍ଟର ଆଦର୍ ଆନଦେର୍

୨-ବେଷ୍ଟ ଆନିମେଟେଡ୍ ଫିଲ୍ମ - କେ-ପପ୍ ଡେମନ ହଣ୍ଟର୍ସ

୩-ବେଷ୍ଟ ଅଣ-ଇଂରାଜୀ ଭାଷା ଚଳଚ୍ଚିତ୍ର - ଦି ସିକ୍ରେଟ୍ ଏଜେଣ୍ଟ

୪-ବେଷ୍ଟ ସିନେମାଟିକ୍ ଏବଂ ବକ୍ସ ଅଫିସ୍ ସଫଳତା - ସିନର୍ସ

୫-ବେଷ୍ଟ ଚିତ୍ରନାଟ୍ୟ - ପଲ୍ ଥମାସ ଆଣ୍ଡରସନ୍, ୱାନ୍ ବ୍ୟାଟେଲ୍ ଆଫ୍ଟର ଅନଦେର୍

​​​​​​​୬-କମେଡି ବା ମ୍ୟୁଜିକାଲରେ ବେଷ୍ଟ ଅଭିନେତା-ଟିମୋଥି ହାଲିଲ୍ ଶାଲାମେ

୭-କମେଡି ବା ମ୍ୟୁଜିକାଲରେ ବେଷ୍ଟ ଅଭିନେତ୍ରୀ-ମେରୀ ରୋଜ୍ ବାୟର୍ନ

୮-ବେଷ୍ଟ ସହାୟକ ଅଭିନେତା-ଷ୍ଟେଲାନ୍ ସ୍କାର୍ସଗାର୍ଡ, ଭାବପ୍ରବଣ ମୂଲ୍ୟ

୯-ବେଷ୍ଟ ସହାୟକ ଅଭିନତ୍ରୀ - ତେୟାନା ଟେଲର, ୱାନ୍ ବ୍ୟାଟେଲ୍ ଆଫ୍ଟର ଆନାଦର୍

୧୦-ବେଷ୍ଟ ମେଲ୍ ଆକ୍ଟର ଟିଭି ସିରିଜ- ନୋଆ ୱାଇଲ୍, ଦି ପିଟ୍

୧୧-ବେଷ୍ଟ ଫିମେଲ୍ ଆକ୍ଟର ଟିଭି ସିରିଜ-ଜିନ୍ ସ୍ମାର୍ଟ, ହ୍ୟାକ୍ସ

୧୨-ବେଷ୍ଟ ମେଲ୍ ଆକ୍ଟର ଟିଭି ଡ୍ରାମା-ଓୱେନ୍ କୁପର୍, ଆଡୋଲେସେନ୍ସ

୧୩-ବେଷ୍ଟ ସଂଗ ମୋସନ ପିକ୍ଚର-କେ-ପପ୍ ଡେମନ ହଣ୍ଟର୍ସ

୧୪-ବେଷ୍ଟ ସ୍କୋର୍ ମୋସନ୍ ପିକ୍ଚର - ଲୁଡୱିଗ୍ ଗୋରାନସନ୍, ସିନର୍ସ

୧୫-ବେଷ୍ଟ ପରଫରମାନ୍ସ ମେଲ୍- ଷ୍ଟିଫେନ୍ ଗ୍ରାହାମ୍, କିଶୋରାବସ୍ଥା